ରାମ ସେତୁକୁ ନେଇ ସାମ୍ନାକୁ ଆସିଲା ଆଉ ଏକ ରହସ୍ୟ, ଏଥର ଭିଡିଓରେ ସବୁକିଛି    

ନୂଆଦିଲ୍ଲୀ: ଆଜି ବି ରହସ୍ୟମୟ ରାମାୟଣର ରାମ ସେତୁ। ଏହି ସେତୁର ନିର୍ମାଣ ଶୈଳୀ ଏବଂ ବ୍ୟବହାର ହୋଇଥିବା ବୈଷୟିକ ଜ୍ଞାନ କୌଶଳ ବିଶେଷଜ୍ଞକୁ ତାଜୁବ୍‌ କରି ଦିଏ। ପୌରାଣିକ ତଥ୍ୟ ଅନୁଯାୟୀ ଏହି ସେତୁ ଭଗବାନ ରାମଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା।  କିନ୍ତୁ ଏହି ତଥ୍ୟକୁ ଅନେକ ଅସ୍ୱୀକାର କରନ୍ତି।  ଅନେକଙ୍କ କହିବା ଅନୁଯାୟୀ ସେମିତି କିଛି ସେତୁ ବନ୍ଧ ନାହିଁ। ତଥାପି ସେତୁକୁ ନେଇ ହୋଇଥିବା ଅଧ୍ୟୟନରୁ ବହୁ ରୋଚକ ତଥ୍ୟ ମିଳିଛି। ଏବେ […]

k-uuu

k-uuu

Rakesh Mallick
  • Published: Wednesday, 13 December 2017
  • Updated: 13 December 2017, 05:19 PM IST

Sports

Latest News

ନୂଆଦିଲ୍ଲୀ: ଆଜି ବି ରହସ୍ୟମୟ ରାମାୟଣର ରାମ ସେତୁ। ଏହି ସେତୁର ନିର୍ମାଣ ଶୈଳୀ ଏବଂ ବ୍ୟବହାର ହୋଇଥିବା ବୈଷୟିକ ଜ୍ଞାନ କୌଶଳ ବିଶେଷଜ୍ଞକୁ ତାଜୁବ୍‌ କରି ଦିଏ। ପୌରାଣିକ ତଥ୍ୟ ଅନୁଯାୟୀ ଏହି ସେତୁ ଭଗବାନ ରାମଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା।  କିନ୍ତୁ ଏହି ତଥ୍ୟକୁ ଅନେକ ଅସ୍ୱୀକାର କରନ୍ତି।  ଅନେକଙ୍କ କହିବା ଅନୁଯାୟୀ ସେମିତି କିଛି ସେତୁ ବନ୍ଧ ନାହିଁ। ତଥାପି ସେତୁକୁ ନେଇ ହୋଇଥିବା ଅଧ୍ୟୟନରୁ ବହୁ ରୋଚକ ତଥ୍ୟ ମିଳିଛି। ଏବେ ସେମିତି କିଛି ତଥ୍ୟ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି।

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ନିର୍ମାଣ ହୋଇଥିବା ଏହି ସେତୁର ଅସ୍ତିତ୍ୱ ଥିବା ନେଇ ଆମେରିକାର ଏକ ଟିଭି ଚାନେଲ ଦାବି କରିଛି। ସମ୍ପୃକ୍ତ ଚାନେଲର ଦାବି ଅନୁଯାୟୀ, ଏହି ସେତୁଟି ପ୍ରାକୃତିକ ନୁହଁ  ବରଂ ଏହାକୁ ମଣିଷ ହିଁ ତିଆରି କରିଛି। ଆମେରିକାର ସାଇନ୍ସ ଚାନେଲ ଏ ବିଷୟରେ ଅନେକ କିଛି ତଥ୍ୟ ରଖିଛି।  ଏହି ଚାନେଲରେ  ‘what on earth’ କାର୍ଯ୍ୟକ୍ରମରେ ବିଜ୍ଞାନ ଦ୍ୱାରା ଆଧାରିତ ତଥ୍ୟକୁ ପରିବେଶଣ କରାଯାଇଥାଏ। କେତେକ ପ୍ରତ୍ନତତ୍ୱବିତ ଏବଂ ଭୂ-ତତ୍ୱବିତଙ୍କ ଦ୍ୱାରା ସେଟଲାଇଟ୍‌ ମାଧ୍ୟମରେ ଏହି ରାମସେତୁ ଫଟୋ ଉଠାଯାଇଥିବା ବେଳେ ତାହା ସମ୍ପୃକ୍ତ ଚାନେଲରେ ପରିବେଶଣ କରାଯାଇଛି।

ଏନେଇ ଏକ ଭିଡିଓ ମଧ୍ୟ ସୁଟ୍‌ କରାଯାଇଛି। ଯେଉଁଥିରେ ସେତୁ ସମ୍ବନ୍ଧରେ ଦୃଶ୍ୟମାନ ହେଉଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି। ବୈଜ୍ଞାନିକଙ୍କ କହିବା ଅନୁଯାୟୀ  ଯେଉଁ ପଥରରେ ଏହି ଏହି ସେତୁ ନିର୍ମାଣ ହୋଇଛି ତାହା ଖୁବ୍‌ ପୁରାତନ। ଆମେରିକାର ଉକ୍ତ ଟିଭି ଚାନେଲ ରାମ ସେତୁ ସମ୍ପର୍କରେ ଖୋଲାସା କରିବା ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ମୁତି ଇରାଣୀ ଟ୍ୱିଟ୍‌ କରି ‘ ଜୟ ଶ୍ରୀ ରାମ’ ବୋଲି ଉଲ୍ଲେଖି କରିଛନ୍ତି।

ରାମ ସେତୁ ସମ୍ପର୍କରେ କିଛି ତଥ୍ୟ

ଶ୍ରୀଲଙ୍କାର ମାନର ଦ୍ୱୀପ ଏବଂ ଭାରତର ରାମେଶ୍ୱରମକୁ ସଂଯୋଗ କରୁଥିବା ଏହି ସେତୁକୁ ବିଶ୍ୱସ୍ତରରେ ‘ଆଦାମ ବ୍ରିଜ୍‌’ ବୋଲି କୁହାଯାଉଛି।  ହିନ୍ଦୁ ପୁରାଣ ଅନୁଶାରେ ଅଯୋଧ୍ୟାର ରାଜା ଶ୍ରୀରାମଙ୍କ ଦ୍ୱାରା ଏହି ସେତୁ ବନ୍ଧ ନିର୍ମାଣ ହୋଇଥିଲା। ବାନରସେନାଙ୍କ ସହଯୋଗରେ ନଳ ଏବଂ ନୀଳ ନାମକ ଦୁଇ ଜଣ ବାନର ଏହି ସେତୁ ନିର୍ମାଣର ନେତୃତ୍ୱ ନେଇଥିଲେ। ଏହି ବାଟ ଦେଇ ଲଙ୍କାରୁ  ପ୍ରଭୁ ଶ୍ରୀ ରାମ ପତ୍ନୀ ସୀତାକୁ ଆଣିଥିଲେ। ୨୦୦୫ରେ ଭାରତ ସରକାର  ଏହାକୁ ସେତୁସମୁଦ୍ରମ ପ୍ରକଳ୍ପଭାବେ ଘୋଷଣା କରିଥିଲେ। ଏହି ବନ୍ଧକୁ ଭାଙ୍ଗି ୧୩ଟି ବିମାନ ବନ୍ଦର ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ପରେ ଏହାକୁ  ଘୋର ବିରୋଧ କରାଯାଇଥିଲା। ଯେଉଁ ପ୍ରକଳ୍ପଟି ଅଧାରୁ ଅଟକି ଯାଇଛି।

https://twitter.com/ScienceChannel/status/940259901166600194

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story