ରୋଚକ ମୋଡ଼ରେ କଂଗ୍ରେସ କଳି: ରଞ୍ଜୀବ କହିଲେ- କୃଷ୍ଣ ଜନ୍ମ ହୋଇ ସାରିଲେଣି, ଶରତ ପଚାରିଲେ ସେ କେମିତି ଜନ୍ମ ହେଲେ
Ordigital Desk
• Published: Tuesday, 15 August 2017
• , Updated: 15 August 2017, 09:27 PM IST
ଭୁବନେଶ୍ୱର: ଓଡ଼ିଶାରେ ପିସିସି ଚୌକି କଳି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଗୋଠ ବାନ୍ଧିଥିବା ବିଧାୟକଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଦୁଇ ଜଣ ବିଧାୟକ ଗୋଠ ଭାଙ୍ଗି ପର୍ଯ୍ୟବେକ୍ଷକଙ୍କୁ ଏକାଠି ଭେଟି ଭକ୍ତ ଦାସଙ୍କ ପାଇଁ ଓକିଲାତି କରିଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳ କହିଲେ କୃଷ୍ଣ ଜନ୍ମ ହୋଇସାରିଲେଣି। ଏହାର ଜବାବରେ ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି କୃଷ୍ଣ କେଉଁଠି ଓ କେମିତି ଜନ୍ମହେଲେ?
ରାତିରେ ଅଲଗା ଭେଟିଲେ ଦୁଇ ବିଧାୟକ
ଦଳୀୟ କନ୍ଦଳ ଦୂର କରିବା ପାଇଁ ଦିଲ୍ଲୀରୁ ଆସିଥିଲେ ୩ ପର୍ଯ୍ୟବେକ୍ଷକ। ସେମାନେ ଗତ ୧୩ ତାରିଖ ଦିନ ୩ ଟାରେ ବେଳେ କଂଗ୍ରେସ ଭବନରେ ଏକାଠି ଭେଟିଥିଲେ ଦଳର ୧୫ ବିଧାୟକଙ୍କୁ। ମାତ୍ର ସେମାନଙ୍କ ମଧ୍ୟରୁ ଜାକବ ପ୍ରଧାନ ଓ କୃଷ୍ଣଚନ୍ଦ୍ର ଶଗରିଆ ଏକାଠି ପର୍ଯ୍ୟବେକ୍ଷକଙ୍କୁ ଭାଟିବାକୁ ଚାହିଁଥିଲେ। ହେଲେ ସୁଯୋଗ ପାଇନଥିଲେ। ସେହିଦିନ ରାତି ୧୦ଟାରେ ଏହି ଦୁଇ ବିଧାୟକ ଗୋଠ ଭାଙ୍ଗି ହୋଟେଲରେ ପର୍ଯ୍ୟବେକ୍ଷକଙ୍କୁ ଏକାନ୍ତରେ ସାକ୍ଷାତ କରି ଭକ୍ତ ଦାସଙ୍କୁ ପିସିସି ସଭାପତି କରିବା ପାଇଁ ଯୁକ୍ତି ବାଢ଼ିଥିବା ଅଭିଯୋଗ ହେଉଛି। ଏପରିକି ୩ ବିଧାୟକଙ୍କ ଦସ୍ତଖତ ଥିବା ଦାବିପତ୍ର ମଧ୍ୟ ପର୍ଯ୍ୟବେକ୍ଷକଙ୍କୁ ପ୍ରଦାନ କରିଥିଲେ। ଯେଉଁଥିରେ ଜାକବ ଓ କୃଷ୍ଣଚନ୍ଦ୍ରଙ୍କ ସହ କୈଳାସ କୁଳେସିକାଙ୍କ ସ୍ୱାକ୍ଷର ରହିଥିବା ଜଣାପଡ଼ିଛି।
କିଏ କଣ କହିଲେ
ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି-“ଜାକବ ପ୍ରଧାନ ବା କୃଷ୍ଣଚନ୍ଦ୍ର ଶଗରିଆ ହେଉଛନ୍ତି ବିଧାୟକ। ସେମାନେ ପିଲା ନୁହନ୍ତି। ସେମାନଙ୍କର ଯଦି କିଛି କହିବାର ଥିଲା ବୈଠକରେ କହିପାରିଥାନ୍ତେ। ଏହାଛଡ଼ା ପର୍ଯ୍ୟବେକ୍ଷକଙ୍କୁ ଅଲଗା ଭେଟିବା ପାଇଁ କେହି ଆଗରୁ କହିନଥିଲେ।”
ସାଂସଦ ରଞ୍ଜୀବ ବିଶ୍ୱାଳ କହିଛନ୍ତି-“କଂସଙ୍କୁ ଦମନ କରିବା ପାଇଁ କୃଷ୍ଣ ଜନ୍ମ ହୋଇସାରିଲେଣି। ତାଙ୍କୁ କେହି ଅଟକାଇ ପାରିବେ ନାହିଁ।”
ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି-“ରଞ୍ଜୀବ ବାବୁ କହିପାରିବେ କେଉଁଠି କେମିତି କୃଷ୍ଣ ଜନ୍ମ ହେଲେ। ସେ କଣ କରିବେ ଓ ତାଙ୍କର ବାଲ୍ୟ ଲିଳା ସରିଲାଣି କି ନାହିଁ? ସିଏ ଖଣି ଖାଦାନର ନା ଜେଲ ଭିତର କୃଷ୍ଣ? ସେ(କୃଷ୍ଣ) ସର ଓ ଲବଣୀ ଖାଆନ୍ତୁ ସେଥିରେ ଆମର କିଛି ଯାଏଆସେ ନାହିଁ।”
Related story