ଛତିଶଗଡ଼ର ବେଆଇନ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ଭୁବନେଶ୍ୱର: ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ବେଆଇନ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ହୀରାକୁଦ ଉପର ମୁଣ୍ଡରେ ଛତିଶଗଡ଼ର ବେଆଇନ ପ୍ରକଳ୍ପ ନିର୍ମାଣକୁ ଚ୍ୟାଲେଞ୍ଜ କରି ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।  ବିବାଦର ସମାଧାନ ଲାଗି ଏକ ଟ୍ରି‍ବ୍ୟୁନାଲ ଗଠନ ଲାଗି ରାଜ୍ୟ ସରକାର ଆବେଦନ କରିଛନ୍ତି। ଏଥିରେ ଛତିଶଗଡ଼ ଓ କେନ୍ଦ୍ର ପକ୍ଷଭୁକ୍ତ ଅଛନ୍ତି। କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ତଥ୍ୟ ରଖିବା ଲାଗି ସମୟ ଗଡାଇ ଚାଲିଥିବାରୁ ଟ୍ରିବ୍ୟୁନାଲ ଗଠନ […]

Rakesh Mallick
  • Published: Monday, 09 October 2017
  • , Updated: 09 October 2017, 07:35 AM IST

ଭୁବନେଶ୍ୱର: ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ବେଆଇନ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ହୀରାକୁଦ ଉପର ମୁଣ୍ଡରେ ଛତିଶଗଡ଼ର ବେଆଇନ ପ୍ରକଳ୍ପ ନିର୍ମାଣକୁ ଚ୍ୟାଲେଞ୍ଜ କରି ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।  ବିବାଦର ସମାଧାନ ଲାଗି ଏକ ଟ୍ରି‍ବ୍ୟୁନାଲ ଗଠନ ଲାଗି ରାଜ୍ୟ ସରକାର ଆବେଦନ କରିଛନ୍ତି। ଏଥିରେ ଛତିଶଗଡ଼ ଓ କେନ୍ଦ୍ର ପକ୍ଷଭୁକ୍ତ ଅଛନ୍ତି। କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ତଥ୍ୟ ରଖିବା ଲାଗି ସମୟ ଗଡାଇ ଚାଲିଥିବାରୁ ଟ୍ରିବ୍ୟୁନାଲ ଗଠନ ପ୍ରକ୍ରିୟା ମଧ୍ୟ ଘୁଞ୍ଚି ଘୁଞ୍ଚି ଚାଲିଛି।

ଗତ ଅଗଷ୍ଟ ୨୮ ତାରିଖରେ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହୋଇଥିଲା। କେନ୍ଦ୍ର ତଥ୍ୟ  ରଖିପାରି ନ ଥିବାରୁ ୪ସପ୍ତାହ ସମୟ ମାଗିଥିଲା। ତେବେ ଜୁଲାଇ ୨୫ ଶୁଣାଣିରେ ଟ୍ରିବ୍ୟୁନାଲ୍ ଗଠନ ନେଇ  କ୍ୟାବିନେଟ୍  ଡ୍ରାଫ୍ଟ ପ୍ରସ୍ତୁତ ହୋଇଥିବା କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲା। ମାତ୍ର କେନ୍ଦ୍ର ସରକାର ତଥ୍ୟ  ଦାଖଲ କରିବାରେ ବିଫଳ ହେବାରୁ ମାମଲାର ଶୁଣାଣି ଘୁଞ୍ଚାଇ ଦେଇଥିଲେ ସୁପ୍ରିମକୋର୍ଟ।

Related story