ଶ୍ରୀମନ୍ଦିର ରୋଷଶାଳା ଅନୁଧ୍ୟାନ କରିବେ ଜଷ୍ଟିସ୍‌ ବିପି ଦାସ କମିଶନ

ପୁରୀ: ଆଜି  ଜଷ୍ଟିସ ବି.ପି. ଦାସ କମିଶନ ଶ୍ରୀମନ୍ଦିରର ରୋଷଶାଳାକୁ ଅନୁଧ୍ୟାନ କରିବେ। ମହାପ୍ରଭୁ ନବଦିନ ଯାତ୍ରା କରିଥିବାରୁ ରୋଷଶାଳାର ଅବସ୍ଥା ଦେଖିବା ପାଇଁ ନିଜେ ଜଷ୍ଟିସ ଦାସ  ରୋଷଶାଳା ବୁଲିବେ। ଏହି ସମୟରେ କମିଶନଙ୍କ ଦ୍ୱାରା ଗଠିତ ୫ ଜଣିଆ କମିଟିର ସଦସ୍ୟମାନେ ରୋଷଶାଳା ସମ୍ପର୍କରେ ଅବଗତ କରାଇବାର କାର୍ଯ୍ୟକ୍ରମ ରହିଛି। ୫ ଜଣିଆ କମିଟିରେ ବିଶ୍ୱନାଥ ସାମନ୍ତରା ଆବାହକ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଧାନାଥ ମହାପାତ୍ର, ଫକିରା ମହାସୁଆର, ଚନ୍ଦ୍ରଶେଖର ମଙ୍ଗରାଜ, ଗୋପୀନାଥ ସୁଆର […]

Puri

Rakesh Mallick
  • Published: Wednesday, 28 June 2017
  • , Updated: 28 June 2017, 08:30 AM IST

ପୁରୀ: ଆଜି  ଜଷ୍ଟିସ ବି.ପି. ଦାସ କମିଶନ ଶ୍ରୀମନ୍ଦିରର ରୋଷଶାଳାକୁ ଅନୁଧ୍ୟାନ କରିବେ। ମହାପ୍ରଭୁ ନବଦିନ ଯାତ୍ରା କରିଥିବାରୁ ରୋଷଶାଳାର ଅବସ୍ଥା ଦେଖିବା ପାଇଁ ନିଜେ ଜଷ୍ଟିସ ଦାସ  ରୋଷଶାଳା ବୁଲିବେ। ଏହି ସମୟରେ କମିଶନଙ୍କ ଦ୍ୱାରା ଗଠିତ ୫ ଜଣିଆ କମିଟିର ସଦସ୍ୟମାନେ ରୋଷଶାଳା ସମ୍ପର୍କରେ ଅବଗତ କରାଇବାର କାର୍ଯ୍ୟକ୍ରମ ରହିଛି।

୫ ଜଣିଆ କମିଟିରେ ବିଶ୍ୱନାଥ ସାମନ୍ତରା ଆବାହକ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଧାନାଥ ମହାପାତ୍ର, ଫକିରା ମହାସୁଆର, ଚନ୍ଦ୍ରଶେଖର ମଙ୍ଗରାଜ, ଗୋପୀନାଥ ସୁଆର ଉପସ୍ଥିତ ରହିବେ। ବିଶେଷ କରି ରୋଷଶାଳରେ କେତେ ଚୂଲି ରହିଛି, ଗଙ୍ଗା ଜମୁନା କୂଅର ସ୍ଥିତି, ରୋଷଶାଳାର ଚଟାଣର ସ୍ଥିତି, କିଭଳି ରନ୍ଧନ କାର୍ଯ୍ୟ କରାଯାଉଛି, ଧୂଆଁ କିଭଳି ନିଷ୍କାସିତ କରାଯିବ, ସଫେଇ କାର୍ଯ୍ୟରେ କିଭଳି ଗୁରୁତ୍ୱ ଦିଆଯିବ, ରୋଷଶାଳାର ଡ୍ରେନେଜ ବ୍ୟବସ୍ଥା କ’ଣ ରହିଛି ଓ ପାଣି ନିଷ୍କାସନ ଉପରେ କ’ଣ କରାଯାଇପାରିବ ତାହା ଅନୁଧ୍ୟାନ କରିବେ ଜଷ୍ଟିସ୍‌ ଦାସ। ଏହାସହ ରୋଷଶାଳାରେ କାର୍ଯ୍ୟ କରୁଥିବା ସେବାୟତ ଓ ସହଯୋଗୀଙ୍କ ପାଇଁ କ’ଣ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ, ରୋଷଶାଳା ପରିଦର୍ଶନ କରୁଥିବା ଭକ୍ତଙ୍କ ସୁବିଧା ସୁଯୋଗ ସହ ରୋଷଶାଳର କିଭଳି ବିକାଶ କରାଯାଇପାରିବ ତାହା ଉପରେ ଅନୁଧ୍ୟାନ କରାଯିବା।

ଗତକାଲି ଭାରତୀୟ ପ୍ରନତ୍ତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଗର୍ଭଗୃହ, ଜଗମୋହନ ଓ ନାଟମଣ୍ଡପ ଅନୁଧ୍ୟାନ କରାଯାଇଥିଲା।

Related story