କେବେ ପିଇଛନ୍ତି ପିଆଜ ଚା? ଜାଣନ୍ତୁ ଏହାର ଚାରୋଟି ଫାଇଦା

ଚା’ ପିଇବାକୁ  ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। କାହାର କଳା ଚା’ ପସନ୍ଦ ତ କାହାକୁ ଲେମ୍ବୁ ପକା ଚା’ ପିଇବାକୁ ଭଲ ଲାଗିଥାଏ। କିନ୍ତୁ ଆପଣ କେବେ ପିଆଜ ଚା’ପିଇଛନ୍ତି ? ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ପିଆଜ ଚା’ ପିଇବା ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ଲାଭଦାୟକ। ପିଆଜରେ ଅନେକ ପ୍ରକାର ପୋଷକ ତତ୍ତ୍ୱ, ଭିଟାମିନ ଓ ଖଣିଜ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ଭିଟାମିନ ସି ଓ ଫାଇଟୋକେମିକାଲ୍ସ ପରି ପୋଷକ ତତ୍ତ୍ୱରେ ଭରପୂର […]

OnionTea

Rakesh Mallick
  • Published: Friday, 24 November 2017
  • , Updated: 24 November 2017, 11:09 AM IST

ଚା’ ପିଇବାକୁ  ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। କାହାର କଳା ଚା’ ପସନ୍ଦ ତ କାହାକୁ ଲେମ୍ବୁ ପକା ଚା’ ପିଇବାକୁ ଭଲ ଲାଗିଥାଏ। କିନ୍ତୁ ଆପଣ କେବେ ପିଆଜ ଚା’ପିଇଛନ୍ତି ? ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ପିଆଜ ଚା’ ପିଇବା ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ଲାଭଦାୟକ। ପିଆଜରେ ଅନେକ ପ୍ରକାର ପୋଷକ ତତ୍ତ୍ୱ, ଭିଟାମିନ ଓ ଖଣିଜ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ଭିଟାମିନ ସି ଓ ଫାଇଟୋକେମିକାଲ୍ସ ପରି ପୋଷକ ତତ୍ତ୍ୱରେ ଭରପୂର ଥିବା ପିଆଜ ଚା’ ପିଇଲେ ଅନେକ ରୋଗରୁ ମୁକ୍ତି ମିଳେ। ପିଆଜ ଚା’ ର ଫାଇଦା ବିଷୟରେ ଶୁଣିବା ମାତ୍ରେ ବିଳମ୍ୱ ନକରି ଏହାକୁ ପିଇବାର ଅଭ୍ୟାସ କରି ଦିଅନ୍ତୁ। ପିଆଜ ଚା’ ପ୍ରସ୍ତୁତ କରିବା ସମୟରେ ଧ୍ୟାନ ଦେବେ ପିଆଜ ଯେପରି ବାଇଗଣୀ ରଙ୍ଗର ହୋଇଥିବ। ଆସନ୍ତୁ ଜାଣିବା ପିଆଜ ଚା’ ପିଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ।

କ୍ୟାନସର ଆଶଙ୍କାକୁ କମ୍‌ କରାଏ

ପିଆଜ ଚା’ ରେ କ୍ୱେରସୋଟିନ ନାମକ ତତ୍ତ୍ୱ ରହିଛି ଯାହା କ୍ୟାନସର ସହ ଲଢ଼ିବାରେ ସାହାଯ୍ୟ କରେ।

ହଜମ ପକ୍ରିୟା ଠିକ୍‌ ରହେ

ପିଆଜ ଚା’ ପିଇବା ଦ୍ୱାରା ହଜମ ପକ୍ରିୟା ଠିକ୍‌ ରହେ। ପିଆଜରେ ଫାଇବର ଅଧିକ ମାତ୍ରାରେ ରହିଥିବାରୁ ଏହାକୁ ପିଇବା ଦ୍ୱାରା  ଶରୀରରୁ ଟକ୍ସିନ ବାହାରି ଯାଏ।

ଡାଇବେଟିସ୍‌ରୁ ମୁକ୍ତି ଦିଏ

ଡାଇବେଟିସ୍‌ ରୋଗୀଙ୍କ ପାଇଁ ପିଆଜ ଚା’ ଅତ୍ୟନ୍ତ ଲାଭକାରୀ। ପିଆଜ ଚା’ ରେ ଥିବା ଭିଟାମିନ ଡାଇବେଟିସ୍‌ରୁ ମୁକ୍ତି ଦିଏ ।

ଦେହ ହାତ ଯନ୍ତ୍ରଣାରୁ ରକ୍ଷା ଦିଏ

ଦେହ ହାତ ଦରଜ ପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ପିଆଜ ଚା’ ପିଅନ୍ତୁ। ପିଆଜରେ  ଆଣ୍ଟି –ଇମ୍ଫ୍ଲେମେଟରୀ ଗୁଣ ଦେହ ହାତ ଦରଜରୁ ମୁକ୍ତି ଦିଏ।

ପିଆଜ ଚା ପ୍ରସ୍ତୁତ କରିବାର ପ୍ରଣାଳୀ

ପ୍ରଥମେ ପିଆଜକୁ ଛୋଟ ଛୋଟ ଆକାରରେ କାଟନ୍ତୁ। ଏକ ପାତ୍ରରେ ଅଳ୍ପ ପାଣି ଗରମ କରନ୍ତୁ। ପାଣି ଅଳ୍ପ ଗରମ ହୋଇଯିବା ପରେ ସେଥିରେ କଟା ପିଆଜ ପକାନ୍ତୁ। ଏହା ପରେ ଅଳ୍ପ ଲେମ୍ବୁ ରସ ଓ ଗ୍ରୀନ ଟି ପକାଇ କିଛି ସମୟ ଫୁଟାନ୍ତୁ। ଚା କିଛି ସମୟ ଫୁଟିଯିବା ପରେ ଛାଣି ଦିଅନ୍ତୁ। ଏହାପରେ ସ୍ୱାଦ ଅନୁସାରେ ମହୁ ମିଶାଇ ପିଆଜ ଚା ପିଇବାର ମଜା ନିଅନ୍ତୁ।

Related story