ଆଗକୁ ବିଜେପିର ନୂଆ ସଭାପତି ଚୟନ: ଚର୍ଚ୍ଚାରେ ୫ ବରିଷ୍ଠ ନେତାଙ୍କ ନାଁ

ଭୁବନେଶ୍ୱର: ଆଗକୁ ବିଜେପିର ନୂଆ ରାଜ୍ୟ ସଭାପତି ବଛାଯିବ। ଏଥିପାଇଁ ରାଜ୍ୟ ଶାଖା ପକ୍ଷରୁ କସରତ ଆରମ୍ଭ ହୋଇଯାଇଛି।ଏଥିପାଇଁ କେନ୍ଦ୍ରୀୟ ସଂଗଠନର ଯୁଗ୍ମ ସମ୍ପାଦକ ସୌଦାନ ସିଂ ଓ ପ୍ରଭାରୀ ଅରୁଣ ସିଂଙ୍କ ଉପସ୍ଥିତିରେ ରାଜ୍ୟ ପଦାଧିକାରୀ ବୈଠକ ବସିଥିଲା। ଦଳର ୩୭ଟି ସାଂଗଠନିକ ଜିଲ୍ଲାର ନିର୍ବାଚନକୁ ଡିସେମ୍ୱର ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଜାନୁୟାରୀ ପ୍ରଥମ ସପ୍ତାହରେ ନୂଆ ସଭାପତି ବଛା ହେବେ। ଏପରି ସ୍ଥିତିରେ ଏହି ନୂଆ ସଭାପତି ଦୌଡରେ ଦଳର ୫ଜଣ […]

bjp

Rakesh Mallick
  • Published: Sunday, 29 November 2015
  • , Updated: 29 November 2015, 04:04 PM IST

ଭୁବନେଶ୍ୱର: ଆଗକୁ ବିଜେପିର ନୂଆ ରାଜ୍ୟ ସଭାପତି ବଛାଯିବ। ଏଥିପାଇଁ ରାଜ୍ୟ ଶାଖା ପକ୍ଷରୁ କସରତ ଆରମ୍ଭ ହୋଇଯାଇଛି।ଏଥିପାଇଁ କେନ୍ଦ୍ରୀୟ ସଂଗଠନର ଯୁଗ୍ମ ସମ୍ପାଦକ ସୌଦାନ ସିଂ ଓ ପ୍ରଭାରୀ ଅରୁଣ ସିଂଙ୍କ ଉପସ୍ଥିତିରେ ରାଜ୍ୟ ପଦାଧିକାରୀ ବୈଠକ ବସିଥିଲା। ଦଳର ୩୭ଟି ସାଂଗଠନିକ ଜିଲ୍ଲାର ନିର୍ବାଚନକୁ ଡିସେମ୍ୱର ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଜାନୁୟାରୀ ପ୍ରଥମ ସପ୍ତାହରେ ନୂଆ ସଭାପତି ବଛା ହେବେ। ଏପରି ସ୍ଥିତିରେ ଏହି ନୂଆ ସଭାପତି ଦୌଡରେ ଦଳର ୫ଜଣ ବରିଷ୍ଠ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସମସ୍ତଙ୍କଠାରୁ ଆଗରେ ଅଛନ୍ତି ବିଧାୟକ ଦଳ ନେତା ବସନ୍ତ ପଣ୍ଡା। ଭଲ ସଂଗଠକ ଭାବେ ପୂର୍ବଥର ମଧ୍ୟ ତାଙ୍କ ନାଁ ଉଠିଥିଲା। ଫାୟାର ବ୍ରାଣ୍ଡ ନେତା ତଥା ଦଳର ଉପସଭାପତି ପ୍ରତାପ ଷଡଙ୍ଗୀଙ୍କ ନାଁକୁ ନେଇ ବି ଚର୍ଚ୍ଚା ହେଉଛି। ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀଙ୍କ ନାଁ ବି ସଭାପତି ପଦ ଦାବିଦାରଙ୍କ ଭିତରେ ରହିଛି। ସାଧାରଣ ସମ୍ପାଦକ ଥିବା ନୟନ ମହାନ୍ତି ଓ ବରିଷ୍ଠ ନେତା ବିଜୟ ମହାପାତ୍ର ବି ଦଳର ମଙ୍ଗ ଧରିବାକୁ ସକ୍ଷମ ବୋଲି କୁହାଯାଉଛି।

ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିପାରୁଥିବା ନେତାଙ୍କୁ ହିଁ ଦଳ ସହମତି ଭିତ୍ତିରେ ସଭାପତି ବାଛିବାର ପରମ୍ପରା ରହିଛି ଓ ଆଗକୁ ଏହି ଧାରା ଜାରି ରହିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ବିଜେପିରେ ସଭାପତିଙ୍କ କାର୍ଯ୍ୟକାଳ ୩ ବର୍ଷ। କ୍ରମାଗତ ଭାବେ ୨ଥର ସଭାପତି ରହିବାର ପରମ୍ପରା ବି ରହିଛି। ସେ ଦୃଷ୍ଟିରୁ ଦେଖିଲେ ବର୍ତ୍ତମାନ ସଭାପତି ଥିବା କନକବର୍ଦ୍ଧନ ସିଂହଦେଓଙ୍କୁ ପୁଣି ଥରେ କେନ୍ଦ୍ରୀୟ ନେତୃତ୍ୱ ମଙ୍ଗ ସମ୍ଭାଳିବାର ଦାୟିତ୍ୱ ଦେଇପାରନ୍ତି। ଅତୀତରେ ବିଜେପି  ସଭାପତି ଦୌଡର ଲବି ପ୍ରଥମେ ଦିଲ୍ଲୀରୁ ହିଁ ପ୍ରିତିଧ୍ୱନିତ ହୁଏ। ଏଥର କିନ୍ତୁ ସହମତି ଭିତ୍ତିରେ ସଭାପତି ଚୟନ କରିବା ପାଇଁ ରାଜ୍ୟ ନେତାଙ୍କ କାନରେ ମନ୍ତ୍ର ଫୁଙ୍କିଛନ୍ତି କେନ୍ଦ୍ରୀୟ ନେତା। ତେଣୁ ଦିଲ୍ଲୀ ଦୌଡର ପ୍ରକ୍ରିୟା ଆରମ୍ଭ ହୋଇ ନ ଥିଲେ ବି ଆଗକୁ ଯେ ନ ହେବ ଏକଥା କୁହାଯାଇ ନ ପାରେ।

Related story