ଭାରତର ଗୋଲ୍‌ଡେନ୍‌ ବୟ ସନି: ଜୋତା ଠାରୁ ଗାଡ଼ି ସବୁ ସୁନା

ନୂଆଦିଲ୍ଲୀ: ଧନୀ ହେବାକୁ କିଏ ଅବା ସ୍ୱପ୍ନ ନ ଦେଖେ? ଧନୀ ହୋଇ ଆରାମରେ ଜୀବନ ବିତାଇବା ପାଇଁ ଆମେମାନେ ପ୍ରାୟ  ସମସ୍ତେ ସ୍ୱପ୍ନ ଦେଖୁ। ଆମ ଦେଶରେ ଧନୀ ଲୋକମାନେ ସବୁଠୁ ଅଧିକ ସୁନାକୁ ଭଲ ପାଆନ୍ତି। ଆମର ଏଠାରେ ସୁନା ସୌଖୀନଙ୍କ ସଂଖ୍ୟା କିଛି କମ୍ ନୁହେଁ। କିଏ ସୁନାର ସାର୍ଟ ପିନ୍ଧୁଛି ତ କିଏ ଶରୀରରେ ଅଧିକରୁ ଅଧିକ ସୁନା ଅଳଙ୍କାର ପିନ୍ଧିବାକୁ ପସନ୍ଦ କରୁଛନ୍ତି। ବଲିଉଡ୍‌ ସିଙ୍ଗର୍‌ ବପ୍ପୀ ଲହିରିଙ୍କ କଥା […]

gold-man

gold-man

Rakesh Mallick
  • Published: Thursday, 09 November 2017
  • Updated: 09 November 2017, 11:50 AM IST

Sports

Latest News

ନୂଆଦିଲ୍ଲୀ: ଧନୀ ହେବାକୁ କିଏ ଅବା ସ୍ୱପ୍ନ ନ ଦେଖେ? ଧନୀ ହୋଇ ଆରାମରେ ଜୀବନ ବିତାଇବା ପାଇଁ ଆମେମାନେ ପ୍ରାୟ  ସମସ୍ତେ ସ୍ୱପ୍ନ ଦେଖୁ। ଆମ ଦେଶରେ ଧନୀ ଲୋକମାନେ ସବୁଠୁ ଅଧିକ ସୁନାକୁ ଭଲ ପାଆନ୍ତି। ଆମର ଏଠାରେ ସୁନା ସୌଖୀନଙ୍କ ସଂଖ୍ୟା କିଛି କମ୍ ନୁହେଁ। କିଏ ସୁନାର ସାର୍ଟ ପିନ୍ଧୁଛି ତ କିଏ ଶରୀରରେ ଅଧିକରୁ ଅଧିକ ସୁନା ଅଳଙ୍କାର ପିନ୍ଧିବାକୁ ପସନ୍ଦ କରୁଛନ୍ତି। ବଲିଉଡ୍‌ ସିଙ୍ଗର୍‌ ବପ୍ପୀ ଲହିରିଙ୍କ କଥା ନିଆଯାଉ। ସେ ସୁନା ଅଳଙ୍କାର ପିନ୍ଧିବାକୁ ନେଇ ଅଧିକ ଚର୍ଚ୍ଚିତ। କିନ୍ତୁ ବର୍ତ୍ତମାନ ସମସ୍ତଙ୍କୁ  ଟପି ଯାଇଛନ୍ତି ମହାରାଷ୍ଟ୍ରର ଜଣେ ବ୍ୟକ୍ତି। ତାଙ୍କ ନାଁ ସନି ବାଘଚୌରେ। ତାଙ୍କ ପାଖରେ ସୁନାର ଜୋତା ଠାରୁ ଆରମ୍ଭ କରି କାର୍‌ ଓ ମୋବାଇଲ ଫୋନ୍‌ ରହିଛି।

ଆସନ୍ତୁ ଜାଣିବା ସନିଙ୍କ ସମ୍ପର୍କରେ…

sunnyବଲିଉଡ୍‌ର ସେଲିବ୍ରେଟିଙ୍କ ସହ ସନିଙ୍କୁ ସବୁବେଳେ ଦେଖିବାକୁ ମିଳିଥାଏ। ଅଭିନେତା ବିବେକ ଓବରାୟ ତାଙ୍କର ଜଣେ ଭଲ ବନ୍ଧୁ। ବିବେକ ଯୁଆଡ଼େ ବି ଗଲେ  ସନି ତାଙ୍କ ସହ ଯାଆନ୍ତି। ଫିଲ୍ମ ପ୍ରମୋସନ ପାଇଁ ବିବେକ ଯେତେବେଳେ କପିଲ ଶର୍ମା ଶୋ’କୁ ଯାଇଥିଲେ, ତାଙ୍କ ସହ ସନି ମଧ୍ୟ ଉପସ୍ଥିତ ଥିଲେ। ସନିଙ୍କୁ ଦେଖି କପିଲ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ସମୟରେ ସନି ସୁନାର ଜୋତା ସହିତ ଅନେକ ସୁନା ଅଳଙ୍କାର ପିନ୍ଧିଥିଲେ। ସନିଙ୍କର ସଲମାନ ଖାନ୍ ଓ ଅନ୍ୟ କଳାକାରଙ୍କ ସହ ମଧ୍ୟ  ଭଲ ସମ୍ପର୍କ ରହିଛି।

ଆହୁରି ମଧ୍ୟ ପଢନ୍ତୁ: ରେକର୍ଡ ନିଶା ଏମିତି: କିଛି ବି କରିପାରନ୍ତି ଏମାନେ

ପିଲାଟି ଦିନରୁ ସନିଙ୍କର ସୁନା ପ୍ରତି ଦୁର୍ବଳତା ରହି ଆସିଛି। ତାଙ୍କ ଗଳାରେ ସେ ଅନେକ ସୁନା ଚେନ୍ ପିନ୍ଧନ୍ତି। ହାତରେ ସୁନାର ବ୍ରେସଲେଟ୍‌, ବଳା ଓ ଘଡ଼ି ପିନ୍ଧିଥାନ୍ତି। କେବଳ ସେତିକି ନୁହେଁ ତାଙ୍କ ପାଖରେ ସୁନାର ଏକ ଅଡି କାର୍‌ ମଧ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos