ମାଲକାନଗିରି: ୩ ମିଲିସିଆଙ୍କ ସମେତ ୧୫ ମାଓ ସମର୍ଥକଙ୍କ ଆତ୍ମସମର୍ପଣ

ମାଲକାନଗିରି: ଦୁର୍ବଳ ହେଉଛି ମାଓ ସଂଗଠନ। ମାଲକାନଗିରି ଏସପିଙ୍କ ନିକଟରେ ପୁଣି ୩ଜଣ ମିଲିସିଆଙ୍କ ସମେତ ୧୫ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ଏମାନେ ସମସ୍ତେ କାଲିମେଳା ଥାନା ସଙ୍ଗେଲ ଗାଁର। ମାଓ ସଂଗଠନର ନୀତି ଓ ଆଦର୍ଶରୁ ଓହରିଯାଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସେମାନେ ଇଛା ପ୍ରକାଶ କରି ଆତ୍ମ ସମର୍ପଣ କରିଥିବା ପୋଲିସ ଆଗରେ ପ୍ରକାଶ କରିଛନ୍ତି। ଗତ ୨ ମାସ ଭିତରେ ଜିଲ୍ଲାରେ  ପ୍ରାୟ ହଜାରେ ମାଓ ସମର୍ଥକ ଆତ୍ମସମର୍ପଣ କରି […]

maoist-supporters

Rakesh Mallick
  • Published: Wednesday, 04 November 2015
  • , Updated: 04 November 2015, 07:50 AM IST

ମାଲକାନଗିରି: ଦୁର୍ବଳ ହେଉଛି ମାଓ ସଂଗଠନ। ମାଲକାନଗିରି ଏସପିଙ୍କ ନିକଟରେ ପୁଣି ୩ଜଣ ମିଲିସିଆଙ୍କ ସମେତ ୧୫ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ଏମାନେ ସମସ୍ତେ କାଲିମେଳା ଥାନା ସଙ୍ଗେଲ ଗାଁର। ମାଓ ସଂଗଠନର ନୀତି ଓ ଆଦର୍ଶରୁ ଓହରିଯାଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସେମାନେ ଇଛା ପ୍ରକାଶ କରି ଆତ୍ମ ସମର୍ପଣ କରିଥିବା ପୋଲିସ ଆଗରେ ପ୍ରକାଶ କରିଛନ୍ତି। ଗତ ୨ ମାସ ଭିତରେ ଜିଲ୍ଲାରେ  ପ୍ରାୟ ହଜାରେ ମାଓ ସମର୍ଥକ ଆତ୍ମସମର୍ପଣ କରି ସାରିଲେଣି।

Related story