ଦିଦିଙ୍କର ଦବଙ୍ଗଗିରି: ଏଠି ମରି ମରି ଯାଉଛି ଓଡ଼ିଆ ଭାଷା
ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଓଡ଼ିଆ ଭାଷାକୁ ଅଧିକ ଗରୁତ୍ୱ ଦେବାକୁ ସବୁସ୍ତରରେ ଦାବି କରାଯାଉଛି।  ସେହିପରି ଏହି ଭାଷାକୁ ସବୁ ସ୍ତରରେ ବାଧ୍ୟତାମୂଳକ କରିବାକୁ ନିକଟରେ ରାଜ୍ୟ ସରକାର କ୍ୟାବିନେଟରେ ନେଇଥିବା ନିଷ୍ପତ୍ତି ପର୍ଯ୍ୟାପ୍ତ ନୁହେଁ ବୋଲି ଅଭିଯୋଗ କରି ତୋମ୍ବିତୋଫାନ ଥମିନି।ଏପରି ସ୍ଥିତିରେ ପଶ୍ଚିମବଙ୍ଗ ସୀମା ଭୋଗରାଇ ଅଞ୍ଚଳରେ ଓଡ଼ିଆ ଭାଷା ବ୍ୟବହାରର ସ୍ଥିତି କେମିତି ଅଛି ଆସନ୍ତୁ ନଜର ପକାଇବା ଏଠି ମା’ ନୁହେଁ ମାଉସୀ ହୋଇ ବଞ୍ଚିଛି ଓଡ଼ିଆ ଭାଷା। ଯେଉଁଠି ବଙ୍ଗଳା ଭାଷାର ଆଧିପତ୍ୟ ଆଗରେ ଓଡ଼ିଆ ଭାଷା ମରି ମରି ଯାଉଛି। ବାସ୍ତବରେ ଆମରି ମାଟିରେ ଆମ ଭାଷାର ଦୁର୍ଦ୍ଦଶା ଦେଖିବାକୁ ମିଳୁଛି।
ପଶ୍ଚିମବଙ୍ଗ ସୀମା ଭୋଗରାଇ ଅଞ୍ଚଳରେ ଦୋକାନର ହୋର୍ଡିଂ ଓ ଦୋକାନର ନାଁ ବଙ୍ଗଳା ଲେଖାଯିବା ସହ ଦୋକାନରେ ବିକ୍ରି ହେଉଥିବା ସାମଗ୍ରୀ, ଦର ଓ କିସମ ସବୁ ବଙ୍ଗଳା ଭାଷାରେ ଲେଖାଯାଇଛି।  ଯେଉଁଠିକି ଓଡ଼ିଆ ଭାଷାର ଚିହ୍ନବର୍ଣ୍ଣ ନାହିଁ। ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମନ୍ଦିର ପରିସରରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି। ଭୋଗ ଦର ଠାରୁ ଆରମ୍ଭ କରି କେଉଁଠି ଶ୍ରଦ୍ଧାଳୁ ବିଶ୍ରାମ ନେବେ, କେଉଁଠି ଭୋଗ କିଣିବେ,  ମନ୍ଦିର ଖୋଲା ଓ ବନ୍ଦ ସମୟ ସବୁଠି ବଙ୍ଗଳା ଭାଷାରେ ଲେଖାଯାଇଛି। କହିବାକୁ ଗଲେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଓଡ଼ିଶା ଅଞ୍ଚଳକୁ ଏକପ୍ରକାର କବଜା କରିନେଲେଣି।
ଭୋଗରାଇ ଅଞ୍ଚଳରେ ଓଡ଼ିଆ ଭାଷାର ଏପରି ସ୍ଥିତିକୁ ନେଇ ଜଣେ ବ୍ୟବସାୟୀ କହିଛନ୍ତି-ସୀମାନ୍ତ ଅଞ୍ଚଳ ହୋଇଥିବାରୁ ପଶ୍ଚିମବଙ୍ଗର  ପର୍ଯ୍ୟଟକ ଏଠାକୁ ଅଧିକ ଆସିଥାନ୍ତି।  ସେମାନଙ୍କ ସୁବିଧା ପାଇଁ ବଙ୍ଗଳା ଭାଷାର ପ୍ରାଧାନ୍ୟ ଦେଇଥାଉ।
ଓଡ଼ିଆ  ଭାଷାର ବ୍ୟବହାରକୁ ବଢ଼ାଇବା ଲାଗି ଆଇନରେ ପରିବର୍ତ୍ତନ ସହ ଖିଲାପକାରୀଙ୍କ ବିରୋଧରେ ଦଣ୍ଡବିଧାନ ବ୍ୟବସ୍ଥା ଲାଗି ନିକଟରେ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ହେଲେ ଏ ନିଷ୍ପତ୍ତି କେବେ ଆଇନରେ ପବିର୍ତ୍ତନ ହେଉଛି ଏବଂ ଭୋଗରାଇର ଏ ଚିତ୍ର  କେବେ ବଦଳୁଛି ତା’ ଉପରେ ନଜର ରହିଛି।
https://youtu.be/p-6HC_m-Tf8
Ordigital Desk
• Published: Monday, 08 January 2018
• Updated: 08 January 2018, 12:27 PM IST
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos