ପୁରୀ: ଜନ୍ମବେଦୀରେ ସରିଆସୁଛି ଶ୍ରୀଜିଉଙ୍କ ଲୀଳାଖେଳା। ଆସନ୍ତାକାଲି ନୀଳକନ୍ଦରକୁ ଅଭିମୁଖ ବାହୁଡ଼ି ଯିବେ ଚତୁର୍ଦ୍ଧାମୂର୍ତ୍ତି। ଆଜି ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ସନ୍ଧ୍ୟା ଦର୍ଶନ ଦେବେ ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ। ଆସନ୍ତାକାଲି ବାହୁଡା ଓ ଅନ୍ୟାନ୍ୟ ରୀତିନୀତି ଥିବାରୁ ଆଜି ସନ୍ଧ୍ୟା ୭ଟା ଯାଏଁ ଦର୍ଶନ କରିବେ ଭକ୍ତ। ଏହାପରେ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶା କରାଯାଉଛି। ତେଣୁ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବାରିକେଡ୍ କରାଯାଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ବ୍ୟାରିକେଡରେ ଧାଡ଼ିରେ ଆସି ଦର୍ଶନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଆସନ୍ତାକାଲି ବାହୁଡାଯାତ୍ରା ପାଇଁ ମଧ୍ୟାହ୍ନ ୧୨ଟାରେ ପହଣ୍ଡି ବିଜେ, ଅପରାହ୍ନ ୨ଟାରେ ଶେଷ ହେବ ଛେରାପହରା ନୀତି। ଏହାପରେ ରଥ ଉପରେ ଅନ୍ୟାନ୍ୟ ନୀତିକାନ୍ତି ସଂପନ୍ନ ହେବା ପରେ ଅପରାହ୍ନ ପ୍ରାୟ ୪ଟାରେ ରଥଟଣା ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
‘ଆୟୁଷ୍ମାନ ଭାରତ’ ଯୋଜନା: ଆସନ୍ତା ସପ୍ତାହରେ ହେବ ଏମଓୟୁ
କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ଏଲଏସ୍ ଚ୍ୟାନସେନଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଓଡ଼ିଶା ଆସି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଏସ.ଅଶ୍ୱସ୍ଥି, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଡି.ବୃନ୍ଦା ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ।
Politics
ମୋ ମନ ଶାନ୍ତ ହୋଇନି, ସମୟକୁ ଅପେକ୍ଷା କରିଛି: ପ୍ରଦୀପ
ବିଜେଡି ଶାସନକାଳରେ ହୋଇଥିବା ମାମଲା ମଧ୍ୟରୁ ଗତକାଲି ୨ଟି ଓ ଆଜି ୩ଟି ମାମଲାରେ ଜେଏମଏଫସି କୋର୍ଟଙ୍କ ଦ୍ୱାରା ଦୋଷମୁକ୍ତ ହେବାପରେ ବ୍ରହ୍ମପୁର ସାଂସଦ ଶ୍ରୀ ପାଣିଗ୍ରାହୀ ନବୀନ ପଟ୍ଟନାୟକ, ଭିକେ ପାଣ୍ଡିଆନ ଓ ଷଡ଼ଯନ୍ତ୍ରକାରୀଙ୍କ ଉପରେ ବର୍ଷିଛନ୍ତି ।
Miscellaneous
ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦି
ବିଶାଖାପାଟଣାରୁ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଂଚିବା ପରେ ତାଙ୍କୁ ବିମାନ ବନ୍ଦରରେ ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟମାନେ ତାଙ୍କୁ ସ୍ୱାଗତ କରିଥିଲେ ।
Politics
‘ଓଡ଼ିଶାକୁ ଲୁଟ୍ ପାଇଁ ପାଣ୍ଡିଆନ୍ଙ୍କୁ ଠିକା ଦେଇଥିଲେ ନବୀନ’
ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଆହୁରି କହିଛନ୍ତି, ବିଜେଡି ସରକାରରେ CMOକୁ କରପସନ, କମିଶନ ଓ କଲେକ୍ସନର ହବ୍ କରାଯାଇଥିଲା। ନାଁ ନନେଇ ଜଣେ ବରିଷ୍ଠ IPSଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଦୀପ।
Miscellaneous
୧୩ରୁ ଫେବ୍ରୁଆରୀ ୨୬ ଯାଏଁ ଅଯୋଧ୍ୟାକୁ ଗଡ଼ିବ ବସ୍
OSRTC ପକ୍ଷରୁ ହାଇ-ଏଣ୍ଡ ପ୍ରିମିୟମ୍ ବସ୍ ସେବା ଆରମ୍ଭ ହେବ। ପୁରୀ, ସମ୍ବଲପୁର, ଭବାନୀପାଟଣା, ବ୍ରହ୍ମପୁରରୁ ଏହି ବସ୍ ଗୁଡ଼ିକ ଯିବ।