ପୋଖରୀରୁ ରେଳୱେ ସୁପରଭାଇଜରଙ୍କ ମୃତଦେହ ଉଦ୍ଧାର

ନୟାଗଡ଼: ନୟାଗଡ଼ ଜିଲ୍ଲା ମହିପୁର ନିକଟସ୍ଥ ପୋଖରୀରୁ ଜଣେ ରେଳୱେ ସୁପରଭାଇଜରଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାଁ ହେଉଛି ଏନ୍‌. ଶ୍ରୀହର୍ଷ। ଘର ଆନ୍ଧ୍ରପ୍ରଦେଶର ପାଦୁଗୁଡ଼ାରେ। ଖୋର୍ଦ୍ଧା-ବଲାଙ୍ଗିର ରେଳୱେ କାମରେ ସେ ନିୟୋଜିତ ଥିଲେ। ଏନ୍‌. ଶ୍ରୀହର୍ଷ ପୋଖରୀକୁ ଗାଧୋଇବା ପାଇଁ ଯାଇ ବୁଡି ଯାଇଥିବା ଅନୁମାନ କରାଯାଉଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏସ୍‌ଡିପିଓ ଜୟରାମ ଶତପଥୀ କହିଛନ୍ତି,“ଗତକାଲିଠାରୁ ଏନ୍‌.ଶ୍ରୀହର୍ଷ ନଖୋଜ ହୋଇଯାଇ […]

nayagardh

Rakesh Mallick
  • Published: Monday, 13 March 2017
  • , Updated: 13 March 2017, 01:40 PM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ମହିପୁର ନିକଟସ୍ଥ ପୋଖରୀରୁ ଜଣେ ରେଳୱେ ସୁପରଭାଇଜରଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାଁ ହେଉଛି ଏନ୍‌. ଶ୍ରୀହର୍ଷ। ଘର ଆନ୍ଧ୍ରପ୍ରଦେଶର ପାଦୁଗୁଡ଼ାରେ। ଖୋର୍ଦ୍ଧା-ବଲାଙ୍ଗିର ରେଳୱେ କାମରେ ସେ ନିୟୋଜିତ ଥିଲେ।

ଏନ୍‌. ଶ୍ରୀହର୍ଷ ପୋଖରୀକୁ ଗାଧୋଇବା ପାଇଁ ଯାଇ ବୁଡି ଯାଇଥିବା ଅନୁମାନ କରାଯାଉଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏସ୍‌ଡିପିଓ ଜୟରାମ ଶତପଥୀ କହିଛନ୍ତି,“ଗତକାଲିଠାରୁ ଏନ୍‌.ଶ୍ରୀହର୍ଷ ନଖୋଜ ହୋଇଯାଇ ଥିଲେ। ଖୋଜାଖୋଜି ପରେ ତାଙ୍କ ଗାମୁଛା ଓ ଟାୱେଲ ପୋଖରୀ ପାଖରୁ ମିଳିଥିଲା। ପରେ ପୋଲିସ ସନ୍ଦେହରେ ପୋଖରୀରେ ଖୋଜାଖୋଜି କରିବାରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲା। ଏନେଇ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣା ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ପାରିପାର୍ଶ୍ୱିକ ଅବସ୍ଥାରୁ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।”

Related story