ସ୍କୁଲ ଯିବା ବେଳେ କାନ୍ଦୁଛନ୍ତି କି ଆପଣଙ୍କ ପିଲା ? ଆପଣାନ୍ତୁ ଉପାୟ, ହସି ହସି ଯିବେ ସ୍କୁଲ

ପିତାମାତା ନିଜ ପିଲାକୁ ଭଲ ମଣିଷ କରି ଗଢି ତୋଳିବାକୁ ସମସ୍ତ ପ୍ରକାର ଚେଷ୍ଟା କରିଥାନ୍ତି।  ଏଥିପାଇଁ ଭଲ ସ୍କୁଲକୁ ପିଲା ମାନଙ୍କୁ ପଠାଇଥାନ୍ତି, ହେଲେ ବହୁ ସମୟରେ ପିଲାମାନେ ସ୍କୁଲ ଯିବାକୁ ଅମଙ୍ଗ ହୋଇଥାନ୍ତି। ସ୍କୁଲ ଯିବାକୁ କହିବା ମାତ୍ରେ କାନ୍ଦିବା ଆରମ୍ଭ କରିଦିଅନ୍ତି। ଏହି ସମୟରେ ତାଙ୍କୁ ବୁଝେଇବା କଷ୍ଟକର ହୋଇପଡେ। ତେବେ ଆଜି ଆପଣଙ୍କୁ ଏପରି ଉପାୟ ବତାଇବୁ ଯାହାକୁ  ଆପଣେଇଲେ ପିଲାମାନେ ଖୁସିରେ ସ୍କୁଲ ଯିବାକୁ ପ୍ରସ୍ତୁତ  ହୋଇଯିବେ। ୧. ସ୍କୁଲ […]

kindergarten_mistakes

kindergarten_mistakes

Rakesh Mallick
  • Published: Tuesday, 05 December 2017
  • Updated: 05 December 2017, 02:03 PM IST

Sports

Latest News

ପିତାମାତା ନିଜ ପିଲାକୁ ଭଲ ମଣିଷ କରି ଗଢି ତୋଳିବାକୁ ସମସ୍ତ ପ୍ରକାର ଚେଷ୍ଟା କରିଥାନ୍ତି।  ଏଥିପାଇଁ ଭଲ ସ୍କୁଲକୁ ପିଲା ମାନଙ୍କୁ ପଠାଇଥାନ୍ତି, ହେଲେ ବହୁ ସମୟରେ ପିଲାମାନେ ସ୍କୁଲ ଯିବାକୁ ଅମଙ୍ଗ ହୋଇଥାନ୍ତି। ସ୍କୁଲ ଯିବାକୁ କହିବା ମାତ୍ରେ କାନ୍ଦିବା ଆରମ୍ଭ କରିଦିଅନ୍ତି। ଏହି ସମୟରେ ତାଙ୍କୁ ବୁଝେଇବା କଷ୍ଟକର ହୋଇପଡେ। ତେବେ ଆଜି ଆପଣଙ୍କୁ ଏପରି ଉପାୟ ବତାଇବୁ ଯାହାକୁ  ଆପଣେଇଲେ ପିଲାମାନେ ଖୁସିରେ ସ୍କୁଲ ଯିବାକୁ ପ୍ରସ୍ତୁତ  ହୋଇଯିବେ।

୧. ସ୍କୁଲ ଯିବା ସମୟରେ ପିଲାମାନେ ବାପାମାଙ୍କ ଠାରୁ ଦୂରେଇ ରହିବା ଯୋଗୁଁ ଡରନ୍ତି। ଏପରି କ୍ଷେତ୍ରରେ ପିଲାମାନଙ୍କୁ ସ୍କୁଲରେ ହେଉଥିବା ଖେଳକୁଦ ବିଷୟରେ ଜଣାଇ ସ୍କୁଲ ଯିବାକୁ ମନାଇପାରିବେ।

୨. ସ୍କୁଲରେ କିପରି ନୂଆ ନୂଆ ସାଙ୍ଗ କରିପାରିବେ  ପିଲାମାନଙ୍କୁ ସେହି ବିଷୟରେ କୁହନ୍ତୁ । ପିଲାମାନେ ନୂଆ ସାଙ୍ଗ, ଖେଳକୁଦ କଥା ଶୁଣିବା ମାତ୍ରେ ସ୍କୁଲ ଯିବାକୁ ପ୍ରସ୍ତୁତ ହୋଇଥାନ୍ତି।

୩. ପିଲାମାନଙ୍କ ଟିଫିନ୍‌ ବକ୍ସରେ ତାଙ୍କ ପସନ୍ଦର ଖାଇବା ପ୍ୟାକ୍‌ କରନ୍ତୁ। ଟିଫିନ୍‌ ପ୍ୟାକ୍‌ କରିବା ପର୍ବରୁ ପ୍ରଥମେ ନିଜ ପିଲାଙ୍କୁ କଣ ଖାଇବାକୁ ଇଚ୍ଛା ତାହା ପଚାରି ଦିଅନ୍ତୁ।

୪. ଅନେକ ଥର ପିଲାମାନେ ହୋମ୍‌ୱାର୍କ୍‌ କରି ନଥିବା କାରଣରୁ ସ୍କୁଲ ଯିବାକୁ ଡରିଥାନ୍ତି। ନିୟମିତ ରୁଟିନ୍‌ ଚେକ୍‌ କରି  ପିଲାମାନଙ୍କ ହୋମ୍‌ୱାର୍କ୍‌ କରାନ୍ତୁ। ପିଲାମାନେ ହୋମ୍‌ୱାର୍କ୍‌ କରିଥିଲେ ସ୍କୁଲ ଯିବାକୁ ଆଉ  ଡରିବେ ନାହିଁ।

୫. ପିଲା ଯଦି ସ୍କୁଲ ଶିକ୍ଷକଙ୍କ ପାଖକୁ ଯିବାକୁ ଅମଙ୍ଗ ହେଉଛି,ତେବେ ଏହାର କାରଣ ବିଷୟରେ ପିଲାଙ୍କୁ ପଚାରି ବୁଝନ୍ତୁ।

୬.  ପିଲାମାନେ ମାଡ ଡରରେ ସ୍କୁଲ ଯିବାକୁ କାନ୍ଦୁଥିଲେ ଏହାର ପ୍ରତିକାର ବାହାର କରି  ପିଲାମାନଙ୍କୁ ସ୍ନେହରେ ବୁଝାନ୍ତୁ ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos