ଶେଷରେ ଧରାପଡ଼ିଲା ଆତଙ୍କ ସୃଷ୍ଟି କରିଥିବା ହନୁ

Ordigital Desk
  • Published: Friday, 10 November 2017
  • , Updated: 10 November 2017, 11:33 AM IST
<p>ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ହନୁ ମାଙ୍କଡ଼ ଶେଷରେ ଧରାପଡ଼ିଛି। ଆଜି ସକାଳେ ଶିମିଳିପାଳରୁ ଆସିଥିବା ଏକ ସ୍ୱତନ୍ତ୍ର ମାଙ୍କଡ଼ ଧରାଳି ଟିମ୍ ଓ ବିନ ବିଭାଗର ମିଳିତ ପ୍ରୟାସରେ ଟ୍ରାଙ୍କୁଲାଇଜର ଦିଆଯାଇ ମାଙ୍କଡ଼କୁ କାବୁ କରାଯାଇଛି। ମାଙ୍କଡ଼ଟିକୁ କୁଲଡିହା ଅଭୟାରଣ୍ୟରେ ଛଡ଼ାଯାଇଛି।</p> <p>ହନୁ ମାଙ୍କଡ଼କୁ ଧରିବା ଲାଗି ବନ ବିଭାଗ ଓ ମାଙ୍କଡ଼ିଆ ଜାତିର ଲୋକ ଜାଲ ବିଛାଠାରୁ ଆରମ୍ଭ କରି ବିଭିନ୍ନ ପ୍ରୟାସ କରିଥିଲେ ମଧ୍ୟ ଏହା ଫେଲ୍ ମାରିଥିଲା। ପରେ ଗତକାଲି ଅପରାହ୍ନରେ ଶିମିଳିପାଳରୁ ଆସିଥିବା ଏକ ସ୍ୱତନ୍ତ୍ର ମାଙ୍କଡ଼ ଧରାଳି ଟିମ୍ ନିଶା ଇଞ୍ଜେକସନ୍&zwnj; ଦେଇଥିଲା। &nbsp;କିନ୍ତୁ ମାଙ୍କଡ଼କୁ କାବୁ କରାଯାଇ ପାରି ନଥିଲା।</p> <p>ଏହି ମାଙ୍କଡ଼ ଆକ୍ରମଣରେ ୧୩ ଜଣ &nbsp;ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗତ କିଛି ଦିନ ତଳେ ମାଙ୍କଡ଼ଟି ଜଙ୍ଗଲରୁ ପଳାଇ ଆସିଥିଲା।</p>

Related story