ପ୍ରକଳ୍ପ ଉଦ୍‌ଘାଟନ ବେଳେ ବିରୋଧ ଘଟଣା: ବୈଜୟନ୍ତ କହିଲେ-ଟେକା ଛାଡନ୍ତୁ, ଗୁଳି ମାରିଲେ ବି ମୋତେ ଡରାଇ ପାରିବେ ନାହିଁ

କଟକ: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ରାହାଣିଆ ପଞ୍ଚାୟତର ଜାତିପାରିଲୋରେ ଓଭର୍ ହେଡ ପାଣି ଟାଙ୍କି ଉଦ୍‌ଘାଟନ ସାରି ଫେରୁଥିବା ବେଳେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ବିରୋଧର ସମ୍ମୁଖୀନ ହୋଇଛନ୍ତି। କିଛି ଲୋକ ତାଙ୍କ ଉପରକୁ ପଥର ଓ ଅଣ୍ଡା ସହ ଜୋତା ପିଙ୍ଗି ଥିଲେ। ଏହା ଉପରେ ସାଂସଦ ପ୍ରତିକ୍ରିୟା ରଖିଛନ୍ତି। ଟ୍ୱିଟ୍‌ କରି ବୈଜୟନ୍ତ କହିଛନ୍ତି,“ ଟେକା ଛାଡନ୍ତୁ, ଗୁଳି ମାରିଲେ ବି ମୋତେ ଡରାଇ ପାରିବେ ନାହିଁ।” ସେ କହିଛନ୍ତି,“ବିଜୁ ଜନତା […]

baijayant panda

Rakesh Mallick
  • Published: Tuesday, 30 May 2017
  • , Updated: 30 May 2017, 01:04 PM IST

କଟକ: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ରାହାଣିଆ ପଞ୍ଚାୟତର ଜାତିପାରିଲୋରେ ଓଭର୍ ହେଡ ପାଣି ଟାଙ୍କି ଉଦ୍‌ଘାଟନ ସାରି ଫେରୁଥିବା ବେଳେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ବିରୋଧର ସମ୍ମୁଖୀନ ହୋଇଛନ୍ତି। କିଛି ଲୋକ ତାଙ୍କ ଉପରକୁ ପଥର ଓ ଅଣ୍ଡା ସହ ଜୋତା ପିଙ୍ଗି ଥିଲେ। ଏହା ଉପରେ ସାଂସଦ ପ୍ରତିକ୍ରିୟା ରଖିଛନ୍ତି। ଟ୍ୱିଟ୍‌ କରି ବୈଜୟନ୍ତ କହିଛନ୍ତି,“ ଟେକା ଛାଡନ୍ତୁ, ଗୁଳି ମାରିଲେ ବି ମୋତେ ଡରାଇ ପାରିବେ ନାହିଁ।”

ସେ କହିଛନ୍ତି,“ବିଜୁ ଜନତା ଦଳରେ ମୁଁ ମୂଳରୁ ଅଛି। ପ୍ରଥମ ୧୭ ବର୍ଷ ଏକ ନୀତିକୁ ଆଧାର କରି ଦଳ ଚାଲୁଥିଲା। ନୀତି ଥିଲା ଦଳରେ ଗୋଷ୍ଠୀ କନ୍ଦଳ ଓ ଗୁଣ୍ଡାଗର୍ଦ୍ଦିକୁ ବିରୋଧ। ହେଲେ ଗତ ୩ ବର୍ଷ ହେଲା ଦଳ କିଛି ବଦଳି ଯାଇଛି। ଏବେ କିଛି ସରକାରୀ ବାବୁ ଅଫିସ୍‌ରେ ବସି ନିଷ୍ପତ୍ତି ନେଉଥିବାରୁ ଏପରି ଅବସ୍ଥା ହୋଇଛି। ଏହା ଦଳ ପାଇଁ ଆଦୌ ଭଲ କଥା ନୁହେଁ। ସଂସଦୀୟ ବୋର୍ଡ ବୈଠକରେ ମୁଁ ଏହା କହିଥିଲି। ନବୀନ ବାବୁ ପୂରା ସତ୍ୟ ଜାଣିଲେ ନିଶ୍ଚିତ ପଦକ୍ଷେପ ନେବେ।”

ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଡକା ଯାଇ ନ ଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଓ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ଡକା ଯାଇଥିବା କହିଛନ୍ତି ସାଂସଦ ପଣ୍ଡା। ସେ ଆହୁରି କହିଛନ୍ତି,“ଉତ୍ସବକୁ ସ୍ଥାନୀୟ ନେତା ଓ କର୍ମୀଙ୍କୁ ଡକା ଯାଇଥିଲା। ପ୍ରକଳ୍ପ ଫଳକରେ ସ୍ଥାନୀୟ ପ୍ରତିନିଧିଙ୍କ ନାମ ଥିଲା। ପୂର୍ବରୁ ଉଦ୍‌ଘାଟିତ ପ୍ରକଳ୍ପରେ ମଧ୍ୟ ସ୍ଥାନୀୟ ପ୍ରତିନିଧିଙ୍କ ନାମ ଅଛି।”

ସେ ଆହୁରି କହିଛନ୍ତି,“କେନ୍ଦ୍ରାପଡ଼ାରେ ୫୨ଟି ବଡ଼ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେବ। ଏଥିରୁ ପ୍ରତିଦିନି ୫୨ ଲକ୍ଷ ଲିଟର ପିଇବା ପାଣି ଯୋଗାଯିବ। ଏଭଳି ପ୍ରକଳ୍ପକୁ ବିରୋଧ କରୁଥିବା ଲୋକଙ୍କୁ ଉତ୍ତର ଦେବାକୁ ହେବ।”

ପଣ୍ଡାଙ୍କ ରାଜନୈତିକ ସଂଯୋଜକ ଦେବାଶିଷ ମଲ୍ଲିକ କହିଛନ୍ତି,“ଆମେ ବିଧାୟକ ପ୍ରତାପ ଜେନାଙ୍କ ପାଖକୁ ଯାଇଥିଲୁ। ସେ ମାହାଙ୍ଗାର ଅନ୍ୟ ନେତୃବୃନ୍ଦଙ୍କୁ ଭେଟିବାକୁ କହିଥିଲେ, ଆମେ ଭେଟିଲୁ। ଫଳକରେ କ’ଣ ଲେଖା ହେବ ମାହାଙ୍ଗା ଯୁବ ବିଜେଡି ସଭାପତି କହିଥିଲେ। ଏହାପରେ ବି କ’ଣ ପାଇଁ ବିରୋଧ କରାଯାଉଛି ଆମେ ବୁଝିପାରୁନାହୁଁ।”

ତେବେ ସାଂସଦଙ୍କୁ ବିରୋଧ ଘଟଣାକୁ ଦଳ ନୁହେଁ ସ୍ଥାନୀୟ ସମସ୍ୟା କହି ଏଡାଇ ଯାଇଛି ବିଜେଡି। ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,“ସାଂସଦଙ୍କର ସ୍ଥାନୀୟ ଲୋକ କିମ୍ବା ଆଉ କାହା ସହ ପଡୁ ନ ଥାଇ ପାରେ। ଏହି ଘଟଣାରେ ଆଇନ ତା’ ବାଟରେ କାମ କରିବ।”

Related story