ଭଙ୍ଗା ଯିବନାହିଁ ଅହମୀୟା ସାହିତ୍ୟିକ ବେଜବରୁଆଙ୍କ ଘର

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ଭଙ୍ଗା ଯିବନି ଅହମୀୟା ସାହିତ୍ୟିକ ଲକ୍ଷ୍ମୀନାଥ ବେଜବରୁଆଙ୍କ ସମ୍ବଲପୁରରେ ଥିବା ଘର। ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା। ସେ କହିଛନ୍ତି-“ଅହମୀୟା ସାହିତ୍ୟର ଯୁଗସ୍ରଷ୍ଟା ଭାବେ ପରିଚିତ ବେଜବରୁଆଙ୍କ ଘର ଭଙ୍ଗା ହେବନି। ଆମେ ତାକୁ ସଂରକ୍ଷଣ କରିବୁ। ମହାନଦୀ ସେତୁକୁ ଆପ୍ରୋଚ୍ କାମ ଚାଲୁ ରହିବ।   ବେଜବରୁଆଙ୍କ ଘରକୁ ଏହା ପ୍ରଭାବ ପକାଇବ ନାହିଁ।” ବେଜବରୁଆଙ୍କ ଘରକୁ ନଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି କରିଥିଲେ ଆସାମ ମୁଖ୍ୟମନ୍ତ୍ରୀ ସୋନୱାଲ। […]

odiya literture

Rakesh Mallick
  • Published: Saturday, 28 October 2017
  • , Updated: 28 October 2017, 05:45 PM IST

ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ଭଙ୍ଗା ଯିବନି ଅହମୀୟା ସାହିତ୍ୟିକ ଲକ୍ଷ୍ମୀନାଥ ବେଜବରୁଆଙ୍କ ସମ୍ବଲପୁରରେ ଥିବା ଘର। ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା। ସେ କହିଛନ୍ତି-“ଅହମୀୟା ସାହିତ୍ୟର ଯୁଗସ୍ରଷ୍ଟା ଭାବେ ପରିଚିତ ବେଜବରୁଆଙ୍କ ଘର ଭଙ୍ଗା ହେବନି। ଆମେ ତାକୁ ସଂରକ୍ଷଣ କରିବୁ। ମହାନଦୀ ସେତୁକୁ ଆପ୍ରୋଚ୍ କାମ ଚାଲୁ ରହିବ।   ବେଜବରୁଆଙ୍କ ଘରକୁ ଏହା ପ୍ରଭାବ ପକାଇବ ନାହିଁ।”

ବେଜବରୁଆଙ୍କ ଘରକୁ ନଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି କରିଥିଲେ ଆସାମ ମୁଖ୍ୟମନ୍ତ୍ରୀ ସୋନୱାଲ। ଆଧୁନିକ ଅହମୀୟା ସାହିତ୍ୟର ରସରାଜ ଭାବେ ଜଣାଶୁଣା ଲକ୍ଷ୍ମୀନାଥ ୧୯୧୭ରୁ ୧୯୩୨ ପର୍ଯ୍ୟନ୍ତ ସମ୍ବଲପୁରରେ ଥିବା ଏହି ଘରେ ରହୁଥିଲେ।  ଏହାପରେ ସେ କୋଲକାତା ଚାଲି ଯାଇଥିଲେ। ତାଙ୍କ କଲମ ମୁନରୁ ନିସୃତ ବିଭିନ୍ନ ଗଳ୍ପ, କବିତା ଓ ଉପନ୍ୟାସ ମାଧ୍ୟମରେ ଅହମୀୟା ସାହିତ୍ୟକୁ ରୁଦ୍ଧିମନ୍ତ୍ର କରିଥିଲେ ଲକ୍ଷ୍ମୀନାଥ।  ଏପରିକି ତାଙ୍କ ଲେଖନୀରେ ସମ୍ବଲପୁରୀ ଭାଷାର ମହକ ମଧ୍ୟ ପରିଲକ୍ଷିତ ହୋଇଥିଲା। ତେଣୁ ତାଙ୍କର ଏହି ସ୍ମାରକୀକୁ ସୁରକ୍ଷିତ ରଖିବାକୁ ଦାବି କରିଛନ୍ତି ଆସାମର ବିଭିନ୍ନ ସାହିତ୍ୟ ଏବଂ ସାଂସ୍କୃତିକ ସଂଗଠନ। ଏପରିକି ଉକ୍ତ ଐତିହାସିକ ଘରକୁ ଏକ ମ୍ୟୁଜିୟମରେ ପରିଣତ କରିବାକୁ ଦାବି କରିଛି ଅଲ ଆସାମ ଛାତ୍ର ସଂଘ।

Related story