୧୫ଟି ଜିଲ୍ଲାର ଦୁର୍ଗମ ଅଞ୍ଚଳ ପାଇଁ ଯୋଗାଇ ଦିଆଯିବ ୬୮ଟି ନୂଆ ଆମ୍ବୁଲାନ୍ସ

ଭୁବନେଶ୍ୱର: ରାଜ୍ୟର ଦୁର୍ଗମ ଅଞ୍ଚଳରେ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଠିକ୍ ସମୟରେ ଡାକ୍ତରଖାନା ନେବା ଲାଗି ଖୁବ୍‌ଶୀଘ୍ର ନୂଆ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ। ୧୫ଟି ଜିଲ୍ଲାର ଦୁର୍ଗମ ଅଞ୍ଚଳ ପାଇଁ ଖୁବ୍‌ଶୀଘ୍ର ଆଉ ୬୮ଟି ୧୦୨ ଓ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ। ସ୍ୱାସ୍ଥ୍ୟ ମନ୍ତ୍ରୀ […]

health-review

Rakesh Mallick
  • Published: Sunday, 29 May 2016
  • , Updated: 29 May 2016, 04:44 AM IST

ଭୁବନେଶ୍ୱର: ରାଜ୍ୟର ଦୁର୍ଗମ ଅଞ୍ଚଳରେ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ଠିକ୍ ସମୟରେ ଡାକ୍ତରଖାନା ନେବା ଲାଗି ଖୁବ୍‌ଶୀଘ୍ର ନୂଆ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ। ୧୫ଟି ଜିଲ୍ଲାର ଦୁର୍ଗମ ଅଞ୍ଚଳ ପାଇଁ ଖୁବ୍‌ଶୀଘ୍ର ଆଉ ୬୮ଟି ୧୦୨ ଓ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ।

ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି,“କୋରାପୁଟ ଓ ବାରିପଦାରେ ନୂଆ ମେଡିକାଲ କଲେଜ ୨୦୧୭-୧୮ ଶିକ୍ଷା ବର୍ଷରୁ କାର୍ଯ୍ୟ ଆରମ୍ଭ କରିବ। ଏଥିପାଇଁ ପଦବୀ ସୃଷ୍ଟି କରାଯିବ। ସେହିଭଳି ରାଜ୍ୟରେ ଖାଲି ପଡ଼ିଥିବା ଡାକ୍ତରୀ ପଦ ପୂରଣ ପାଇଁ ପିଏସ୍‌ସି ରିକ୍ରୁଟମେଣ୍ଟ ଡ୍ରାଇଭ୍ ଆରମ୍ଭ ହୋଇଛି। ପୁରୀ, ବଲାଙ୍ଗିର ଓ ବାଲେଶ୍ୱରରେ ହେବାକୁ ଥିବା ମେଡିକାଲ କଲେଜ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ଲୋକଙ୍କ ପାଇଁ ନିରାମୟ ଯୋଜନାକୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।”

Related story