କଲେକ୍ଟର ଅଫିସରେ ନିଆଁ

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ୍‌ରେ ଅଗ୍ନିକାଣ୍ଡ ଘଟିଛି। ମାତ୍ର ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନି। ନିଆଁ ଜଳୁଥିବା ଦେଖି କାର୍ଯ୍ୟରତ କର୍ମଚାରୀମାନେ ଅଫିସ୍‌ରୁ ଦୌଡ଼ି ପଳାଇ ଆସିଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି। ନିଆଁର ପ୍ରକୋପ ଭୟଙ୍କର ହୋଇଥିବା ଅଗ୍ନିଶମ କର୍ମଚାରୀଙ୍କ ପକ୍ଷେ କଷ୍ଟକର ହେଉଛି। ଦୁଇଟି ଦମକଳ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିବା ଜଣାପଡ଼ିଛି।