କୁଳଭୂଷଣ ମାମଲାର ନୂଆ ମୋଡ଼: ଶୀଘ୍ର ଫାଶୀ ଦେବାକୁ ପାକିସ୍ତାନ ସୁପ୍ରିମକୋର୍ଟରେ ଆବେଦନ   

ନୂଆଦିଲ୍ଲୀ: ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାରେ ନୂଆ ମୋଡ଼। କୁଳଭୂଷଣଙ୍କୁ  ତୁରନ୍ତ ଫାଶୀ ଦେବାକୁ ପାକିସ୍ତାନ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ପାକିସ୍ତାନର ମୁଜ୍ଜାମିଲ ଅଲ୍ଲୀ ନାମକ ଜଣେ ଓକିଲ ଏହି ଆବେଦନ କରିଛନ୍ତି। ଗୁପ୍ତଚର କୁଳଭୂଷଣଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ମୁଜ୍ଜାମିଲ ଅଲ୍ଲୀ କହିଛନ୍ତି ଯେ, ପାକିସ୍ତାନ କୋର୍ଟ ଅଫ ଲ’ରେ କୁଳଭୂଷଣଙ୍କ ମାମଲା ଶୁଣାଣି ଶେଷ ହୋଇଛି। କୁଳଭୂଷଣଙ୍କ ବିରୋଧରେ ଯେଉଁ ରାୟ ଆସିଛି […]

kulbhusan

kulbhusan

Rakesh Mallick
  • Published: Sunday, 28 May 2017
  • Updated: 28 May 2017, 04:14 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାରେ ନୂଆ ମୋଡ଼। କୁଳଭୂଷଣଙ୍କୁ  ତୁରନ୍ତ ଫାଶୀ ଦେବାକୁ ପାକିସ୍ତାନ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ପାକିସ୍ତାନର ମୁଜ୍ଜାମିଲ ଅଲ୍ଲୀ ନାମକ ଜଣେ ଓକିଲ ଏହି ଆବେଦନ କରିଛନ୍ତି। ଗୁପ୍ତଚର କୁଳଭୂଷଣଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ମୁଜ୍ଜାମିଲ ଅଲ୍ଲୀ କହିଛନ୍ତି ଯେ, ପାକିସ୍ତାନ କୋର୍ଟ ଅଫ ଲ’ରେ କୁଳଭୂଷଣଙ୍କ ମାମଲା ଶୁଣାଣି ଶେଷ ହୋଇଛି।

କୁଳଭୂଷଣଙ୍କ ବିରୋଧରେ ଯେଉଁ ରାୟ ଆସିଛି ପାକିସ୍ତାନ ସୁପ୍ରିମକୋର୍ଟ ବିଧିବଦ୍ଧ ଭାବେ ଘୋଷଣା କରନ୍ତୁ ବୋଲି ସେ ଦାବି କରିଛନ୍ତି।  ସୂଚନା ଅନୁଯାୟୀ ଗୁପ୍ତଚର ଅଭିଯୋଗରେ କୁଳଭୂଷଣଙ୍କୁ ଗତ ମାର୍ଚ୍ଚ ୩ ତାରିଖରେ ପାକିସ୍ତାନ ଗିରଫ କରିଥିଲା। ପରେ ପାକସ୍ତାନ ମିଲିଟାରୀ କୋର୍ଟରେ କୁଳଭୂଷଣଙ୍କୁ ଫାଶୀଦଣ୍ଡାଦେଶ ହୋଇଥିଲା।  ଏହାକୁ ଚାଲେଞ୍ଜ କରି ଭାରତର ଇଣ୍ଟରନ୍ୟାଶନାଲ କୋର୍ଟ ଅଫ ଜଷ୍ଟିସକୁ ଯାଇଥିଲା (ଆଇସିଜେ)।  ଆଇସିଜେ ଉକ୍ତ ମାମଲାର ଶୁଣାଣି କରି କୁଳଭୂଷଣଙ୍କ ମୃତ୍ୟୁଦଣ୍ଡାଦେଶ ଉପରେ  ରହିତାଦେଶ ଜାରି କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos