ରାତିସାରା ଥାନାରେ ଅଟକ ପ୍ରଭୁ ଗଣେଶ: କାକର ଖାଇଲେ, ମଶା ବାଡ଼େଇଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଣିଷ ସମାଜର ବିଘ୍ନ ବିନାଶ ପାଇଁ ଅଗଷ୍ଟ ୨୫ ତାରିଖରେ ଧରାପୃଷ୍ଟରେ ଅବତରଣ କରିଥିଲେ ବିଘ୍ନବିନାଶକ ମହାପ୍ରଭୁ ଶ୍ରୀଗଣେଶ। ପୂଜା ପାଇଲେ, ଲୋକଙ୍କ ଦୁଖଃ ବି ଶୁଣିଲେ। ହେଲେ ପ୍ରଭୁ ଧରା ପୃଷ୍ଟରୁ ବାହୁଡ଼ିବା ବେଳେ ହଠାତ୍ ଧରିଲା କମିଶନରେଟ ପୋଲିସ। ରାତି ତମାମ ଥାନା ଆଗରେ ଅଟକି ରହିଲେ ବିଘ୍ନ ବିନାଶକ। ଲୋକଙ୍କ ବିଘ୍ନ ହରୁ ହରୁ ନିଜେ ବିଘ୍ନରେ ପଡ଼ିଗଲେ । କଳି ମେଣ୍ଟାଇବା ପାଇଁ ଶେଷରେ ଥାନାରେ ବନ୍ଧା ପଡ଼ିଲେ ପ୍ରଭୁ ଗଜାନନ।
ଭୁବନେଶ୍ୱର ସାଲିଆ ସାହିରେ ଘଟିଛି ଏଭଳି ଘଟଣା। ଭଷାଣ ପାଇଁ ନଦୀକୁ ଯିବା ବଦଳରେ ରାତି ସାରା ଟ୍ରକ୍ ଉପରେ ଅଟକି ରହିଲେ ପ୍ରଭୁ ଗଣେଶ। ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ନୟାପଲ୍ଲୀ ଥାନା ସାମ୍ନାରେ।
ଗତକାଲି ରାତିରେ ସାଲିଆ ସାହିରୁ ଗଣେଶ ପୂଜା ଭଷାଣ ପାଇଁ ଏକ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରା ସମୟରେ ଦେଖିବାକୁ ମିଳିଥିଲା ଗୋଷ୍ଠୀ ବିବାଦ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ନିର୍ଦ୍ଦିଷ୍ଟ ଘର ଉପରେ ଶୋଭାଯାତ୍ରାକାରୀ ଟେକା ପଥର ମାଡ଼ କରିଥିଲେ। ଏପରିକି ଖଣ୍ଡା ବି ବୁଲାଇଥିଲେ । ପରେ ନୟାପଲ୍ଲୀ ପୋଲିସ ପହଞ୍ଚି ଶୋଭାଯାତ୍ରାରେ ଯାଉଥିବା ଟ୍ରକକୁ ଜବତ କରିଥିଲା ।

ଘଟଣାସ୍ଥଳରେ ପୋଲିସ ପହଞ୍ଚିବାରୁ ଛତ୍ରଭଙ୍ଗ ଦେଇଥିଲେ ଶୋଭାଯାତ୍ରାକାରୀ। ପରେ ପୋଲିସ ଘଟଣାସ୍ଥଳରେ ଦୁଇଟି ଖଣ୍ଡା ଜବତ କରିବା ସହ ଏକ ବାଇକ୍ ଉଦ୍ଧାର କରିଥିଲା। ଗଣେଶ ଭଷାଣ ହେଉଥିବା ଟ୍ରକକୁ ଜବତ କରି ଥାନାକୁ ଆଣିଥିଲା ପୋଲିସ । ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଥିବା ଡିସିପି ସୂଚନା ଦେଇଛନ୍ତି।
ଭଷାଣ ବେଳେ ଗଣ୍ଡୋଗୋଳ ପାଇଁ ରାତି ତମାମ ନୟାପଲ୍ଲୀ ଥାନା ସମ୍ନାରେ ଅଟକି ରହିଥିଲେ ଶ୍ରୀଗଣେଶ । ପରେ ଆଜି ସକାଳେ ପୋଲିସ ନିଜେ ଗଣେଶଙ୍କୁ ନେଇ ବିସର୍ଜନ କରିଥିବା ଜଣାପଡ଼ିଛି ।

Ordigital Desk
• Published: Monday, 04 September 2017
• Updated: 04 September 2017, 09:11 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos