ପାରାଦୀପ: ଗାଧୋଇବାକୁ ଯାଇ ଏମ୍‌ସ ଛାତ୍ର ନିଖୋଜ

ପାରାଦୀପ: ଜଗତସିଂହପୁର ଜିଲ୍ଲା ମହାନଦୀ ମୁହାଣରେ ଗାଧୋଇବାକୁ ଯାଇ ଭୁବନେଶ୍ୱର ଏମ୍‌ସର ଜଣେ ଛାତ୍ର ରବିବାର ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ର ଜଣକ ହେଲେ ଆରସିଲ କେ.ସି। ତାଙ୍କ ଘର କେରଳରେ। ମେରାଇନ୍ ପୋଲିସ୍‌ ଓ କୋଷ୍ଟ ଗାର୍ଡ ବୋଟ୍‌ ସହାୟତାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଆଶିଷ ଭୁବନେଶ୍ୱର ଏମ୍‌ସର  ୫ ଜଣ ସାଙ୍ଗଙ୍କ ସହିତ ପାରାଦୀପ ବୁଲିବାକୁ ଆସି ମହାନଦୀ ମୁହାଣରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଥିଲା। ପାରାଦୀପ ଆଇସିଆଇସି  ଅନିରୁଦ୍ଧ ରାଉତରାୟ […]

death

Rakesh Mallick
  • Published: Sunday, 20 March 2016
  • , Updated: 20 March 2016, 02:05 PM IST

ପାରାଦୀପ: ଜଗତସିଂହପୁର ଜିଲ୍ଲା ମହାନଦୀ ମୁହାଣରେ ଗାଧୋଇବାକୁ ଯାଇ ଭୁବନେଶ୍ୱର ଏମ୍‌ସର ଜଣେ ଛାତ୍ର ରବିବାର ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ର ଜଣକ ହେଲେ ଆରସିଲ କେ.ସି। ତାଙ୍କ ଘର କେରଳରେ। ମେରାଇନ୍ ପୋଲିସ୍‌ ଓ କୋଷ୍ଟ ଗାର୍ଡ ବୋଟ୍‌ ସହାୟତାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ଆଶିଷ ଭୁବନେଶ୍ୱର ଏମ୍‌ସର  ୫ ଜଣ ସାଙ୍ଗଙ୍କ ସହିତ ପାରାଦୀପ ବୁଲିବାକୁ ଆସି ମହାନଦୀ ମୁହାଣରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଥିଲା।

ପାରାଦୀପ ଆଇସିଆଇସି  ଅନିରୁଦ୍ଧ ରାଉତରାୟ କହିଛନ୍ତି, “ଆଜି ସକାଳ ୧୦ଟା୩୦ ଖବର ପାଇବା ପରେ ମେରାଇନ୍ ପୋଲିସ୍ ଖୋଜାଖୋଜି କରୁଛନ୍ତି। ଏ ପର୍ଯ୍ୟନ୍ତ ନିଖୋଜ ଛାତ୍ରକୁ ଖୋଜା ଯାଇପାରି ନାହିଁ। ଏହି ମୁହାଣରେ ଗାଧୋଇବାକୁ ଲୋକଙ୍କୁ ସଂପୂର୍ଣ୍ଣ ବାରଣ କରାଯାଇଛି। ଏହାଛଡ଼ା  ବିଭିନ୍ନ ସମୟରେ ଲୋକଙ୍କୁ  ଏ ନେଇ ସଚେତନ କରାଯାଉଛି।  କିନ୍ତୁ ବାରଣ ସତ୍ତ୍ୱେ କିଛି ଲୋକ ଏହାକୁ ମାନୁ ନାହାନ୍ତି।”

Related story