- Videos
- Odisha
- ପ୍ରଫେସର ଇଶାନ ପାତ୍ର ହେଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି
ପ୍ରଫେସର ଇଶାନ ପାତ୍ର ହେଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି
- Published: Saturday, 23 December 2017
- , Updated: 23 December 2017, 04:06 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଦଳିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି। ପ୍ରଫେସର ଇଶାନ ପାତ୍ର ହେଲେ ରେଭେନ୍ସା ବିଶ୍ୱବିଦ୍ୟାଳୟର ନୂଆ କୁଳପତି। ରାଜ୍ୟପାଳ ଏସସି ଜମିର ପ୍ରଫେସର ଇଶାନ ପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି।</p>
<p>ଗ୍ୱାଲିୟର ଜିୱାଜୀ ବିଶ୍ୱବିଦ୍ୟାଳୟର ପ୍ରାଣୀବିଜ୍ଞାନ ପ୍ରଫେସର ଭାବେ ଇଶାନ ପାତ୍ର କାର୍ଯ୍ୟ କରୁଛନ୍ତି। ଏନେଇ ସେ କହିଛନ୍ତି-“ରେଭେନ୍ସ କଲେଜ ଓ ବିଶ୍ୱବିଦ୍ୟାଳୟ ହେଉଛି ୧୫୦ ବର୍ଷର ଇନ୍‌ଷ୍ଟିଚ୍ୟୁସନ୍‌। ଏହାର ଜାତୀୟ ଓ ଆନ୍ତର୍ଜାତୀୟ କ୍ଷାତି ରହିଛି। ରେଭେନ୍ସାର ଯେଉଁ କ୍ଷାତି ରହିଛି, ତାକୁ ଆଗକୁ ନେବା ଏକ ବଡ଼ ଚ୍ୟାଲେଞ୍ଜ ହେବ। ଛାତ୍ର ଓ ଶିକ୍ଷାର ବିକାଶ ପାଇଁ କାର୍ଯ୍ୟ କରିବି। ବିଶ୍ୱବିଦ୍ୟାଳୟରେ ଅନେକ ଉନ୍ନୟନ କାର୍ଯ୍ୟ ହୋଇଛି। ବାକି ଥିବା କାମ କରିବି। ଶିକ୍ଷାଦାନ ଓ ଛାତ୍ରଛାତ୍ରୀଙ୍କ ପ୍ଲେସମେଣ୍ଟକୁ ଗୁରୁତ୍ୱ ଦେବି।”</p>