କାହିଁକି ରାଧାଙ୍କୁ ବିବାହ କରି ନଥିଲେ କୃଷ୍ଣ

ଯେବେ ବି ପ୍ରେମକୁ ନେଇ କୌଣସି ଉଦାହାରଣ ଦିଆଯାଇଥାଏ ରାଧାକୃଷ୍ଣଙ୍କ ନାଁ ଆଗ ନିଆଯାଇଥାଏ। ରାଧାକୃଷ୍ଣଙ୍କ ପ୍ରେମକୁ ଜୀବାତ୍ମା ଓ ପରମାତ୍ମାର ମିଳନ ବୋଲି କୁହାଯାଇଥାଏ। ପୀଢ଼ି ପରେ ପୀଢ଼ି ରାଧାକୃଷ୍ଣଙ୍କ ପ୍ରେମ କାହାଣୀ ଶୁଣି ଆସୁଛନ୍ତି। ଯେତେଥର ଶୁଣିଲେ ବି ଯଦି କୁଆଡେ ଯାଉଥିବେ ଆଉ କାନରେ ରାଥାକୃଷ୍ଣଙ୍କ ପ୍ରେମ କାହାଣୀ ପଡ଼ିଯିବ ପାଦ ଆଉ ଆଗକୁ ଯିବନାହିଁ। ବହୁ ଲୋକଙ୍କ ମନରେ ପ୍ରଶ୍ନ ଉଠିଥାଏ ରାଧାକୃଷ୍ଣ ଦୁହେଁ ଦୁହିଁଙ୍କୁ ଏତେ ଭଲ ପାଉଥିଲେ ଯଦି […]

radha-kurshna

radha-kurshna

Rakesh Mallick
  • Published: Friday, 24 November 2017
  • Updated: 24 November 2017, 08:34 PM IST

Sports

Latest News

ଯେବେ ବି ପ୍ରେମକୁ ନେଇ କୌଣସି ଉଦାହାରଣ ଦିଆଯାଇଥାଏ ରାଧାକୃଷ୍ଣଙ୍କ ନାଁ ଆଗ ନିଆଯାଇଥାଏ। ରାଧାକୃଷ୍ଣଙ୍କ ପ୍ରେମକୁ ଜୀବାତ୍ମା ଓ ପରମାତ୍ମାର ମିଳନ ବୋଲି କୁହାଯାଇଥାଏ। ପୀଢ଼ି ପରେ ପୀଢ଼ି ରାଧାକୃଷ୍ଣଙ୍କ ପ୍ରେମ କାହାଣୀ ଶୁଣି ଆସୁଛନ୍ତି। ଯେତେଥର ଶୁଣିଲେ ବି ଯଦି କୁଆଡେ ଯାଉଥିବେ ଆଉ କାନରେ ରାଥାକୃଷ୍ଣଙ୍କ ପ୍ରେମ କାହାଣୀ ପଡ଼ିଯିବ ପାଦ ଆଉ ଆଗକୁ ଯିବନାହିଁ। ବହୁ ଲୋକଙ୍କ ମନରେ ପ୍ରଶ୍ନ ଉଠିଥାଏ ରାଧାକୃଷ୍ଣ ଦୁହେଁ ଦୁହିଁଙ୍କୁ ଏତେ ଭଲ ପାଉଥିଲେ ଯଦି ବିବାହ କାହିଁକି କରି ନଥିଲେ। ଏହା ପଛରେ ବହୁତ ବ୍ୟାଖା ରହିଛି। ଆସନ୍ତୁ ଜାଣିବା ଏମିତି କିଛି ବ୍ୟାଖା।

କିଛି ବିଦ୍ୱାନ କୁହନ୍ତି, ଆଧ୍ୟାତ୍ମିକ ଯୁଗର ଶେଷ ସମୟରେ ଭକ୍ତି ଆନ୍ଦୋଳନ ବେଳେ ରାଧାକୃଷ୍ଣଙ୍କ ପ୍ରେମ କାହାଣୀ ଲୋକପ୍ରିୟ ହୋଇଥିଲା। ଏହି ସମୟରେ କବିମାନେ ଆଧ୍ୟାତ୍ମିକ ସମ୍ପର୍କକୁ ଭୌତିକ ରୂପ ଦେଇଥିଲେ। ପ୍ରାଚୀନ ସମୟରେ ରୁକ୍ମଣୀ, ସତ୍ୟଭାମା ସମେତ ଶ୍ରୀକୃଷ୍ଣାମସରା ପ୍ରଚଳିତ ଥିଲା। ଯେଉଁଥିରେ ରାଧାଙ୍କ ନାଁ ଉଲ୍ଲେଖ ନଥିଲା। ଖ୍ରୀଷ୍ଟପୂର୍ବ ୩୨୨୮ ପୂର୍ବରୁ ଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା। କିଛିଦିନ ସେ ଗୋକୁଲରେ ରହିବା ପରେ ବୃନ୍ଦାବନ ଚାଲିଯାଇଥିଲେ।

radha-kurshnaଶ୍ରୀକୃଷ୍ଣ ରାଧାଙ୍କୁ ୮ ବର୍ଷ ବୟସରେ ଭେଟିଥିଲେ। ସେଠାରେ ଉଭୟଙ୍କ ପ୍ରେମ ସମ୍ପର୍କ ନିବିଡ ହୋଇଥିଲା। ଶ୍ରୀକୃଷ୍ଣ ବୃନ୍ଦାବନ ଛାଡିବା ପରେ ଆଉ କେବେ ଫେରି ନଥିଲେ। କୁହାଯାଏ ରାଧା ମଧ୍ୟ କେବେ ଶ୍ରୀକୃଷ୍ଣଙ୍କୁ ଭେଟିବାକୁ ଦ୍ୱାରିକା ଯାଇ ନଥିଲେ। ଏପରିକି ଦକ୍ଷିଣ ଭାରତର ପ୍ରାଚୀନ ଗ୍ରନ୍ଥରେ ରାଧାଙ୍କ ନାମ କେଉଁଠି ଉଲ୍ଲେଖ ନାହିଁ।

କୁହାଯାଏ, ରାଧା ଶ୍ରୀକୃଷ୍ଣଙ୍କୁ ବିବାହ କରିବାକୁ ମନା କରିଥିଲେ। ଏକ ବ୍ୟାଖା ଅନୁସାରେ ରାଧାଙ୍କୁ ଲାଗୁଥିଲା ଶ୍ରୀକୃଷ୍ଣ ମହିଳାଙ୍କ ପାଇଁ ଉପଯୁକ୍ତ ନଥିଲେ। ରାଧା ଜଣେ ଗଉଡୁଣୀ ଥିଲେ ଓ ଲୋକେ ଶ୍ରୀକୃଷ୍ଣଙ୍କୁ କୌଣସି ରାଜକୁମାରୀଙ୍କ ସହ ବିବାହ କରିବା ଦେଖିବାକୁ ଚାହୁଁଥିଲେ। ବିବାହ ପାଇଁ ଶ୍ରୀକୃଷ୍ଣ ରାଧାକୁ ବୁଝାଇବାକୁ ବହୁ ଚେଷ୍ଟା କରିଥିଲେ, ହେଲେ ରାଧା ତାଙ୍କ ନିଷ୍ପତ୍ତିରେ ଅଟଳ ରହିଥିଲେ।

ରାଧାକୃଷ୍ଣ ବିବାହ ନକରିବା ପଛରେ ଏପରି ଏକ ବ୍ୟାଖା ମଧ୍ୟ ରହିଛି। ଏହି ବ୍ୟାଖା ଅନୁସାରେ ଦିନେ ରାଧା ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ ସେ କାହିଁକି ବିବାହ କରିବାକୁ ଚାହୁଁନାହାଁନ୍ତି। ଏହାର ଉତ୍ତରରେ ଶ୍ରୀକୃଷ୍ଣ କହିଥିଲେ, କେହି କ’ଣ ନିଜ ଆତ୍ମା ସହ ବିବାହ କରିପାରିବ। ରାଧା ଓ କୃଷ୍ଣ ଏକ ଓ ସେମାନଙ୍କ ଅସ୍ତିତ୍ୱ ଅଲଗା ନୁହେଁ ବୋଲି ଶ୍ରୀକୃଷ୍ଣ ଭାବୁଥିଲେ।

radha-kurshnaଏକ ବ୍ୟାଖା ଅନୁସାରେ ରାଧା ଜାଣି ସାରିଥିଲେ କୃଷ୍ଣ ହେଉଛନ୍ତି ଭଗବାନ ବିଷ୍ଣୁଙ୍କ ଅବତାର ଓ ତାଙ୍କ ପ୍ରତି ରାଧାଙ୍କର ଭକ୍ତିଗତ ଶ୍ରଦ୍ଧା ଥିଲା। ସେମାନେ ଭକ୍ତିଭାବରେ ମିଶି ଯାଇଥିଲେ, ହେଲେ କିଛି ଲୋକ ଏହାକୁ ଭୌତିକ ପ୍ରେମ ଭାବି ନେଇଥିଲେ। ଏଥିପାଇଁ କିଛି ଭାବନ୍ତି ରାଧା ଓ କୃଷ୍ଣଙ୍କ ମଧ୍ୟରେ କେବେ ବି ବିବାହ କଥା ଠି ନଥିଲା। ସେମାନଙ୍କ ମଧ୍ୟରେ ସମ୍ପର୍କ ଜଣେ ଭକ୍ତ ଓ ଭଗବାନଙ୍କର ଥିଲା।

କିଛି ଲୋକ ସମାଜକୁ ନେଇ ମଧ୍ୟ ବାଖ୍ୟା କରିଥାନ୍ତି। ସେମାନଙ୍କ ମତରେ ସାମାଜକ ନିୟମ ରାଧାକୃଷ୍ଣଙ୍କ ପ୍ରେମ କାହାଣୀରେ ଖଳନାୟକ ଥିଲା। ସେମାନଙ୍କ ସାମାଜିକ ପୃଷ୍ଟଭୂମି ସେମାନଙ୍କୁ ବିବାହର ଅନୁମତି ଦେଉ ନଥିଲା।

ରାଧାଙ୍କୁ ଠିକ୍‌ ଭାବେ ବୁଝିବାକୁ ହେଲେ ରସ ଓ ପ୍ରେମ ରହସ୍ୟକୁ ବୁଝିବାକୁ ହେବ। ଏହି ଆଧ୍ୟାତ୍ମିକ ପ୍ରେମ ଆନନ୍ଦଦାୟକ ଥିଲା। ଏକ ବ୍ୟାଖା ଅନୁସାରେ କୃଷ୍ଣ ଓ ରାଧା ପିଲାଦିନେ ଖେଳ ଖେଳରେ ବିବାହ କରିଥିଲେ। ପ୍ରକୃତରେ ସେମାନଙ୍କ ବିବାହ କେବେ ହୋଇ ନଥିଲା। ହେଲେ ସେମାନଙ୍କ ପ୍ରେମ ବୈବାହିକ ଜୀବନରୁ ଉପରେ ସ୍ୱଭାବିକ ଓ ଆଧ୍ୟାତ୍ମିକ ଥିଲା।

ରାଧା ଓ କୃଷ୍ଣ ଜଣେ ଅନ୍ୟ ସହ ଆତ୍ମୀୟ ଭାବେ ଜେଡିତ ଥିଲେ। ଏତିପାଇଁ ସବୁବେଳେ ରାଧାକୃଷ୍ଣ କୁହାଯାଇଥାଏ। ରୁକ୍ମଣୀ କୃଷ୍ଣଙ୍କୁ ପାଇବାକୁ ବହୁତ କଷ୍ଟ କରିଥିଲେ। ସେ ତାଙ୍କ ପାଟରାଣୀ ଥିଲେ। ଏହାସତ୍ୱେ କେହିବି ରୁକ୍ମଣୀକୃଷ୍ଣ କେହି କହି ନଥାନ୍ତି।

radha-kurshnaବ୍ରହ୍ମବୈବର୍ତ୍ତ ପୁରାଣ ଅନୁସାରେ ଅଭିଶାପ ରାଧାକୃଷ୍ଣଙ୍କ ବିବାହରେ ବାଧକ ସାଜିଥିଲା। ପୃଥିବୀକୁ ଆସିବା ପୂର୍ବରୁ ରାଧାଙ୍କର ଥରେ କୃଷ୍ଣଙ୍କ ସେବିକା ସୀଦ୍ଧମାଙ୍କ ସହ ବଚସା ହୋଇଥିଲା। ଏଥିରେ ରାଧା କ୍ରୋଧିତ ହୋଇ ସୀଦ୍ଧମାଙ୍କୁ ରାକ୍ଷସ ରୂପରେ ଜନ୍ମ ନେବାକୁ ଅଭିଶାପ ଦେଇ ଦେଇଥିଲେ। ବଦଳରେ ସୀଦ୍ଧମା ମଧ୍ୟମା ମଧ୍ୟ ରାଧାଙ୍କୁ ଅଭିଶାପ ଦେଇଥିଲେ ଓ କହିଥିଲେ ସେ ମଣିଷ ଜନ୍ମ ପାଇବେ ଓ ୧୦୦ ବର୍ଷ ନିଜ ପ୍ରିୟତମଠାରୁ ଅଲଗା ହୋଇ ରହିବେ। ଏହାପରେ ଶ୍ରୀହରିଙ୍କ ସହ ମିଳନ ହେବ ଓ ତୁମେ ଗୋକୁଲ ଫେରିବ।

ଏପରି ମଧ୍ୟ ବ୍ୟାଖା ରହିଛି, ପ୍ରେମ ଓ ବିବାହ ଦୁଇଟି ଅଲଗା କଥା ବୋଲି ଶ୍ରୀକୃଷ୍ଣ ପ୍ରମାଣିତ କରିବାକୁ ଚାହୁଁଥିଲେ। ପ୍ରେମ ନିଃସ୍ୱାର୍ଥ ଭାବନା ହୋଇଥିବା ବେଳେ ବିବାହ ଏକ ସମ୍ପର୍କ ବୋଲି ଶ୍ରୀକୃଷ୍ଣ ପ୍ରମାଣିତ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ବିବାହ କରି ନଥିଲେ। ସେ ମାନବ ଜାତିକୁ ଆନ୍ତରିକ ପ୍ରେମ ଶିଖାଇବାକୁ ଏହି ବିବାହ କରି ନଥିଲେ।

ରାଧାକୃଷ୍ଣଙ୍କ ପ୍ରେମକୁ ନେଇ ଯେତେ ବାଖ୍ୟା କରାଗଲେ ବି କମ। ସେମାନଙ୍କ ପ୍ରେମ ସବୁବେଳେ ମାନବ ଜାତି ପାଇଁ ଆଧ୍ୟାତ୍ମିକ ପ୍ରକାଶ ପରି ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos