ବିଜେପିରେ ସାମିଲ ହେଲେ ଲୁଲୁଙ୍କ ଭାଇ ଓ ଝିଅ

ଭୁବନେଶ୍ୱର: ବିଜେପିରେ  ଆଜି ସାମିଲ ହୋଇଛନ୍ତି ଦିବଙ୍ଗତ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ପରିବାର। ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ମିଶ୍ରଣ ପର୍ବରେ ଲୁଲୁ ମହାପାତ୍ରଙ୍କ ଭାଇ ଲଳିତେନ୍ଦୁ ମହାପାତ୍ର, ଝିଅ ଉପାସନା ଓ ଲୁଲୁଙ୍କ ସମର୍ଥକ କୁହାଯାଉଥିବା ଲୁଲୁସେନାର ଶହ ଶହ କର୍ମୀ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ଏଥିସହ ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ସତ୍ୟଜିତ ପଟ୍ଟନାୟକ ଓ ବ୍ରହ୍ମଗିରିର ତିନିଟି ବ୍ଲକର କଂଗ୍ରେସ ସଭାପତି ମଧ୍ୟ ହାତ ଛା଼ଡି ପଦ୍ମ ଦଳରେ ସାମିଲ ହୋଇଛନ୍ତି।

ସେହିପରି ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ଦଳ ନେତା କେଭି ସିଂଦେଓ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ ଅନ୍ୟ ବିଜେପି ନେତାଙ୍କ ଉପସ୍ଥିତରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି।