କୁଆଡ଼େ ଯାଉଛି ଅମ୍ୱାନୀଙ୍କ ଘର ‘ଆଣ୍ଟିଲିଆ’ର ଆବର୍ଜନା? ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର୍

ମୁମ୍ବାଇ: କଥାରେ ଅଛି ବଡ଼ଘର ବଡ଼ ଗୁମର କଥା। ବଡ଼ ବଡ଼ ଲୋକଙ୍କ ଘରର ସବୁ କଥାକୁ ନେଇ ଚର୍ଚ୍ଚା କରନ୍ତି ସାଥାରଣ ଲୋକ। ଗୁଡ଼ାଏ ଗୁଲିଗପ ବି ହୁଏ। ଏହାର ଏକ ବଡ଼ ଉଦାହରଣ ହେଲେ ଭାରତର ସର୍ବଶ୍ରେଷ୍ଠ ଧନୀ ତଥା ରିଲାଏନ୍ସ ଗ୍ରୁପ୍‌ର ମୁଖ୍ୟ ମୁକେଶ ଅମ୍ବାନୀ। ତାଙ୍କ ବ୍ୟବସାୟକୁ ନେଇ ଯେତେ ଚର୍ଚ୍ଚା ହୁଏନି, ତାଙ୍କ ଘର ‘ଆଣ୍ଟିଲିଆ’କୁ ନେଇ ସାଧାରଣ ଲୋକଙ୍କ ସ୍ତରରେ ବେଶୀ ଚର୍ଚ୍ଚା ହୁଏ, ଯେମିତି ରାଜାରାଜୁଡ଼ା ସମୟରେ […]

mukesh

mukesh

Rakesh Mallick
  • Published: Monday, 13 November 2017
  • Updated: 13 November 2017, 09:14 PM IST

Sports

Latest News

ମୁମ୍ବାଇ: କଥାରେ ଅଛି ବଡ଼ଘର ବଡ଼ ଗୁମର କଥା। ବଡ଼ ବଡ଼ ଲୋକଙ୍କ ଘରର ସବୁ କଥାକୁ ନେଇ ଚର୍ଚ୍ଚା କରନ୍ତି ସାଥାରଣ ଲୋକ। ଗୁଡ଼ାଏ ଗୁଲିଗପ ବି ହୁଏ। ଏହାର ଏକ ବଡ଼ ଉଦାହରଣ ହେଲେ ଭାରତର ସର୍ବଶ୍ରେଷ୍ଠ ଧନୀ ତଥା ରିଲାଏନ୍ସ ଗ୍ରୁପ୍‌ର ମୁଖ୍ୟ ମୁକେଶ ଅମ୍ବାନୀ। ତାଙ୍କ ବ୍ୟବସାୟକୁ ନେଇ ଯେତେ ଚର୍ଚ୍ଚା ହୁଏନି, ତାଙ୍କ ଘର ‘ଆଣ୍ଟିଲିଆ’କୁ ନେଇ ସାଧାରଣ ଲୋକଙ୍କ ସ୍ତରରେ ବେଶୀ ଚର୍ଚ୍ଚା ହୁଏ, ଯେମିତି ରାଜାରାଜୁଡ଼ା ସମୟରେ ହେଉଥିଲା, ରାଜଉଆସକୁ ନେଇ।

ଏବେକାର ସଦ୍ୟତମ ଚର୍ଚ୍ଚାଟି ହେଲା, ମୁକେଶଙ୍କ ବିଶାଳ ପ୍ରାସାଦ ଆଣ୍ଟିଲିଆରୁ ବାହାରୁଥିବା ବର୍ଜ୍ୟ ବା ଆବର୍ଜନା ଯାଉଛି କୁଆଡ଼େ? ଏ କଥା ବୋଧହୁଏ ଆପଣମାନେ ସମସ୍ତେ ଜାଣିଥିବେ ଯେ, ମୁକେଶଙ୍କ ଏହି ହାଇଫାଇ ଘର, ଯାହାର ନାଁ ସେ ରଖିଛନ୍ତି ଆଣ୍ଟିଲିଆ, ଏହା ହେଉଛି ଆମ ଦେଶର ସବୁଠାରୁ ବୃହତ ବ୍ୟକ୍ତିଗତ ଆବାସ ସ୍ଥଳୀ। ତେଣୁ ଘର ଯେତେବେଳେ ଏତେବଡ଼ ଏଥିରୁ ଆବର୍ଜନା ମଧ୍ୟ ସେତେ ଅଧିକ ବାହାରିବା ସ୍ୱଭାବିକ। ଏ ଘରଟିରେ ରହିଛି ୨୭ ମହଲା କୋଠା। ଏହାର ଦେଖାଶୁଣା କରିବାକୁ ଅଛନ୍ତି ୬୦୦ ଜଣ ଚାକର ବା ଘରୋଇ ସହାୟକ। ଏତେବଡ଼ ଘରୁ ତ ଗୁଡ଼ାଏ ଅଳିଆ ବାହାରିବା ସ୍ୱବାବିକ। ତେଣୁ ଏହାକୁ ନେଇ ସୋସିଆଲ୍ ମିଡିଆରେ ନାନା ଚର୍ଚ୍ଚା ହୁଏ ଓ ହେଉଛି। ତେବେ ବାସ୍ତବରେ ଏ ଅଳିଆ କଣ ହୁଏ ତାହା ଜାଣନ୍ତୁ।

ମୁକେଶଙ୍କ ଘର ଆଣ୍ଟିଲିଆରୁ ବାହାରୁଥିବା ଅଳିଆରେ ପ୍ରକୃତରେ ବିଜୁଳି ତିଆରି ହୁଏ। ଏଥିରୁ ବିଜୁଳି ଉତ୍ପାଦନ ପାଇଁ ସବୁପ୍ରକାର ବ୍ୟବସ୍ଥା କରାଯାଇଛି। ଘରୁ ଦୈନିକ ବାହାରୁଥିବା ଅଳିଆ ବା ଆବର୍ଜନାକୁ ପ୍ରସେସ୍ କରିବାକୁ ଆଣ୍ଟିଲିଆ ପରିସରରେ ସ୍ୱତନ୍ତ୍ର ପ୍ଲାଣ୍ଟ ରହିଛି। ତେଣୁ ମୁକେଶଙ୍କ ଘରୁ ବାହାରୁଥିବା ଅଳିଆ ଆବର୍ଜନାକୁ କେବେ ଫିଙ୍ଗାଯାଏ ନାହିଁ। ବ୍ୟବସ୍ଥା ମୁତାବକ ପ୍ରଥମେ ଶୁଖିଲା ଆବର୍ଜନା ଏବଂ ଓଦା ଆବର୍ଜନାକୁ ଅଲଗା କରି ରଖି ଦିଆଯାଏ। ତା ପରେ ତାକୁ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟକୁ ପଠାଇ ସେଠାରେ ବିଜୁଳି ଉତ୍ପାଦନ ପାଇଁ ବ୍ୟବସ୍ଥା ହୁଏ। ଆପଣମାନେ ଭାବୁଥିବେ, ଅମ୍ବାନୀ ଏତେବଡ଼ ବ୍ୟବସାୟୀ ହୋଇ ମଧ୍ୟ ନିଜ ଘର ଅଳିଆରୁ ବିଜୁଳି ବାହାର କରି ସେଥିରୁ ବା କି ଲାଭ ପାଇବେ? ତାକୁ କିଏ କିଣିକି ନେବ? ବାସ୍ତବରେ ଏହି ବିଜୁଳି ତାଙ୍କ ଘରେ ଆଣ୍ଟିଲିଆ ପାଇଁ ହିଁ ବ୍ୟବହାର ହେଉଛି। ଅର୍ଥାତ ଆଣ୍ଟିଲିଆ ପାଇଁ ବାହାରୁ ବିଜୁଳି ବେଶୀ କିଣିବା ଆବଶ୍ୟକ ପଡ଼େନାହିଁ।

ଆହୁରି ମଧ୍ୟ ପଢନ୍ତୁ: ଦୁନିଆର ୬ଟି ସବୁଠୁ ଦାମୀ ଲାପ୍‌ଟପ୍: ଦାମ୍ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବିଳାସର ଅନ୍ୟ ନାଁ ଆଣ୍ଟିଲିଆ

କୁହାଯାଏ ପ୍ରାଚୁର୍ଯ୍ୟର ପାହାଡ଼ରେ ଜୀବନ ବିତାଇଥାନ୍ତି ମୁକେଶଙ୍କ ପରିବାର। ମୁକେଶ ଅମ୍ବାନୀ ରହୁଥିବା ବିଳାସମୟ ବଙ୍ଗଳା ଆଣ୍ଟିଲିଆ। ୪,୦୦୦୦୦ସ୍କୋୟାର ଫୁଟର ଏହି ବଙ୍ଗଳା ସାଉଥ୍ ମୁମ୍ବାଇର ଅଲଟାମାଉଣ୍ଟ ରୋଡ୍‌ରେ ରହିଛି। ଅଟାଲାଣ୍ଟିକ୍ ମହାସାଗରରୁ ଏହି ବଙ୍ଗଳାର ନାମ ଆଣ୍ଟିଲିଆ ରଖାଯାଇଥିବା କୁହାଯାଉଛି।

ମୁକେଶଙ୍କ ବଙ୍ଗଲାରେ ୨୭ଟି ଫ୍ଲୋର ରହିଛି।  ଉଚ୍ଚତା  ୫୭୦ ଫୁଟ୍। ମୁକେଶ ଅମ୍ବାନୀଙ୍କ ବଙ୍ଗଳାରେ ୬୦୦ କର୍ମଚାରୀ କାମ କରନ୍ତି। ଏହା ବ୍ୟତୀତ ସିକ୍ୟୁରିଟି ଗାର୍ଡ, ବଡ଼ିଗାର୍ଡ ଓ ଅନ୍ୟ କର୍ମଚାରୀ ଅଛନ୍ତି। ମୁକେଶ ଅମ୍ବାନିଙ୍କ ବଙ୍ଗଳାରେ ହେଲଥ୍ ସ୍ପା, ସେଲୁନ ଓ ୩ଟି ସୁଇମିଂ ପୁଲ୍ ରହିଛି। ଆଣ୍ଟିଲିଆରେ ମନୋରଂଜନ ପାଇଁ ରହିଛି ଏକ ଫିଲ୍ମ ହଲ୍‌ । ଯେଉଁଠି ୫୦ଜଣ ଦର୍ଶକ ପାଇଁ ସିଟ୍ ରହିଛି। ମୁକେଶରେ ୬ଟି ରୁମ୍‌ ଗାଡି ପାକିଂ ପାଇଁ କରାଯାଇଛି। ଯେଉଁଠି ୧୬୮ଟି କାର୍‌ ପାକିଂ ହୋଇପାରିବ। ଯିବାଆସିବା ପାଇଁ ୯ଟି ଲିଫ୍ଟ ଲାଗିଛି। ଅମ୍ବାନୀଙ୍କ ପରିବାର ଲୋକେ ଅଲଗା ଅଲଗା ଲିଫ୍ଟ ବ୍ୟବହାର କରନ୍ତି। ଆଣ୍ଟିଲିଆର ଆଉ ଏକ ସ୍ବାତନ୍ତ୍ରତା ହେଲା, ବଙ୍ଗଳାରେ ରହିଛି ୩ଟି ହେଲିପ୍ୟାଡ୍‌।

ଘରୋଇ ସହାୟକଙ୍କ ମାସିକ ଦରମା ୨ ଲକ୍ଷ ଟଙ୍କା

ଦେଶର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାର ସର୍ବାଗ୍ରେ ରହିଛି ମୁକେଶ ଅମ୍ବାନୀଙ୍କ ନାମ। ମୁମ୍ବାଇ ସ୍ଥିତ ତାଙ୍କ ବାସଗୃହ ଦେଖିବାକୁ ବହୁ ଦୂରରୁ ଲୋକେ ଆସନ୍ତି। ୨୭ ମହଲା ବିଶିଷ୍ଟ ତାଙ୍କ ଘରର ନାଁ ‘ଆଣ୍ଟିଲିଆ’। ଏହି ଘରର ଦେଖାରେଖା କରିବା ସହିତ ବିଭିନ୍ନ କାର୍ଯ୍ୟ କରିବା ପାଇଁ ପ୍ରାୟ ୧୦୦ ଜଣ ଘରୋଇ ସହାୟକ ଅଛନ୍ତି। ସେମାନଙ୍କୁ ଦେଖିଲେ ଲାଗେ ଯେମିତି ସେମାନେ ବଡ଼ ବଡ଼ ହୋଟେଲ୍‌ରେ ଚାକିରି କରୁଛନ୍ତି। ଏହି ଘରୋଇ ସହାୟକମାନଙ୍କୁ ପରିଚାଳନା କରିବା ପାଇଁ ଜଣେ ମୁଖ୍ୟ ଘରୋଇ ସହାୟକ ଅଛନ୍ତି। ତାଙ୍କର ମାସିକ ଦରମା କିଛି କିଛି କଂପାନୀର ସିଇଓଙ୍କ ଦରମା ସହିତ ସମାନ। ସେ ମାସକୁ ୨ ଲକ୍ଷ ଟଙ୍କା ଦରମା ପାଆନ୍ତି। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ କଥାଟା ସତ। ସେହିଭଳି ଅନ୍ୟ ଘରୋଇ ସହାୟକଙ୍କ ଦରମା ମଧ୍ୟ ବେଶ୍‌ ଭଲ।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos