‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ରୋଡ଼୍‌ ଶୋ’ରେ ୨୯ ଲକ୍ଷ ୪୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି’

ଭୁବନେଶ୍ୱର: ଭୁବନେଶ୍ୱରରେ ହୋଇଥିବା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭକୁ ନେଇ ବିଧାନସଭାରେ ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଏପରିକି ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ବାବଦକୁ ରାଜ୍ୟ ସରକାର କେତେ ଟଙ୍କା ଖର୍ଚ୍ଚ କରିଥିଲେ ତା’ର ହିସାବ ମାଗି ବିଧାନସଭାକୁ ଅଚଳ କରିଦେଇଥିଲେ। ଆଜି ସରକାର ଏହାର ଉତ୍ତର ରଖିଛନ୍ତି। ବିଧାନସଭାରେ ବିଧାୟକ ପ୍ରଫୁଲ୍ଲ ମାଝିଙ୍କ ପ୍ରଶ୍ନର ଉତ୍ତରରେ ଶିଳ୍ପମନ୍ତ୍ରୀ ବେବୀପ୍ରସାଦ ମିଶ୍ର କହିଥିଲେ,“ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ରୋଡ୍‌ ଶୋ’ରେ […]

odishaassembly

Rakesh Mallick
  • Published: Thursday, 08 December 2016
  • , Updated: 08 December 2016, 05:58 PM IST

ଭୁବନେଶ୍ୱର: ଭୁବନେଶ୍ୱରରେ ହୋଇଥିବା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭକୁ ନେଇ ବିଧାନସଭାରେ ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଏପରିକି ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ବାବଦକୁ ରାଜ୍ୟ ସରକାର କେତେ ଟଙ୍କା ଖର୍ଚ୍ଚ କରିଥିଲେ ତା’ର ହିସାବ ମାଗି ବିଧାନସଭାକୁ ଅଚଳ କରିଦେଇଥିଲେ। ଆଜି ସରକାର ଏହାର ଉତ୍ତର ରଖିଛନ୍ତି।

ବିଧାନସଭାରେ ବିଧାୟକ ପ୍ରଫୁଲ୍ଲ ମାଝିଙ୍କ ପ୍ରଶ୍ନର ଉତ୍ତରରେ ଶିଳ୍ପମନ୍ତ୍ରୀ ବେବୀପ୍ରସାଦ ମିଶ୍ର କହିଥିଲେ,“ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ରୋଡ୍‌ ଶୋ’ରେ ୨୯,୪୫,୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ରୋଡ୍‌ ଶୋ’ ଦିଲ୍ଲୀ, ହାଇଦ୍ରାବାଦ ଓ କୋଲକାତାରେ ହୋଇଥିଲା।”

ସେ କହିଥିଲେ,“ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ମାଧ୍ୟମରେ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ୧୨୬ଟି ସଂସ୍ଥା ଆଗ୍ରହୀ ଅଛନ୍ତି। ଏଥିପାଇଁ ୩,୬୪,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଏହି କମ୍ପାନୀମାନେ ପ୍ରତିଶ୍ରୁତି ଦେଇଛନ୍ତି।”

Related story