ଜଣେ ପୁରୁଷଙ୍କ ଭିତରେ କ’ଣ ଖୋଜନ୍ତି ବିଶ୍ୱସୁନ୍ଦରୀ?

ମିସ୍ ୱାର୍ଲ୍‌ଡ୍ ମାନୁଷି ଚିଲ୍ଲର ଏବେ ସବୁଠି ଚର୍ଚ୍ଚାରେ। ସାଧାରଣ ଲୋକଙ୍କ ମଧ୍ୟରେ ହେଉ କି ଗଣମାଧ୍ୟମରେ, ଅବା ବଲିଉଡରେ, ସବୁଆଡେ ବିଶ୍ୱ ସୁନ୍ଦରୀଙ୍କର ଜୋରଦାର ଚର୍ଚ୍ଚା। ନିକଟରେ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ ବଲିଉଡରେ ଆମୀର ଖାନ୍‌ଙ୍କ ସହ ଫିଲ୍ମ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। କେବଳ ଏତିକି ନୁହେଁ ଆମୀରଙ୍କର ଢେର ପ୍ରଶଂସା ମଧ୍ୟ ଚିଲ୍ଲର୍‌ କରିଥିଲେ। ତେବେ ସେ ଏବେ ପୁରୁଷଙ୍କୁ ନେଇ ତାଙ୍କର ଚିନ୍ତାଧାରା ବିଷୟରେ ଗଣମାଧ୍ୟମରେ ପ୍ରକାଶ […]

Manushi

Manushi

Ordigital Desk
  • Published: Tuesday, 05 December 2017
  • Updated: 05 December 2017, 05:35 PM IST

Sports

Latest News

ମିସ୍ ୱାର୍ଲ୍‌ଡ୍ ମାନୁଷି ଚିଲ୍ଲର ଏବେ ସବୁଠି ଚର୍ଚ୍ଚାରେ। ସାଧାରଣ ଲୋକଙ୍କ ମଧ୍ୟରେ ହେଉ କି ଗଣମାଧ୍ୟମରେ, ଅବା ବଲିଉଡରେ, ସବୁଆଡେ ବିଶ୍ୱ ସୁନ୍ଦରୀଙ୍କର ଜୋରଦାର ଚର୍ଚ୍ଚା। ନିକଟରେ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ ବଲିଉଡରେ ଆମୀର ଖାନ୍‌ଙ୍କ ସହ ଫିଲ୍ମ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। କେବଳ ଏତିକି ନୁହେଁ ଆମୀରଙ୍କର ଢେର ପ୍ରଶଂସା ମଧ୍ୟ ଚିଲ୍ଲର୍‌ କରିଥିଲେ। ତେବେ ସେ ଏବେ ପୁରୁଷଙ୍କୁ ନେଇ ତାଙ୍କର ଚିନ୍ତାଧାରା ବିଷୟରେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଆସନ୍ତୁ ଜାଣିବା ପୁରୁଷଙ୍କୁ ନେଇ କ’ଣ ଭାବନ୍ତି ମିସ୍ ୱାର୍ଲଡ୍।

ଉକ୍ତ ପ୍ରୋଗ୍ରାମର ‘ଖୁବ୍‌ସୁରତ୍’ ନାମକ ଏକ ସେସନରେ ତାଙ୍କୁ ପଚରା ଯାଇଥିଲା ଯେ ତାଙ୍କ ନଜର୍‌ରେ ପରପେକ୍ଟ ମ୍ୟାନ୍‌ର ପରିଭାଷା କ’ଣ? ଏହାର ଉତ୍ତରରେ ମାନୁଷୀ କହିଥିଲେ, ଯାହା ପାଖରେ ଭଲ ସେନ୍ସ୍ ଅଫ୍ ହ୍ୟୁମର ଓ ଜ୍ଞାନ ରହିଛି ସେ ହିଁ ମୋ ନଜରରେ ପରଫେକ୍ଚ ମ୍ୟାନ୍। ମାନୁଷୀଙ୍କ ଏହି ବୟାନ ପରେ ପ୍ରୋଗ୍ରାମର ହୋଷ୍ଟ ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ପୁରୁଷଙ୍କ ସୌନ୍ଦର୍ଯ୍ୟର କ’ଣ କିଛି ମୂଲ୍ୟ ନାହିଁ? ତେବେ ଏହି ପ୍ରଶ୍ନର ଉତ୍ତର ବିଶ୍ୱ ସୁନ୍ଦରୀଙ୍କ ପାଇଁ କ’ଣ ହୋଇପାରେ ଏକଥା ତ ସମସ୍ତେ କହିଦେବେ। ଯିଏ ନିଜ ସୌନ୍ଦର୍ଯ୍ୟ ପାଇଁ ବିଶ୍ୱ ସୁନ୍ଦରୀର ଆକ୍ଷା ପାଇଛନ୍ତି ତାଙ୍କ ପାଇଁ ତ ସୌନ୍ଦର୍ଯ୍ୟର ମୂଲ୍ୟ ବହୁତ କିଛି ହୋଇଥିବ। ଏମିତି କିଛି ଚିନ୍ତା ଆପଣଙ୍କ ମନରେ ଆସୁଥିବ। ହେଲେ ମାନୁଷୀଙ୍କ ଚିନ୍ତାଧାରା ସମ୍ପୂର୍ଣ୍ଣ ଅଲଗା। ସେ ଏହି ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ତାଙ୍କ ପାଇଁ ସେନ୍ସ୍ ଅଫ୍ ହ୍ୟୁମର, ଓ ଜ୍ଞାନ ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଲୁକ୍ସ୍ ତାଙ୍କ ପାଇଁ ମ୍ୟାଟର୍ କରେନାହିଁ ବୋଲି ସେ କହିଥିଲେ। ଖୁବ୍ ମଜାଳିଆ ଅନ୍ଦାଜରେ ମାନୁଷୀ କହିଥିଲେ ଯେ, “ମୁଁ ସୁନ୍ଦର ତେଣୁ ମୋ ସମ୍ନାରେ ଥିବା ବ୍ୟକ୍ତିଙ୍କ ସୌନ୍ଦର୍ଯ୍ୟରୁ ମୋତେ କିଛି ଫରକ ପଡ଼େ ନାହିଁ। ମୁଁ ନିଜ ସୌନ୍ଦର୍ଯ୍ୟରେ ତାକୁ ବାଲାନ୍ସ୍ କରିପାରିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos