ଲିବ୍ୟାରେ ଅପହରଣର ଶିକାର ହୋଇଥିବା ପ୍ରଭାସ ସାମଲ ଭୁବନେଶ୍ୱରରେ ପହଞ୍ଚିଲେ

ଭୁବନେଶ୍ୱର: ଲିବ୍ୟାରେ ଆଇଏସଆଇଏସ ଆତଙ୍କବାଦୀଙ୍କ ଦ୍ୱାରା ଅପହରଣର ଶିକାର ହୋଇଥିବା ଓଡ଼ିଆ ଯୁବକ ପ୍ରଭାସ ସାମଲ ଆଜି ଓଡ଼ିଶା ଫେରି ଆସିଛନ୍ତି। ସେ  ନୂଆଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେ ଗତକାଲି ଲିବ୍ୟାରୁ ଆସି ନୂଆଦିଲ୍ଲୀରେ ପହଞ୍ଚିଥିଲେ। ଭୁବନେଶ୍ୱରରେ ପଟିଆସ୍ଥିତ ତାଙ୍କର ଜଣେ ସଂପର୍କୀୟଙ୍କ ଘରେ ଅଛନ୍ତି।  ପ୍ରଭାସଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା କରିଲୋପାଟଣାରେ। ଭୁବନେଶ୍ୱରରେ ପହଞ୍ଚିଲା ପରେ ପ୍ରଭାସ କହିଛନ୍ତି ଯେ ରଖେ ହରି ମାରେ କିଏ। ଭଗବାନଙ୍କ ଦୟାରୁ ଯେନତେନ ପ୍ରକାରେ ବଞ୍ଚି ଯାଇଛି। ଏବେ […]

pravas

Rakesh Mallick
  • Published: Friday, 02 October 2015
  • , Updated: 02 October 2015, 10:04 AM IST

[caption id="attachment_36959" align="alignleft" width="300"] ଭୁବନେଶ୍ୱରରେ ନିଜ ସଂପର୍କୀୟଙ୍କ ସହିତ ପ୍ରଭାସ ସାମଲ[/caption]

ଭୁବନେଶ୍ୱର: ଲିବ୍ୟାରେ ଆଇଏସଆଇଏସ ଆତଙ୍କବାଦୀଙ୍କ ଦ୍ୱାରା ଅପହରଣର ଶିକାର ହୋଇଥିବା ଓଡ଼ିଆ ଯୁବକ ପ୍ରଭାସ ସାମଲ ଆଜି ଓଡ଼ିଶା ଫେରି ଆସିଛନ୍ତି। ସେ  ନୂଆଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେ ଗତକାଲି ଲିବ୍ୟାରୁ ଆସି ନୂଆଦିଲ୍ଲୀରେ ପହଞ୍ଚିଥିଲେ। ଭୁବନେଶ୍ୱରରେ ପଟିଆସ୍ଥିତ ତାଙ୍କର ଜଣେ ସଂପର୍କୀୟଙ୍କ ଘରେ ଅଛନ୍ତି।  ପ୍ରଭାସଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା କରିଲୋପାଟଣାରେ।

ଭୁବନେଶ୍ୱରରେ ପହଞ୍ଚିଲା ପରେ ପ୍ରଭାସ କହିଛନ୍ତି ଯେ ରଖେ ହରି ମାରେ କିଏ। ଭଗବାନଙ୍କ ଦୟାରୁ ଯେନତେନ ପ୍ରକାରେ ବଞ୍ଚି ଯାଇଛି। ଏବେ ଓଡ଼ିଶା ଫେରି ନିଜ ଲୋକଙ୍କୁ ପାଖରେ ପାଇ ସେ ପୂର୍ବ କଥା ଭୁଲି ଗଲେଣି। ଏବେ ବହୁତ ଭଲ ଲାଗୁଛି।

ପ୍ରଭାସ କହିଛନ୍ତି ଯେ ଅପହରଣ ହେବାର ଦ୍ୱିତୀୟ ଦିନରୁ ସେ ଆଉ ଚିନ୍ତିତ ନଥିଲେ। ଯାହା ହେବାର ଥିବ ତାହା ହେବ ବୋଲି ଭାବି ନେଇଥିଲି। ମୁକ୍ତି ଆଶା ସଂପୂର୍ଣ୍ଣ ଛାଡ଼ି ନଥିଲି। ତେବେ ତାଙ୍କୁ କାହିଁକି ଅପହରଣ କରାଯାଇଥିଲା ତାହା ସେ ଜାଣି ନାହାନ୍ତି।

ଲିବ୍ୟାରୁ ଫେରି ଆସିବାରେ ଭାରତ ସରକାର ବହୁତ ସାହାଯ୍ୟ କରିଛନ୍ତି ବୋଲି ସେ କହିଛନ୍ତି।

ପ୍ରଭାସ ଭୁବନେଶ୍ୱରରେ ପହଞ୍ଚିବା ଖବର ପାଇ ରାଉରକେଲାରେ ଥିବା ତାଙ୍କ ମାଆ, ଭାଇ ଓ ଭାଉଜ ବି ଭାରି ଖୁସି ଅଛନ୍ତି। ରାତି ସୁଦ୍ଧା ପ୍ରଭାସ ସେମାନଙ୍କ ପାଖରେ ପହଞ୍ଚି ଯିବେ ବୋଲି ସେମାନେ କହିଛନ୍ତି।

ପ୍ରଭାସ ଗତକାଲି ନୂଆଦିଲ୍ଲୀ ଫେରି ଆସିବା ପରେ ଭାରତ ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଧନ୍ୟବାଦ ଦେଇଥିଲେ। ତାଙ୍କୁ ଫେରାଇ ଆଣିବାରେ କେନ୍ଦ୍ର ସରକାର ସବୁ ପ୍ରକାର ସହାୟତା କରିଥିବା ସେ କହିଥିଲେ।

ସେ ଗତକାଲି ‘ଡିଡି ନ୍ୟୁଜ୍’କୁ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଜଣେ ସ୍ୱାସ୍ଥ୍ୟ କର୍ମୀ। ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଆତଙ୍କୀମାନେ ଅପହରଣ କରି ନେବେ ବୋଲି ସେ ଆଶା କରି ନଥିଲେ। କିନ୍ତୁ ଦିନେ ରାତିରେ କିଛି ବ୍ୟକ୍ତି ଆସିଲେ ଓ ତାଙ୍କୁ ଅପହରଣ କରି ନେଇଥିଲେ। ତାଙ୍କ ସହିତ ଆଉ ଜଣେ ଭାରତୀୟ ଡାକ୍ତର ରାମମୂର୍ତ୍ତି ଓ ୨ ବିଦେଶୀ ନାଗରିକଙ୍କୁ ଅପହରଣ କରିଥିଲେ। ସେମାନଙ୍କୁ ଏକ ଅଜଣା ଜାଗାରେ ରଖାଯାଇଥିଲା। ୧୦ ଦିନ ପରେ ଆତଙ୍କବାଦୀମାନେ ତାଙ୍କୁ ଛାଡ଼ି ଦେଇଥିଲେ। ସେ ଜାଣି ନାହାନ୍ତି ତାଙ୍କୁ କେଉଁମାନେ ଅପହରଣ କରିଥିଲେ। କିନ୍ତୁ ଯେହେତୁ ସେଠାରେ ଆଇଏଆଇଏସ୍ ଆତଙ୍କବାଦୀଙ୍କ ଦବଦବା ରହିଛି, ତେଣୁ ଏହା ସେମାନଙ୍କ କାମ ହୋଇଥାଇପାରେ।

ପ୍ରଭାସ କହିଥିଲେ, ମୁକ୍ତି ପାଇବା ପରେ ସେ ତ୍ରିପୋଲି ସ୍ଥିତ ଭାରତୀୟ ଦୂତାବାସରେ ପହଞ୍ଚିଥିଲେ। ଭାରତ ଫେରିବାରେ ଭାରତୀୟ ଦୂତାବାସର ସମସ୍ତ ଅଧିକାରୀ ତାଙ୍କୁ ସହଯୋଗ କରିଥିଲେ। ପ୍ରଧାନମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ପ୍ରମୁଖ ବ୍ୟକ୍ତିଗତ ଭାବେ ତାଙ୍କୁ ସହଯୋଗ କରିଥିଲେ। ତେଣୁ ସେ ସେମାନଙ୍କ ନିକଟରେ କୃତଜ୍ଞ।

ପ୍ରଭାସଙ୍କ ଘର କେନ୍ଦ୍ରାପଡ଼ାର କରିଲୋପାଟଣା ଗାଁରେ। ସେ ରାଉରକେଲାରେ ଥିବା ତାଙ୍କ ଭାଇଭାଉଜ ଓ ଅନ୍ୟ ପରିବାର ଲୋକଙ୍କ ସହିତ ବରାବର ଯୋଗାଯୋଗ ରଖୁଥିଲେ। ତେବେ ଗତ ଅଗଷ୍ଟ ୨୦ ତାରିଖ ପରେ ତାଙ୍କ ସହିତ ଆଉ ଯୋଗାଯୋଗ ରଖି ପାରି ନଥିଲେ ପରିବାର ଲୋକେ। କିଛି ଦିନ ପରେ ଜଣାପଡ଼ିଲା ତାଙ୍କୁ ଅପହରଣ କରାଯାଇଛି।

ଗତ ସେପ୍ଟେମ୍ବର ୧୭ ତାରିଖରେ ଖବର ଆସିଲା ଯେ ପ୍ରଭାସ ଆତଙ୍କବାଦୀଙ୍କ କବଳରୁ ମୁକ୍ତ ହୋଇଯାଇଛନ୍ତି। ସେ ରାଉରକେଲାରେ ଥିବା ତାଙ୍କ ଭାଉଜଙ୍କୁ ଫୋନ୍ କରି ଏହି ଖବର ଦେଇଥିଲେ ଏବଂ ଓଡ଼ିଶା ଫେରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। କିନ୍ତୁ ତା’ପରେ ଆଉ ପରିବାର ଲୋକଙ୍କ ସହିତ ପ୍ରଭାସ ଯୋଗାଯୋଗ କରି ନଥିଲେ। ତେଣୁ ପରିବାର ଲୋକେ ଚିନ୍ତିତ ଥିଲେ।

ପ୍ରଭାସ ଲିବ୍ୟାର ସିର୍ତ୍ତେରେ ରହୁଥିଲେ। ତାଙ୍କ ପତ୍ନୀ ସେଠାରୁ ୫୦୦ କିଲୋମିଟର ଦୂର ତ୍ରିପୋଲିରେ ରହନ୍ତି। ତାଙ୍କର ଦୁଇ ଜଣ ପିଲା ମାମୁଁ ଘରେ ରହନ୍ତି।

Related story