ପ୍ରଣବଙ୍କୁ ଝୁରିବ ଓଡ଼ିଶା: ୯୯ ବାତ୍ୟାରେ ବାଇକ୍‌ରେ ବସି ବିପନ୍ନଙ୍କ ଦୁଃଖ ବୁଝିଥିଲେ, ଜଗାକୁ ନ ଦେଖି ଯାଉ ନ ଥିଲେ

Ordigital Desk
  • Published: Monday, 24 July 2017
  • , Updated: 24 July 2017, 09:04 PM IST
<p>କେନ୍ଦ୍ରାପଡ଼ା/ପୁରୀ/ଭୁବନେଶ୍ୱର: ଆଜି ରାଷ୍ଟ୍ରପତି ପଦ ଛାଡ଼ିବେ ପ୍ରଣବ ମୁଖାର୍ଜୀ। &nbsp;କାଲିଠୁ ଦେଶର ସର୍ବୋଚ୍ଚ ପଦରେ ବସିବେ ରାମନାଥ କୋବିନ୍ଦ। &nbsp;ରାଷ୍ଟ୍ରପତି ହେଉକି ଜଣେ ସଫଳ ପାର୍ଲାମେଣ୍ଟାରିଆନ ଜଗନ୍ନାଥ ଧାମ ଓଡ଼ିଶା ସହ ପ୍ରଣବ ମୁଖାର୍ଜୀଙ୍କ ସଂପର୍କ ବେଶ୍ ନିବିଡ଼ । କେବଳ ରାଷ୍ଟ୍ରପତି ଥିବା ବେଳେ ୪ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଣବ। &nbsp;ଓଡ଼ିଶା ସହ ପ୍ରଣବଙ୍କ କିଭଳି ସଂପର୍କ ଥିଲା ଆସନ୍ତୁ ଜାଣିବା। ୧୯୯୯ ମହାବାତ୍ୟା ସମୟରେ ବିପନ୍ନଙ୍କ ଦୁଃଖ ବୁଝିବା ପାଇଁ ପ୍ରଣବ ଓଡ଼ିଶାକୁ ଆସିଥିଲେ। ପ୍ରକୃତିର କ୍ରୁର ତାଣ୍ଡବରେ ସେତେବେଳେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା ଉପକୂଳ ଓଡ଼ିଶା। ଏହିସମୟରେ ସାଂସଦ ଥିବା ପ୍ରଣବ &nbsp;ସୋନିଆ ଗାନ୍ଧିଙ୍କ ସହ କେନ୍ଦ୍ରାପଡ଼ାର ବାତ୍ୟା ବିଧ୍ୱସ୍ତ ଅଞ୍ଚଳ ବୁଲି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିଥିଲେ। ରାମନଗରର ତରୁଣକାନ୍ତି କାଞ୍ଜିଲାଲଙ୍କ ସହ ମୋଟର ସାଇକେଲରେ ବୁଲି ଦେଖିଥିଲେ ଦୁର୍ଦ୍ଦଶାର ଚିତ୍ର ।</p> <p>ଏହାର ୧୪ ବର୍ଷ ପରେ ଅର୍ଥାତ୍ ଏପ୍ରିଲ ୨୫, ୨୦୧୩ରେ ରାଷ୍ଟ୍ରପତି ଭାବେ ତାଙ୍କ ପ୍ରଥମ ଓଡ଼ିଶା ଗସ୍ତରେ ବି ଏ ସ୍ମୃତିକୁ ଭୁଲି ନଥିଲେ ପ୍ରଣବ। &nbsp;ରାଜଭବନକୁ ନିମନ୍ତ୍ରଣ କରିଥିଲେ ତରୁଣକାନ୍ତିଙ୍କୁ। ରାଜନୈତିକ କାର୍ଯ୍ୟକ୍ରମରେ ପ୍ରଣବ ମୁଖାର୍ଜୀ ଓଡ଼ିଶାକୁ ଅନେକ ଥର ଆସିଛନ୍ତି । ହେଲେ ରାଷ୍ଟ୍ରପତି ହେବା ପରେ ମୋଟ ୪ ଥର ଓଡ଼ିଶା ଆସିଛନ୍ତି ପ୍ରଣବ । ଯେତେଥର ଆସିଛନ୍ତି ପ୍ରତିଥର ଏ ଜାତିର ଆରାଧ୍ୟ ଦେବତା ଜଗତରନାଥ ଜଗନ୍ନାଥଙ୍କ ଆଶୀର୍ବାଦ ନେବାକୁ ଭୁଲି ନାହାନ୍ତି ।</p> <p>ପ୍ରଣବଙ୍କ ଓଡ଼ିଶା ଗସ୍ତକୁ ଆହୁରି ସ୍ମରଣୀୟ କରିଛି ଅନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା। ତାଙ୍କ ସମ୍ମାନରେ ମହୋଦଧିର ଝୁରାବାଲିରେ ସୁଦର୍ଶନଙ୍କ ବାଲୁକା କୀର୍ତ୍ତିକୁ ପ୍ରଣବ ବେଶ୍ ପ୍ରଶଂସା କରିଥିବା କହିଛନ୍ତି ସୁଦର୍ଶନ। ରାଷ୍ଟ୍ରପତି ଭାବେ ଶେଷ ଥର ପାଇଁ ୨୦୧୫ ମସିହା ଅଗଷ୍ଟ ୭ ତାରିଖରେ ଓଡ଼ିଶା ଆସିଥିଲେ ପ୍ରଣବ। ଖୋର୍ଦ୍ଧା ରାମେଶ୍ୱର ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗ ଦେବା ସହ ପୁରୀ ଶ୍ରୀମନ୍ଦିର ମଧ୍ୟ ଯାଇଥିଲେ। ରାଷ୍ଟ୍ରପତି ପଦରୁ ଅବସର ନେବା ପରେ ଆସନ୍ତା ମାସରେ ପ୍ରଣବ ପୁଣିଥରେ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିପାରନ୍ତି ବୋଲି ତାଙ୍କ କୌଳିକ ପଣ୍ଡା ସୂଚନା ଦେଇଛନ୍ତି।</p>

Related story