ଓସ୍କାର ଚିଟଫଣ୍ଡ୍‌ ମାମଲା: ପ୍ରାଥମିକ ଚାର୍ଜସିଟ୍‌ ଦାଖଲ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ

କଟକ: ବହୁ ଚର୍ଚ୍ଚିତ ଓସ୍କାର ଚିଟଫଣ୍ଡ୍‌ ଠକେଇ ମାମଲାର ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ୍‌ ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଦାଖଲ କରିଛି। ପ୍ରଥମ ପର୍ଯ୍ୟାୟରେ ୬୦ କୋଟି ଟଙ୍କାର ଠକେଇ ଚାର୍ଜସିଟ୍‌ରେ ସ୍ଥାନ ପାଇଛି। ଏଥିରେ ସଂସ୍ଥାର ମୁଖ୍ୟ ପ୍ରଭାସ ରାଉତ ଓ ନିର୍ଦ୍ଦେଶକ ମୁନା ପାତ୍ରଙ୍କ ସମେତ ୭ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯାଇଥିବା କ୍ରାଇମବ୍ରାଞ୍ଚ ସ୍ପେଶାଲ ଡିଜି ବି.କେ. ଶର୍ମା ସୂଚନା ଦେଇଛନ୍ତି। ତେବେ ଦ୍ୱିତୀୟ ପର୍ଯ୍ୟାୟ ଚାର୍ଜସିଟ୍‌ରେ ଓସ୍କାର-ଓଲିଉଡ୍‌ ଲିଙ୍କର […]

oscar chit fond and daimond factory-2

Rakesh Mallick
  • Published: Sunday, 16 October 2016
  • , Updated: 16 October 2016, 10:13 PM IST

କଟକ: ବହୁ ଚର୍ଚ୍ଚିତ ଓସ୍କାର ଚିଟଫଣ୍ଡ୍‌ ଠକେଇ ମାମଲାର ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ୍‌ ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଦାଖଲ କରିଛି। ପ୍ରଥମ ପର୍ଯ୍ୟାୟରେ ୬୦ କୋଟି ଟଙ୍କାର ଠକେଇ ଚାର୍ଜସିଟ୍‌ରେ ସ୍ଥାନ ପାଇଛି। ଏଥିରେ ସଂସ୍ଥାର ମୁଖ୍ୟ ପ୍ରଭାସ ରାଉତ ଓ ନିର୍ଦ୍ଦେଶକ ମୁନା ପାତ୍ରଙ୍କ ସମେତ ୭ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯାଇଥିବା କ୍ରାଇମବ୍ରାଞ୍ଚ ସ୍ପେଶାଲ ଡିଜି ବି.କେ. ଶର୍ମା ସୂଚନା ଦେଇଛନ୍ତି।

ତେବେ ଦ୍ୱିତୀୟ ପର୍ଯ୍ୟାୟ ଚାର୍ଜସିଟ୍‌ରେ ଓସ୍କାର-ଓଲିଉଡ୍‌ ଲିଙ୍କର ଖୁଲାସା ହେବ। ଏଥିରେ ଓଲିଉଡ ଓ ଓସ୍କାରର ଲିଙ୍କ୍‌ ସ୍ଥାନ ପାଇବ ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୁହାଯାଇଛି। ଏହାସହ ଓସ୍କାର ଚିଟ୍‌ଫଣ୍ଡ୍‌ ସଂସ୍ଥାର ୪୦ କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖା ବିଭାଗକୁ ଚିଠି ଲେଖାଯାଇଛି ବୋଲି ବି.କେ ଶର୍ମା ସୂଚନା ଦେଇଛନ୍ତି।

ଓଡ଼ିଶା, ଆନ୍ଧ୍ୟପ୍ରଦେଶ, ଗୁଜରାଟ (ସୁରାଟ), ଛତିଶଗଡ଼ ଓ ମହାରାଷ୍ଟ ଭଳି ୧୩ଟି ରାଜ୍ୟରେ ଓସ୍କାର ଚିଟ୍‌ଫଣ୍ଡ କମ୍ପାନୀ ୧୬୭ଟି ବ୍ରାଞ୍ଚ ଖୋଲି ଜମାକାରୀଙ୍କ ଟଙ୍କା ହଡ଼ପ କରିଛି। କମ୍ପାନୀ କେଉଁ ଉପାୟରେ ତା’ର କଳା ସାମ୍ରାଜ୍ୟ ବିସ୍ତାର କରିଥିଲା ସେ ନେଇ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍‌ରେ ଖୁଲାସା କରିଛି।

Related story