ମାଲକାନଗିରି: ମାଓ ଭୟରେ ଭିଟାମାଟି ଛାଡ଼ିଲେ ଡାବୁଗୁଡ଼ା ଗାଁର ୫ଟି ପରିବାର

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରେ ମାଓ ଧମକରେ ଭୟଭୀତ ହୋଇ ଡାବୁଗୁଡ଼ା ଗାଁର ୫ଟି ପରିବାରର ୩୦ଜଣ ଲୋକ ଭିଟାମାଟି ଛାଡ଼ିଛନ୍ତି। ନିଜର ଜିନିଷପତ୍ର ଧରି ଗାଁ ଲୋକମାନେ ଗତକାଲି ରାତିରେ ଆସି କୁଡୁଗୁଲଗୁମାରେ ଆଶ୍ରୟ ନେଇଛନ୍ତି। ସେଠାରେ ପ୍ରଶାସନ ପକ୍ଷରୁ ସେମାନଙ୍କର ରହିବା ବ୍ୟବସ୍ଥା କରାଯାଇଛି। ଗତ ୨୪ ତାରିଖରେ ବିଚ୍ଛିନ୍ନାଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ଟପ୍‌ ୧୦ ମାଓନେତାଙ୍କୁ  ମିଶାଇ ୩୦ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା।  ଜଙ୍ଗଲରେ  ମାଓବାଦୀଙ୍କ ଉପସ୍ଥିତି ନେଇ  ଡାବୁଗୁଡ଼ା  ଗାଁ […]

malkangiri-villagers

Rakesh Mallick
  • Published: Tuesday, 15 November 2016
  • , Updated: 15 November 2016, 01:29 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରେ ମାଓ ଧମକରେ ଭୟଭୀତ ହୋଇ ଡାବୁଗୁଡ଼ା ଗାଁର ୫ଟି ପରିବାରର ୩୦ଜଣ ଲୋକ ଭିଟାମାଟି ଛାଡ଼ିଛନ୍ତି। ନିଜର ଜିନିଷପତ୍ର ଧରି ଗାଁ ଲୋକମାନେ ଗତକାଲି ରାତିରେ ଆସି କୁଡୁଗୁଲଗୁମାରେ ଆଶ୍ରୟ ନେଇଛନ୍ତି। ସେଠାରେ ପ୍ରଶାସନ ପକ୍ଷରୁ ସେମାନଙ୍କର ରହିବା ବ୍ୟବସ୍ଥା କରାଯାଇଛି।

ଗତ ୨୪ ତାରିଖରେ ବିଚ୍ଛିନ୍ନାଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ଟପ୍‌ ୧୦ ମାଓନେତାଙ୍କୁ  ମିଶାଇ ୩୦ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା।  ଜଙ୍ଗଲରେ  ମାଓବାଦୀଙ୍କ ଉପସ୍ଥିତି ନେଇ  ଡାବୁଗୁଡ଼ା  ଗାଁ ଲୋକେ ପୋଲିସକୁ  ସୂଚନା  ଦେଇଥିବା ଲାଲବାହିନୀ ଅଭିଯୋଗ କରିଛି।

ଏଥିସହିତ ମାଓ ସଙ୍ଗଠନରେ ଗ୍ରାମବାସୀଙ୍କୁ ସାମିଲ ହେବାପାଇଁ ବାଧ୍ୟ କରାଯାଉଥିବା ଗାଁ ଲୋକେ କହିଛନ୍ତି। ଫଳରେ ଭୟଭୀତ ହୋଇ ଡାବୁଗୁଡ଼ାର ୫ଟି ପରିବାର ଗାଁ ଛାଡ଼ି ଯିବାକୁ  ବାଧ୍ୟ ହୋଇଥିବା କହିଛନ୍ତି।

Related story