କଥା କହିଲେ ନିଃଶବ୍ଦ ପରିବାରର ପୁଅ: ଦୁଃଖ ଓ ଯନ୍ତ୍ରଣା କରିଦେଇଥିଲା ମୁକ

ବାରିପଦା: ଦୁଃଖ ଓ ଯନ୍ତ୍ରଣା ମଣିଷକୁ ଭାରାକ୍ରାନ୍ତ କରିଦିଏ। ଏପରି ଦୁଃଖ ଓ ଯନ୍ତ୍ରଣା ଆସିବାର ପୂର୍ବାଭାଷ ମିଳିଥାଏ। ହେଲେ ଜଞ୍ଜାଳମୟ ଜୀବନରେ ବ୍ୟସ୍ତ ମଣିଷ ଏହାକୁ ଠଉରେଇ ପାରିନଥାଏ। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ପାହାଡ଼ ହୋଇ ସେମାନଙ୍କ ଆଗରେ ଛିଡ଼ା ହୋଇଯାଇଥାଏ। ଏପରି ଏକ ଦୁର୍ଦ୍ଦିନରେ ଗତି କରୁଥିଲେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ବର୍ତ୍ତନା ଗାଁର ଏକ ନିଃଶବ୍ଦ ପରିବାର। ସ୍ଥିତି ଏପରି ହୋଇଥିଲା ଯେ, ଗ୍ରାମବାସୀ କଣ ନିଜ ମଧ୍ୟରେ […]

no word of a family in baripada

Rakesh Mallick
  • Published: Thursday, 10 August 2017
  • , Updated: 10 August 2017, 11:21 PM IST

ବାରିପଦା: ଦୁଃଖ ଓ ଯନ୍ତ୍ରଣା ମଣିଷକୁ ଭାରାକ୍ରାନ୍ତ କରିଦିଏ। ଏପରି ଦୁଃଖ ଓ ଯନ୍ତ୍ରଣା ଆସିବାର ପୂର୍ବାଭାଷ ମିଳିଥାଏ। ହେଲେ ଜଞ୍ଜାଳମୟ ଜୀବନରେ ବ୍ୟସ୍ତ ମଣିଷ ଏହାକୁ ଠଉରେଇ ପାରିନଥାଏ। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ପାହାଡ଼ ହୋଇ ସେମାନଙ୍କ ଆଗରେ ଛିଡ଼ା ହୋଇଯାଇଥାଏ। ଏପରି ଏକ ଦୁର୍ଦ୍ଦିନରେ ଗତି କରୁଥିଲେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ବର୍ତ୍ତନା ଗାଁର ଏକ ନିଃଶବ୍ଦ ପରିବାର। ସ୍ଥିତି ଏପରି ହୋଇଥିଲା ଯେ, ଗ୍ରାମବାସୀ କଣ ନିଜ ମଧ୍ୟରେ କଥାବାର୍ତ୍ତା ବନ୍ଦ କରିଦେଇଥିଲେ। ସମସ୍ତେ ପାଲଟି ଯାଇଥିଲେ ଯେପରି ମୁକ। ଏହାକୁ ଗୁଣିଗାରେଡି ବୋଲି ଭାବି ନେଇଥିଲେ ଗାଁ ଲୋକେ। ଦୀର୍ଘ ୩ ବର୍ଷ ପରେ ଏହି ପରିବାରର ବଡ଼ପୁଅ ପ୍ରଦୀପ ରାମ କଥା କହିଛନ୍ତି। ତାଙ୍କ ପରିବାର ଏପରି ମୁକ ହୋଇ ରହିବାର ସେ ଯେଉଁ କାରଣ ଦର୍ଶାଇଛନ୍ତି ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ପ୍ରଦୀପ କ’ଣ କହିଥିଲେ ଏପରି ସ୍ଥିତି ପାଇଁ ଆସନ୍ତୁ ଜାଣିବା।

ବର୍ତ୍ତନା ଗାଁରେ ବାସ କରନ୍ତି କଟି ରାମ। ପରିବାର କହିଲେ ପତ୍ନୀ, ଝିଅ ଓ ତିନି ପୁଅ। ଝିଅ ବାହାଘର ହୋଇଯାଇଥିଲା। ତିନି ପୁଅ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିଲେ। ସେମାନେ ଯାହା ଅର୍ଥ ଉପାର୍ଜନ କରୁଥିଲେ ସେ ସବୁ ବାପାଙ୍କ ପାଖକୁ ପଠାଇ ଦେଉଥିଲେ। ବେଶ ହସ ଖୁସିରେ ଚାଲିଥିଲା ଏହି ପରିବାର। ପୁଅମାନେ ପଠାଉଥିବା ଅର୍ଥକୁ କଟି ଖର୍ଚ୍ଚ ନକରି ପିଲାଙ୍କ ଭବିଷ୍ୟତ ପାଇଁ ସଞ୍ଚୟ କରି ରଖୁଥିଲେ। ଏହି ଅର୍ଥକୁ ସେ ଚିଟ୍‌ଫଣ୍ଡ ସଂସ୍ଥାରେ ରଖିଥିବା ଅଭିଯୋଗ ହେଉଛି। ନିଜେ କାମଧନ୍ଦା କରି ପରିବାର ଚଳାଉଥିଲେ।

୪ ବର୍ଷ ତଳେ କଟି ରାମଙ୍କ ମୃତ୍ୟୁ ହୋଇଥିଲା। ବାପାଙ୍କ ମୃତ୍ୟୁ ଖବର ପାଇ ତିନି ଦିନ ବିଳମ୍ୱରେ ଘରେ ପହଞ୍ଚି ଥିଲେ ବଡ଼ପୁଅ ପ୍ରଦୀପଙ୍କ ସମେତ ଅନ୍ୟ ଦୁଇ ଭାଇ। ସେତେବେଳକୁ ପଡୋଶୀ କଟିଙ୍କ ଶବ ସତ୍କାର କରିଦେଇଥିଲେ। ବାପାଙ୍କୁ ମୁଖାଗ୍ନି ଦେଇ ନ ପାରିବାରୁ ଚିନ୍ତାରେ ଥିଲେ ତିନି ଭାଇ। ଏହି ସମୟରେ ବୋଝ ଉପରେ ନଳିତା ବିଡ଼ା ପାଲଟିଥିଲା କଟିଙ୍କ ଜ୍ୱାଇଁଙ୍କ ମୃତ୍ୟୁ। ପତିର ମୃତ୍ୟୁ ପରେ ଝିଅ ବାପ ଘରକୁ ଫେରି ଆସିଥିଲା। ଦୁଇ ଦୁଇଟି ଅଘଟଣ ପରିବାରକୁ ଚିନ୍ତାଗ୍ରସ୍ତ କରିଦେଇଥିଲା। ସବୁ ଯନ୍ତ୍ରଣା ଭତରେ ଇନ୍ଦିରାଆବାସ ପାଇଁ ଘର ଆରମ୍ଭ କରି ଟଙ୍କା ନମିଳିବା ଏବଂ ବାପା ଚିଟ୍‌ଫଣ୍ଡରେ ରଖିଥିବା ଅର୍ଥର କାଗଜପତ୍ରପତ୍ର ନପାଇବା ତିନି ଭାଇଙ୍କୁ ବ୍ୟତିବ୍ରସ୍ତ କରିଦେଇଥିଲା। ସେଥିପାଇଁ କାହାକୁ କିଛି ନକହି ଘରେ ଚୁପ୍‌ ରହିବାକୁ ପସନ୍ଦ କଲେ ସମ୍ପୂର୍ଣ୍ଣ ପରିବାର। ଦୀର୍ଘ ୩ ବର୍ଷ ଧରି ଉକ୍ତ ପରିବାର ମୌନ ରହୁଥିଲା। ପାଖ ପଡୋଶୀ କି ସାହି ଲୋକଙ୍କୁ କଥା ହେଉ ନଥିଲେ।

ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଉକ୍ତ ପରିବାକୁ ବନ୍ଦ କୋଠରୀରୁ ଉଦ୍ଧାର କରିବା ପାଇଁ ଗାଁ ଲୋକେ ପ୍ରଶାସନ ପାଖରେ ଗୁହାରୀ କରିଥିଲେ। ପରେ ପ୍ରଶାସନ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଆଜି ବଡ଼ପୁର ପ୍ରଦୀପ ନିଃଶବ୍ଦର ଗୁମର ଖୋଲିଛନ୍ତି।

 

Related story