ଏମିତି ହୋଟେଲ, ଯେଉଁଠି ମସାଜ୍‌ ଓ ସ୍ପାର ମଜା ଉଠାଇଥାନ୍ତି କୁକୁର

ଘରେ କୁକୁର ରଖିବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି। ଏମିତି କି କିଛି ଲୋକ ଘରକୁ ସୁରକ୍ଷା ଦେବା ପାଇଁ କୁକୁରକୁ ରଖିଥାନ୍ତି। କୁକୁର ପାଳିବା ଆଜିକାଲି ଏକ ଫ୍ୟାସନରେ ପରିଣତ ହୋଇଛି । କିଛି ଲୋକ ଘରର ଅନ୍ୟ ସଦସ୍ୟଙ୍କ ପରି ଏମାନଙ୍କୁ ମଧ୍ୟ ଗୁରୁତ୍ୱ ଦେଇଥାନ୍ତି। ଆଉ ସେମାନଙ୍କ ପଛରେ ହଜାର ହଜାର ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି। ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରେ ଏପରି ଏକ ହୋଟେଲ ଖୋଲାଯାଇଛି। ଏହି ହୋଟେଲରେ କୁକୁରମାନେ ମସାଜ୍ […]

Dog

Dog

Rakesh Mallick
  • Published: Tuesday, 12 December 2017
  • Updated: 12 December 2017, 01:08 PM IST

Sports

Latest News

ଘରେ କୁକୁର ରଖିବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି। ଏମିତି କି କିଛି ଲୋକ ଘରକୁ ସୁରକ୍ଷା ଦେବା ପାଇଁ କୁକୁରକୁ ରଖିଥାନ୍ତି। କୁକୁର ପାଳିବା ଆଜିକାଲି ଏକ ଫ୍ୟାସନରେ ପରିଣତ ହୋଇଛି । କିଛି ଲୋକ ଘରର ଅନ୍ୟ ସଦସ୍ୟଙ୍କ ପରି ଏମାନଙ୍କୁ ମଧ୍ୟ ଗୁରୁତ୍ୱ ଦେଇଥାନ୍ତି। ଆଉ ସେମାନଙ୍କ ପଛରେ ହଜାର ହଜାର ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି। ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରେ ଏପରି ଏକ ହୋଟେଲ ଖୋଲାଯାଇଛି। ଏହି ହୋଟେଲରେ କୁକୁରମାନେ ମସାଜ୍ ଓ ସ୍ପାର ମଜା ଉଠାଇବା ସହ ବିୟର ମଧ୍ୟ ପିଇ ପାରିବେ।

 

dogଏହି ହୋଟେଲ ନାଁ ହେଉଛି କ୍ରାଟିରିଟି। ଏଠାରେ କୁକୁରଙ୍କୁ ଗୋଟିଏ ରାତି ରହିବାକୁ ହେଲେ ମାଲିକଙ୍କୁ ପ୍ରାୟ ସାଢେ ଚାରି ହଜାର ଟଙ୍କା ଦେବାକୁ ପଡ଼ିଥାଏ । ଏଠାରେ କୁକୁରଙ୍କ ପାଇଁ ଆଡମ୍ୱର ପୂର୍ଣ୍ଣ ଭେଲବେଟ୍‌ କଭର୍ସ ବେଡ୍‌ ରହିଛି। ଏହାସହିତ ଟିଭି  ଓ ଗୋଟିଏ ସ୍ୱତନ୍ତ୍ର ବାଲକୁନି ମଧ୍ୟ ନିର୍ମାଣ କରାଯାଇଛି। ଛାତ ଉପରେ ଏକ ସୁଇମିଂ ପୁଲ୍‌ ରହିଛି। ଏହା ବ୍ୟତୀତ ଏଠାରେ କୁକୁରଙ୍କ ପାଇଁ  ଆୟୁର୍ବେଦିକ ତେଲରେ ମସାଜ୍‌ ଓ ସ୍ପାର ସୁବିଧା ମଧ୍ୟ ରହିଛି।

 

dogଏହି ହୋଟେଲରେ ୨୪ ଘଣ୍ଟା ଚିକିତ୍ସା ସୁବିଧା ରହିଛି। ଏମିତିକି ଅପରେସନ୍‌ ଥ୍ରିଏଟର ମଧ୍ୟ ରହିଛି। ଖେଳିବାକୁ ବିଭିନ୍ନ ସାମଗ୍ରୀ ବି ରହିଛି।  ଡଗ୍‌ କେଫ୍‌ରେ ବିଭିନ୍ନ ସ୍ୱାଦିଷ୍ଠ ଖାଦ୍ୟ ମଧ୍ୟ ପରସା ଯାଉଛି। ଚିକେନ୍-ଭାତ, ମାଫିନ, ପ୍ୟାନକେକ୍‌ ଓ ଆଇସକ୍ରିମ୍‌ ପରି ଖାଦ୍ୟ କୁକୁରମାନଙ୍କୁ ଏଠାରେ ଦିଆଯାଉଛି। କେବଳ ସେତିକି ନୁହେଁ ଆଲ୍‌କହଲ୍‌ ସହିତ ବିୟରର ମଧ୍ୟ ସୁବିଧା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos