ଖଣି ଅଧିକାରୀ ପ୍ରଫୁଲ୍ଲ ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୫ କୋଟି ଟଙ୍କାର ସମ୍ପତ୍ତି ଠାବ

ଫୁଲବାଣୀ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଫୁଲବାଣୀର ଖଣି ଅଧିକାରୀ ପ୍ରଫୁଲ୍ଲ ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ ଚାଲିଛି। ଭୁବନେଶ୍ୱର ଜିଜିପି କଲୋନୀରେ ଥିବା ବାସଭବନ ସମେତ ୯ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି। ଚଢାଉ ବେଳେ ୫ କୋଟିର ସ୍ଥାବର, ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ଭୁବନେଶ୍ୱର ସ୍ଥିତ ତାଙ୍କ ବାସ ଭବନରୁ ୨ ଲକ୍ଷ ଟଙ୍କା ସହ ନଗଦ ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି। ପ୍ରଫୁଲ୍ଲ ସେଠୀଙ୍କ ନାଁରେ ଭୁବନେଶ୍ୱରରେ […]

p

Rakesh Mallick
  • Published: Wednesday, 16 March 2016
  • , Updated: 16 March 2016, 08:29 AM IST

ଫୁଲବାଣୀ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଫୁଲବାଣୀର ଖଣି ଅଧିକାରୀ ପ୍ରଫୁଲ୍ଲ ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ ଚାଲିଛି। ଭୁବନେଶ୍ୱର ଜିଜିପି କଲୋନୀରେ ଥିବା ବାସଭବନ ସମେତ ୯ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି। ଚଢାଉ ବେଳେ ୫ କୋଟିର ସ୍ଥାବର, ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ଭୁବନେଶ୍ୱର ସ୍ଥିତ ତାଙ୍କ ବାସ ଭବନରୁ ୨ ଲକ୍ଷ ଟଙ୍କା ସହ ନଗଦ ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି।

ପ୍ରଫୁଲ୍ଲ ସେଠୀଙ୍କ ନାଁରେ ଭୁବନେଶ୍ୱରରେ ୩ଟି ବିଲ୍ଡିଂ, ତେଲଡିହାରେ ୨ଟି ଓ ନିଶ୍ଚିତକୋଇଲିରେ ଗୋଟିଏ ପ୍ଲଟ୍‌ ଥିବା ଜଣାପଡିଛି।

ବର୍ତ୍ତମାନ ପ୍ରଫୁଲ୍ଲ ଫୁଲବାଣୀରେ ଖଣି ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ସେ ଯାଜପୁର, ଜୋଡ଼ା ଓ ବଡ଼ବିଲ ଖଣି ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଶ୍ୱଶୁର ଘର ନିଶ୍ଚିନ୍ତକୋଇଲିଠାରେ ତାଙ୍କର ଏକ ମାର୍କେଟ କମ୍ପ୍ଲେକ୍ସ ଠାବ କରାଯାଇଛି।

Related story