ଲିବ୍ୟାରେ ଓଡିଆ ଯୁବକ ଅପହୃତ: ସୁରକ୍ଷିତ ଫେରାଇ ଆଣିବାକୁ ପରିବାର ଲୋକଙ୍କ ନିବେଦନ

ରାଉରକେଲା/କେନ୍ଦ୍ରାପଡା: ଲିବ୍ୟାରେ ଅପହୃତ ଓଡିଆ ଯୁବକ ପ୍ରଭାସ ରଞ୍ଜନ ସାମଲଙ୍କର କୌଣସି ସନ୍ଧାନ ମିଳୁ ନ ଥିବା ବେଳେ ତାଙ୍କ ପରିବାର ଲୋକେ ଏବେ ଆଶଙ୍କାରେ ରହିଛନ୍ତି। ରାଉରକେଲାରେ ରହୁଥିବା ପ୍ରଭାସଙ୍କ ଭାଇ ଏବଂ ମାଆ ଏବେ ଚିନ୍ତାରେ। ପ୍ରଭାସଙ୍କୁ ମୁକୁଳାଇବା ଲାଗି ତାଙ୍କ ଭାଇ ସରକାରଙ୍କୁ ନିବେଦନ କରିଛନ୍ତି। ପ୍ରଭାସ ଲିବ୍ୟାରେ ଏକ ହସ୍ପିଟାଲରେ ଲାବୋରେଟାରୀ ଟେକନିସିଆନ୍ ଭାବେ କାମ କରୁଥିଲେ। ତେବେ ଗତ ୨୦ ତାରିଖରୁ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରି ନ […]

kendrapada

Rakesh Mallick
  • Published: Thursday, 17 September 2015
  • , Updated: 17 September 2015, 03:03 AM IST

ରାଉରକେଲା/କେନ୍ଦ୍ରାପଡା: ଲିବ୍ୟାରେ ଅପହୃତ ଓଡିଆ ଯୁବକ ପ୍ରଭାସ ରଞ୍ଜନ ସାମଲଙ୍କର କୌଣସି ସନ୍ଧାନ ମିଳୁ ନ ଥିବା ବେଳେ ତାଙ୍କ ପରିବାର ଲୋକେ ଏବେ ଆଶଙ୍କାରେ ରହିଛନ୍ତି। ରାଉରକେଲାରେ ରହୁଥିବା ପ୍ରଭାସଙ୍କ ଭାଇ ଏବଂ ମାଆ ଏବେ ଚିନ୍ତାରେ। ପ୍ରଭାସଙ୍କୁ ମୁକୁଳାଇବା ଲାଗି ତାଙ୍କ ଭାଇ ସରକାରଙ୍କୁ ନିବେଦନ କରିଛନ୍ତି। ପ୍ରଭାସ ଲିବ୍ୟାରେ ଏକ ହସ୍ପିଟାଲରେ ଲାବୋରେଟାରୀ ଟେକନିସିଆନ୍ ଭାବେ କାମ କରୁଥିଲେ। ତେବେ ଗତ ୨୦ ତାରିଖରୁ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରି ନ ଥିବା ପରିବାର ଲୋକେ କହିଛନ୍ତି। ପ୍ରଭାସଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ପତ୍ନୀ କୌଣସି ସୂତ୍ରରୁ ଖବର ପାଇ ପରିବାର ଲୋକଙ୍କୁ ଜଣାଇଥିଲେ।

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ହନ୍ତପଡା ଗାଁର ସ୍ୱର୍ଗତ ଗୁରୁଚରଣ ନାୟକଙ୍କ ସାନ ପୁଅ ପ୍ରଭାସ। ୨୦ବର୍ଷ ତଳେ ପ୍ରଭାସ ତାଙ୍କ ମାମୁଁ ଘର ମହକାଳପଡ଼ା ବ୍ଲକ ଦହିମାଛ କରଞ୍ଜ ଗାଁକୁ ପୁଅ ହୋଇ ଯାଇଥିଲେ। ମାମୁଁ ମୂରଲୀଧର ସାମଲଙ୍କ ପାଖରେ ରହିବା ସମୟରେ ତାଙ୍କ ବଡ ଭାଇ ରାଉରକେଲାରେ ଚାକିରି କରୁଥିବାରୁ ପ୍ରଭାସ ସେଠାକୁ ଯାଇ ପରେ ଲିବ୍ୟା ଚାଲି ଯାଇଥିଲେ। ତେବେ ତାଙ୍କ ଅପହରଣ ଖବର ଆସିବା ପରେ ଜନ୍ମିତ ଗାଁ ହନ୍ତାପଡାରେ ଏବେ ଆଶଙ୍କିତ ହୋଇ ପଡିଛନ୍ତି।

Related story