ପ୍ରବାସୀଙ୍କ ଓଡ଼ିଆ ଶିକ୍ଷା ପାଇଁ ଆରମ୍ଭ ହେବ ‘ଓଡ଼ିଆ ସାର୍ଟିଫିକେଟ୍‌’ କୋର୍ସ

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆ ବି ଏବେ ନିଜ ମାତୃଭାଷାରେ ପାଠ ପଢିବେ। ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟ ସରକାର ଅନଲାଇନ୍‌ରେ ‘ଓଡ଼ିଆ ସାର୍ଟିଫିକେଟ୍‌’ କୋର୍ସ ଆରମ୍ଭ କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଆଜି ଏ ନେଇ ଘୋଷଣା କରିଛନ୍ତି। ବର୍ଷକୁ ଦୁଇ ଥର ଏହି ପରୀକ୍ଷା ହେବ। ଏଥିପାଇଁ ମୋଟ ୧୦୦ ମାର୍କ ରଖାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଏହି ପରୀକ୍ଷା ପରିଚାଳନା କରିବ। ପରିରଷଦର ନିଜସ୍ୱ ୱେବସାଇଟ୍‌ରେ ପାଠ୍ୟ ଖସଡା ଓ ଆବେଦନ ଫର୍ମ ଉପଲବ୍ଧ ହେବ। […]

cm

Rakesh Mallick
  • Published: Saturday, 02 July 2016
  • , Updated: 02 July 2016, 11:02 PM IST

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆ ବି ଏବେ ନିଜ ମାତୃଭାଷାରେ ପାଠ ପଢିବେ। ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟ ସରକାର ଅନଲାଇନ୍‌ରେ ‘ଓଡ଼ିଆ ସାର୍ଟିଫିକେଟ୍‌’ କୋର୍ସ ଆରମ୍ଭ କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଆଜି ଏ ନେଇ ଘୋଷଣା କରିଛନ୍ତି।

ବର୍ଷକୁ ଦୁଇ ଥର ଏହି ପରୀକ୍ଷା ହେବ। ଏଥିପାଇଁ ମୋଟ ୧୦୦ ମାର୍କ ରଖାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଏହି ପରୀକ୍ଷା ପରିଚାଳନା କରିବ। ପରିରଷଦର ନିଜସ୍ୱ ୱେବସାଇଟ୍‌ରେ ପାଠ୍ୟ ଖସଡା ଓ ଆବେଦନ ଫର୍ମ ଉପଲବ୍ଧ ହେବ।

ଓଡ଼ିଶା ସୋସାଇଟି ଅଫ୍‌ ଆମେରିକାର ଅନୁରୋଧ କ୍ରମେ ପ୍ରବାସୀ ଓଡ଼ିଆ ପିଲାଙ୍କ ସୁବିଧା ଦୃଷ୍ଟିରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

Related story