କଟକ: କେନ୍ଦ୍ରାପଡ଼ା ଘଟଣାରେ ଗତକାଲି ଚାକିରିରୁ ନିଲମ୍ବିତ ହୋଇଥିବା ଆଇପିଏସ୍ ଅଫିସର ସତୀଶ ଗଜଭିୟେ ଶୁକ୍ରବାର ଅପରାହ୍ନରେ କଟକ ସ୍ଥିତ ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟକୁ ଆସିଥିଲେ। ତେବେ ସେ କାହିଁକି ଆସିଥିଲେ ତାହା ଜଣାପଡ଼ି ନାହିଁ।
ସାରଥି ବାବା ପ୍ରସଙ୍ଗରେ କେନ୍ଦ୍ରାପଡାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ କେନ୍ଦ୍ରାଞ୍ଚଳ ଆଇଜି ଆର.ପି କୋଚେଙ୍କ ରିପୋର୍ଟ ପାଇବା ପରେ ସରକାର ଗତକାଲି ସନ୍ଧ୍ୟାରେ ତାଙ୍କୁ ନିଲମ୍ବିତ କରିଥିଲେ। ଏହା ପୂର୍ବରୁ ଘଟଣା ବେଳେ କେନ୍ଦ୍ରାପଡ଼ା ଏସପି ଥିବା ଗଜଭିୟେଙ୍କୁ ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରି ଅଣାଯାଇଥିଲା। ତେବେ ତାଙ୍କୁ କୌଣସି ଦାୟିତ୍ୱ ଦିଆଯାଇ ନଥିଲା। ଅନ୍ୟପକ୍ଷରେ ବିଜେପି, କଂଗ୍ରେସ ସମେତ ରାଜ୍ୟ ଓକିଲ ସଂଘ ଓ ଅନ୍ୟ ସାମାଜିକ ସଂଗଠନଗୁଡ଼ିକ ଗଜଭିୟେଙ୍କ ନିଲମ୍ବନରେ ବି ସନ୍ତୁଷ୍ଟ ହୋଇ ନାହାନ୍ତି। ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଏହି ଦାବି ନେଇ ଆଜି ବିଜେପି ପକ୍ଷରୁ ପୋଲିସ୍ ଡିଜିଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଓ ତା’ସହିତ ଡିଜିଙ୍କୁ ଏକ ଦାବିପତ୍ର ମଧ୍ୟ ଦିଆଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ରୁଷରେ ଶାନ୍ତିର ବାର୍ତ୍ତା ପ୍ରଚାର କରୁଛନ୍ତି ବିକେ ସୁଧାରାଣୀ; ସମ୍ମାନିତ କଲେ ରାଷ୍ଟ୍ରପତି
ପ୍ରଧାନମନ୍ତ୍ରୀଙ୍କ ଟାକ୍ସ ‘ପରବର୍ତ୍ତୀ ସମୟରେ ଆଉ ୫ ଜଣଙ୍କୁ ସାଥୀରେ ଆଣିବାକୁ’ ନେଇ ବିକେ ସୁଧାରାଣୀ ଗୁପ୍ତା କହିଛନ୍ତି, ନିଶ୍ଚିତ ଭାବେ ପରବର୍ତ୍ତୀ ପ୍ରବାସୀ ଭାରତୀୟ ଦିବସରେ ଆମେ ଆଉ ୫ ଜଣଙ୍କୁ ସାଥୀରେ ଧରି ଆସିବୁ।
Miscellaneous
ଓଡ଼ିଆ ଝିଅ, ଇଂଲଣ୍ଡରେ ଗଢିଛନ୍ତି ଜଗନ୍ନାଥ ମନ୍ଦିର
୨୦୨୧ ମସିହାରେ ମହାପ୍ରଭୁଙ୍କ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଛୁ। ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ପୂଜା ନୀତି ସମ୍ପନ୍ନ ହେଉଛି। ଦୂର ଦୂରାନ୍ତ ଶ୍ରାଦ୍ଧାଳୁମାନେ ଆସୁଛନ୍ତି। ପ୍ରତିଦିନ ମହାପ୍ରସାଦ ଓ ଛପନ ଭୋଗ ପ୍ରସ୍ତୁତ ହେଉଛି।
Accident
ଟ୍ରାକ୍ ପାର ହେଉଥିଲେ ଆରପିଏଫ୍ କନଷ୍ଟେବଳ, ପିଟି ଦେଲା ଟ୍ରେନ୍
ସାମାନ୍ୟ ଅସାବଧାନତାରୁ ଘଟିଗଲା ବଡ଼ ଅଘଟଣ । ଷ୍ଟେସନରେ ମହିଳା ଆରପିଏଫ୍ କନଷ୍ଟେବଳଙ୍କୁ ଧକ୍କା ଦେଲା ଟ୍ରେନ୍ ।
Politics
ଝାରସୁଗୁଡ଼ାରେ ତେଜୁଛି ରାଜନୀତି; କିରିମିରାରେ ହୋଇ ପାରିଲାନି ଅନାସ୍ଥା ଭୋଟିଂ
ଝାରସୁଗୁଡ଼ା ଜିଲ୍ଲାରେ ଆରମ୍ଭ ହୋଇଥିବା ପଲଟିକାଲ ହାଇଡ୍ରାମା ଅଧିକ ରୋଚକ ମୋଡ଼ ନେଇଛି। ବହୁ ଚେଷ୍ଟା ପରେ ବି କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଆଜି ଅନାସ୍ଥା ଭୋଟ ହୋଇ ପାରିନି।
Politics
‘ସୁଭଦ୍ରା ପୋର୍ଟାଲରେ OPT OUT ହୋଇଥିଲେ ପୁଣି କରିହେବ Log In’
OPT OUT ହୋଇଥିବା ଲୋକଙ୍କ ପାଇଁ ସୁଭଦ୍ରା ପୋର୍ଟାରଲେ ପୁଣି ଥରେ ଲଗ୍ ଇନ ସହ ଅପ୍ଟ ଇନର ବ୍ୟବସ୍ଥା କରାଯାଇଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।