ଓଜେଇଇର ନକଲି ୱେବ୍‌ସାଇଟ୍‌ରେ ହେଉଛି ରେଜିଷ୍ଟ୍ରେସନ: ଓପେକା ଅଧ୍ୟକ୍ଷ ବିନୋଦ ଦାସ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଏକ ନକଲି ୱେବ୍‌ସାଇଟ୍‌ ରହିଛି। ଏହି ୱେବ୍‌ସାଇଟ୍‌ ଜରିଆରେ ପିଲାଙ୍କ ନାମ ପଞ୍ଜୀକରଣ କରାଯାଉଛି। ସାଇଟ୍‌ରେ ପୁରୁଣା କଲେଜ୍‌କୁ ବାଦ୍‌ ଦିଆଯାଇ କିଛି ନୂଆ କଲେଜ୍‌ର ନାଁ ରଖାଯାଇଛି। ଏହାକୁ ନେଇ ଛାତ୍ରଛାତ୍ରୀମାନେ ଦ୍ୱନ୍ଦ୍ୱରେ ପଡିଛନ୍ତି ବୋଲି ରବିବାର ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ (ଓପେକା)ର ଅ ଅଧ୍ୟକ୍ଷ ବିନୋଦ ଦାସ କହିଛନ୍ତି। ସେ କହିଛନ୍ତି, “ନକଲି ଓଜେଇଇ ୱେବ୍‌ସାଇଟ୍‌ ଖୋଲାଯାଇ କିଛି କଲେଜ୍‌ର ନାଁ ଦିଆଯାଇ […]

ojee-web-site

Rakesh Mallick
  • Published: Sunday, 03 July 2016
  • , Updated: 03 July 2016, 05:36 PM IST

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଏକ ନକଲି ୱେବ୍‌ସାଇଟ୍‌ ରହିଛି। ଏହି ୱେବ୍‌ସାଇଟ୍‌ ଜରିଆରେ ପିଲାଙ୍କ ନାମ ପଞ୍ଜୀକରଣ କରାଯାଉଛି। ସାଇଟ୍‌ରେ ପୁରୁଣା କଲେଜ୍‌କୁ ବାଦ୍‌ ଦିଆଯାଇ କିଛି ନୂଆ କଲେଜ୍‌ର ନାଁ ରଖାଯାଇଛି। ଏହାକୁ ନେଇ ଛାତ୍ରଛାତ୍ରୀମାନେ ଦ୍ୱନ୍ଦ୍ୱରେ ପଡିଛନ୍ତି ବୋଲି ରବିବାର ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ (ଓପେକା)ର ଅ

ଅଧ୍ୟକ୍ଷ ବିନୋଦ ଦାସ କହିଛନ୍ତି।

ସେ କହିଛନ୍ତି, “ନକଲି ଓଜେଇଇ ୱେବ୍‌ସାଇଟ୍‌ ଖୋଲାଯାଇ କିଛି କଲେଜ୍‌ର ନାଁ ଦିଆଯାଇ ରେଜିଷ୍ଟ୍ରେସନ କରାଯାଉଥିବା ନେଇ ମୁଁ ଆଜି ସକାଳୁ ଖବର ପାଇଲି। ଏହି ୱେବ୍‌ସାଇଟ୍‌ରେ ପୁରୁଣା କଲେଜଗୁଡିକର ନାଁ ନ ଥିବାବେଳେ ୭ ରୁ ୮ବର୍ଷର କଲେଜର ନାଁ ଦିଆଯାଇ ରେଜିଷ୍ଟ୍ରେସନ କରାଯାଉଛି। ତେବେ ଦୁଇଟି ୱେବସାଇଟ୍‌ରୁ କେଉଁଟା ନକଲି ଓ କେଉଁଟା ଅସଲୀ ତାହା ସହରାଞ୍ଚଳ ଛାତ୍ରଛାତ୍ରୀମାନେ ସହଜରେ ଜାଣି ପାରୁଥିବା ବେଳେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ଅସୁବିଧାରେ ପଡୁଛନ୍ତି। ଏହାଦ୍ୱାରା ପିଲାମାନଙ୍କର ବହୁତ କ୍ଷତି ହେବ। ପିଲାମାନେ ଆର୍ଥିକ ଓ ମାନସିକ ଭାବେ ଠକାମିର ଶିକାର ହେବେ। ସେମାନେ ଆଶା କରୁଥିବେ ଗୋଟିଏ ଭଲ କଲେଜ୍‌ରେ ପଢିବା ପାଇଁ କିନ୍ତୁ ସେ ଏହି ନକଲି ୱେବ୍‌ସାଇଟ୍ ଦ୍ୱାରା ହଇରାଣରେ ପଡିବେ। କଲ୍‌ ଫର ରେଜିଷ୍ଟ୍ରେସନ୍‌ ମାଧ୍ୟମରେ ଆଲଟ୍‌ମେଣ୍ଟ କରି ଏହି ସାଇଟ୍‌ରେ ପିଲାମାନଙ୍କୁ ସାର୍ଟିଫିକେଟ ଓ ଟଙ୍କା ଆଣିବାକୁ କୁହାଯାଉଥିବା ମୁଁ ‍ଖବର ପାଇଛି।”

ଏନେଇ ଓଜେଇଇ ଅଧ୍ୟକ୍ଷ ତୁଷାର ନାଥ କହିଛନ୍ତି,“ଆମର ଅଫିସିଆଲ୍‌ ୱେବ୍‌ସାଇଟ୍‌ www.ojee.nic.in ଅଛି। ଏନେଇ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ମାଧ୍ୟମରେ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନେ ସେହି ୱେବ୍‌ସାଇଟ୍‌ରେ ରେଜିଷ୍ଟ୍ରେସନ କରୁଛନ୍ତି। ପିଲାମାନେ ଆଜି ଏହି ପ୍ରକ୍ରିୟାରେ ରେଜିଷ୍ଟ୍ରେସନ କରୁଛନ୍ତି। ଏଥିରେ କୌଣସି ସମସ୍ୟା ନାହିଁ। ଆମେ ରାଜ୍ୟର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଅନୁରୋଧ କରୁଛୁ କି ସେମାନେ ଆମ ଅଫିସିଆଲ୍‌ ୱେବ୍‌ସାଇଟରେ ହିଁ ଭିଜିଟ୍‌ କରି ରେଜିଷ୍ଟ୍ରେସନ କରନ୍ତୁ। ଅନ୍ୟ କୌଣସି ନକଲି ୱେବ୍‌ସାଇଟ୍‌କୁ ଯାଆନ୍ତୁ ନାହିଁ।”

ପୂର୍ବରୁ ୨୦୧୪ ମସିହାରେ ଓଡିଶା ଜେଇଇ ୱେବସାଇଟର ହ୍ୟାକ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରି ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା।

Related story