ଖଣି ଦୁର୍ନୀତିର ନୂଆ ମୋଡ଼: ୪୦,୦୦୦ କୋଟିର ହିସାବ ମାଗିଲା ବିଜେପି

ଭୁବନେଶ୍ୱର: ଖଣି ଲିଜଧାରୀଙ୍କଠାରୁ ଫାଇନ୍ ଆଦାୟ ନେଇ ରାଜ୍ୟ ସରକାର ସ୍ପଷ୍ଟ କରିବା ପରେ ମଧ୍ୟ ବଢୁଛି ବିବାଦ। ପୂର୍ବରୁ ସରକାର କରିଥିବା ଆକଳନ ଓ ଏବେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ଧାର୍ଯ୍ୟ ହୋଇଥିବା ଫାଇନ୍‌ରେ ପରିମାଣ ଭିତରେ ପ୍ରାୟ ୪୦,୦୦୦ କୋଟି ଟଙ୍କାର ଫରକ୍ ନେଇ ପ୍ରଶ୍ନ ଉଠିଛି। ସରକାର ଓ ଖଣି ମାଲିକଙ୍କ ମଧ୍ୟରେ ଡିଲ୍ ହୋଇଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିଜେପି ଓ କଂଗ୍ରେସ। ଖଣି ଲିଜଧାରୀଙ୍କଠାରୁ ଫାଇନ୍ ଆଦାୟ […]

mineing scam

Rakesh Mallick
  • Published: Wednesday, 09 August 2017
  • , Updated: 09 August 2017, 08:14 PM IST

ଭୁବନେଶ୍ୱର: ଖଣି ଲିଜଧାରୀଙ୍କଠାରୁ ଫାଇନ୍ ଆଦାୟ ନେଇ ରାଜ୍ୟ ସରକାର ସ୍ପଷ୍ଟ କରିବା ପରେ ମଧ୍ୟ ବଢୁଛି ବିବାଦ। ପୂର୍ବରୁ ସରକାର କରିଥିବା ଆକଳନ ଓ ଏବେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ଧାର୍ଯ୍ୟ ହୋଇଥିବା ଫାଇନ୍‌ରେ ପରିମାଣ ଭିତରେ ପ୍ରାୟ ୪୦,୦୦୦ କୋଟି ଟଙ୍କାର ଫରକ୍ ନେଇ ପ୍ରଶ୍ନ ଉଠିଛି। ସରକାର ଓ ଖଣି ମାଲିକଙ୍କ ମଧ୍ୟରେ ଡିଲ୍ ହୋଇଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିଜେପି ଓ କଂଗ୍ରେସ।

ଖଣି ଲିଜଧାରୀଙ୍କଠାରୁ ଫାଇନ୍ ଆଦାୟ ପୂର୍ବରୁ ବିବାଦ ଦେଖାଦେଇଛି। ସରକାର ପୂର୍ବରୁ ଆଇରନ୍ ଓର୍, ମାଙ୍ଗନିଜ୍ ବାବଦକୁ ୫୯,୦୦୦ କୋଟି ଟଙ୍କା ଆଦାୟ ନେଇ ନୋଟିସ୍ ଦେଇଥିଲେ। ସିଇସିର ସୁପାରିଶ ଆଧାରରେ ସୁପ୍ରିମକୋର୍ଟ  ଫାଇନ ବାବଦକୁ ଧାର୍ଯ୍ୟ କରିଛନ୍ତି ୧୭,୫୭୬ କୋଟି ଟଙ୍କା। ପ୍ରାୟ ୪୦,୦୦୦ କୋଟି ଟଙ୍କାର ତଫାତ କାହିଁକି ହେଲା, ତାକୁ ନେଇ ଉଠିଛି ପ୍ରଶ୍ନ। ରାଜ୍ୟ ସରକାର ସେତେବେଳେ ଭୂଲ ଆକାଳନ କରିଥିଲେ କି?

ତଫାତ୍ ନେଇ ଆଜି ଯୁକ୍ତି ରଖିଛନ୍ତି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ସେ କହିଛନ୍ତି-“ ମାର୍କେଟ୍ ରେଟ୍ ଅନୁସାରେ ଫାଇନ ଆଦାୟ ଲାଗି ନୋଟିସ୍ କରିଥିଲେ ରାଜ୍ୟ ସରକାର। କିନ୍ତୁ ଆଇବିଏମ୍ ରେଟ୍ ଅନୁସାରେ ଫାଇନ ଧାର୍ଯ୍ୟ କଲେ ସିଇସି। ତେବେ ଉଭୟ ଅନୁମତି ଥିବା ଓ ବେଆଇନ୍ ଉତ୍ତୋଳନ ହୋଇଥିବା ଖଣିକୁ ମିଶାଇ ଫାଇନ ଆଦାୟ କରିବାକୁ ରାଜ୍ୟ ସରକାର ଧାର୍ଯ୍ୟ କରିଥିଲେ। କିନ୍ତୁ ସିଇସି ଅନୁସାରେ କେବଳ ବେଆଇନ ଖଣି ଉତ୍ତୋଳନକୁ ହିଁ ଆଧାର କରି ଫାଇନ ଆଦାୟ କରିବାକୁ ସୁପାରିଶ କରିଥିଲେ। ତେଣୁ ଏଭଳି ଫରକ ରହୁଛି।”

ସେପଟେ ଫାଇନ ଆଦାୟ ୩୧ ଡିସେମ୍ବର ଭିତରେ ହେବ। ତେବେ ଏ ନେଇ ଅକ୍ଷମତା ପ୍ରକାଶ କରି ପୂର୍ବାଞ୍ଚଳ ଖଣି ମାଲିକ ସଂଘ ତାରିଖ ବଢାଇବା ଲାଗି ସୁପ୍ରିମକୋର୍ଟ ଯିବାକୁ ନିଷ୍ପତ୍ତି ନେଇଛି।

ଲିଜଧାରୀଙ୍କଠାରୁ ଫାଇନ ଆଦାୟ ଦ୍ୱନ୍ଦ୍ୱ ଦୂର ହେବାପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ସୁପ୍ରିମକୋର୍ଟଙ୍କ ଜଜମେଣ୍ଟକୁ ରାଜ୍ୟ ସରକାର ଭୁଲ୍ ତର୍ଜମା କରିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମଳନୀରେ ବିଜେପି ଅଭିଯୋଗ କରିଛି। ଖଣି ମାଲିକ ଓ ରାଜ୍ୟ ସରକରାଙ୍କ ଡିଲ୍ ହୋଇଛି। ଏ ନେଇ କୋର୍ଟର ଦ୍ୱାରସ୍ଥ ହେବ ବୋଲି ଏକ ସାମ୍ବାଦିକ ସମ୍ମଳନୀରେ କହିଛନ୍ତି ଭୃଗୁ ବକ୍ସିପାତ୍ର।

Related story