ମାଲକାନଗିରି ଶିଶୁମୃତ୍ୟୁର ଅନ୍ୟ ଏକ କାରଣ ଏନ୍‌ସେଫାଲୋପାଥି

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାରେ ଜ୍ୱର ୧୧୩ ଜଣ ଶିଶୁଙ୍କ ଜୀବନ ନେଇଣି। ଜାପାନିଜ ଏନ୍‌ସେଫାଲାଇଟିସ୍‌ ଯୋଗୁଁ ଏହି ଶୁଶୁଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିଲା। ତେବେ କେବଳ ଏନ୍‌ସେଫାଲାଇଟିସ୍‌ ନୁହେଁ ଏନ୍‌ସେଫାଲୋପାଥି ମଧ୍ୟ ଶିଶୁ ମୃତ୍ୟୁର ଅନ୍ୟ ଏକ କାରଣ ବୋଲି ଜଣାପଡିଛି। କେନ୍ଦ୍ରୀୟ ବିଶେଷଜ୍ଞ ଦଳର ମଧ୍ୟବର୍ତ୍ତିକାଳୀନ ରିପୋର୍ଟରେ ଏହା କୁହାଯାଇଛି। କେନ୍ଦ୍ରୀୟ ବିଶେଷଜ୍ଞ ଦଳ ମୁଖ୍ୟ ଜାକବ ଜନ୍‌ ଏ ନେଇ ଆଜି ସୂଚନା ଦେଇଛନ୍ତି। ଜନ୍‌ଙ୍କ ସହ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ମଧ୍ୟ […]

encephalitis

Rakesh Mallick
  • Published: Friday, 18 November 2016
  • , Updated: 18 November 2016, 09:39 PM IST

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାରେ ଜ୍ୱର ୧୧୩ ଜଣ ଶିଶୁଙ୍କ ଜୀବନ ନେଇଣି। ଜାପାନିଜ ଏନ୍‌ସେଫାଲାଇଟିସ୍‌ ଯୋଗୁଁ ଏହି ଶୁଶୁଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିଲା। ତେବେ କେବଳ ଏନ୍‌ସେଫାଲାଇଟିସ୍‌ ନୁହେଁ ଏନ୍‌ସେଫାଲୋପାଥି ମଧ୍ୟ ଶିଶୁ ମୃତ୍ୟୁର ଅନ୍ୟ ଏକ କାରଣ ବୋଲି ଜଣାପଡିଛି। କେନ୍ଦ୍ରୀୟ ବିଶେଷଜ୍ଞ ଦଳର ମଧ୍ୟବର୍ତ୍ତିକାଳୀନ ରିପୋର୍ଟରେ ଏହା କୁହାଯାଇଛି।

କେନ୍ଦ୍ରୀୟ ବିଶେଷଜ୍ଞ ଦଳ ମୁଖ୍ୟ ଜାକବ ଜନ୍‌ ଏ ନେଇ ଆଜି ସୂଚନା ଦେଇଛନ୍ତି। ଜନ୍‌ଙ୍କ ସହ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ମଧ୍ୟ ଏଥିରେ ଏକମତ ହୋଇଛନ୍ତି। ଆହୁଜା କହିଛନ୍ତି,“କେବଳ ଏନ୍‌ସେଫାଲାଇଟିସ୍‌ ନୁହେଁ, ଏନ୍‌ସେଫାଲୋପାଥି ମଧ୍ୟ ଶିଶୁଙ୍କ ମୃତ୍ୟୁ କାରଣ। ବଣ ଚାକୁଣ୍ଡା ଫଳ ଖାଇବା ଯୋଗୁଁ ଏନ୍‌ସେଫାଲୋପାଥିରେ ଆକ୍ରାନ୍ତ ହୋଇ ଶିଶୁଙ୍କ ମୃତ୍ୟୁ ଘଟିଛି। ୫ଟି ନମୁନା ପରୀକ୍ଷା ପାଇଁ ଲକ୍ଷ୍ନୌ ପଠାଯାଇଥିଲା। ସବୁ ନମୁନାରେ ବଣ ଚାକୁଣ୍ଡାରେ ଥିବା ଟକ୍‌ସିନ ରହିଥିବା ପ୍ରମାଣ ମିଳିଛି। ଏହାର ଅଧିକ ଯାଞ୍ଚ କରାଯାଉଛି। ଶୀଘ୍ର ସବିଶେଷ ତଥ୍ୟ ମିଳିଯିବ।”

Related story