ମାଲକାନଗିରି: ମାଓବାଦୀଙ୍କ ଦ୍ୱାରା ଅପହୃତ ୨ ଗ୍ରାମବାସୀଙ୍କ ମଧ୍ୟରୁ ଜଣେ ଖସି ଆସିଲେ

ମାଲକାନଗିରି:ମାଲକାନଗିରି ଜିଲ୍ଲାର କମାରପାଲ୍ଲୀ ପଞ୍ଚାୟତ ମୁଣ୍ଡାଗୁଡ଼ା ଗାଁର ସିନା ମାଢୀ ଏବଂ ଡମ୍ୱରୁ ଶଗଡିଆଙ୍କୁ ମାଓବାଦୀମାନେ ଗତକାଲି ଅପହରଣ କରି ନେଇଥିଲେ। ତେବେ ଦୁଇ ଜଣଙ୍କ ମଧ୍ୟରୁ ଆଜି ସିନା ମାଢୀ ଖସି ପଳାଇ ଆସିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।   ଏବେ ବି ଡମ୍ୱରୁ ଶଗଡ଼ିଆ ମାଓ କବଜାରେ ଥିବା ଆଶଙ୍କା କରାଯାଉଛି।

ଗତରାତିରେ ପ୍ରାୟ ୧୫ରୁ ୨୦ଜଣ ସଶସ୍ତ୍ର ମାଓବାଦୀ ଉଭୟଙ୍କୁ ସେମାନଙ୍କ ଘରୁ  ଅପହରଣ କରି ନେଇଯାଇଥିଲେ। ପୋଲିସ ଇନଫର୍ମର ସନ୍ଦେହରେ ସେମାନଙ୍କୁ  ଅପହରଣ କରାଯାଇଥିବା ପୋଲିସ କହିଛି।