କଂଗ୍ରେସର ନବକଳେବର ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ, ରାହୁଲ କହିଲେ,ଯେକୌଣସି ମୁହୂର୍ତ୍ତରେ
ଭୁବନେଶ୍ୱର: କଂଗ୍ରେସର ହେବ ନବକଳେବର। ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ନୂଆ ପିସିସି ଟିମ୍। ନୂଆ ଟିମ୍ ନେଇ ଦଳର ଉପାଧ୍ୟକ୍ଷ ରାହୁଲ ଗାନ୍ଧି ନିଷ୍ପତ୍ତି ନେଇସାରିଥିବା ସୂଚନା ମିଳିଛି।  ଆଜି ନୂଆଦିଲ୍ଲୀରେ ଓଡିଶାର କଂଗ୍ରେସ ନେତାଙ୍କୁ ଭେଟିବା ପରେ ରାହୁଲ ପରୋକ୍ଷରେ ଏନେଇ ସୂଚନା ଦେଇଛନ୍ତି। ଜଣେ ନୁହେଁ ବରଂ ଏକାଧିକ ବ୍ୟକ୍ତିଙ୍କୁ ସାମୂହିକ ଦାୟିତ୍ୱ ମିଳିପାରେ ବୋଲି ସୂଚନା ମିଳିଛି। କେବଳ ପିସିସି ସଭାପତି ନୁହେଁ ବରଂ ଅନ୍ୟ କେତେକ ନେତାଙ୍କୁ ବି ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି। ଜଣଙ୍କୁ ସଭାପତି ଓ ଆଉ ୩ଜଣଙ୍କୁ କାର୍ଯ୍ୟକାରୀ ସଭାପତି ପଦ ମିଳିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା।  ଏହା ବାଦ୍ ଆଉ ଜଣଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ପଦ ମିଳିପାରେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି।
ତେବେ ଆଜିଠାରୁ  ଆଉ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଆଜି ବୈଠକରେ ରାହୁଲ ତାଗିଦ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳ ସୂଚନା ଦେଇଛନ୍ତି।
ଆଜି ୱାର୍ ରୁମରେ ପ୍ରାୟ ୨୦ମିନିଟ ଧରି ଓଡ଼ିଶାର ୩୬ ଜଣ ବରିଷ୍ଠ କଂଗ୍ରେସ ନେତାଙ୍କୁ ରାହୁଲ ଭେଟିଥିଲେ।  ୨୦ମିନିଟ କାଳ ରାହୁଲ କେବଳ ନିଜେ କହିଥିଲେ।  ଅନ୍ୟ କୌଣସି ନେତାଙ୍କୁ କହିବାର ସୁଯୋଗ ମିଳି ନ ଥିଲା।
ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି। ସେହିପରି ଭଲ ପ୍ରଦର୍ଶନ ଯୋଗୁଁ ବିଧାୟକ ନବ ଦାସଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯିବ ବୋଲି କୁହାଯାଉଛି।  ତାଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।  ପ୍ରଦୀପ ମାଝୀ ଓ ଚିରଞ୍ଜୀବୀ ବିଶ୍ୱାଳ ମଧ୍ୟ କାର୍ଯ୍ୟକାରୀ ସଭାପତି ହୋଇପାରନ୍ତି ବୋଲି କୁହାଯାଉଛି।  ଭକ୍ତ ଦାସଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ପଦ ମିଳିପାରେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି।
ରାହୁଲଙ୍କୁ ଭେଟିବା ପରେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ଆଜି ଦିଲ୍ଲୀରେ ବସିଥିବା ବୈଠକରେ କଂଗ୍ରେସ ନେତାଙ୍କୁ ରାହୁଲ ଗାନ୍ଧି ଦିଗଦର୍ଶନ ଦେଇଛନ୍ତି। ଆଜିଠାରୁ କଂଗ୍ରେସର ନୂଆ ଅଧ୍ୟାୟ ଆରମ୍ଭ ହେବ।”
ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“କଂଗ୍ରେସ ନେତାଙ୍କୁ  ରାହୁଲ ଗାନ୍ଧି ଯେଉଁଥି ପାଇଁ ଡାକିଥିଲେ। ସେହି ବିଷୟରେ ଆଲୋଚନା ହେଲା। ଆମର ଦୃଢ଼ ବିଶ୍ୱାସ ଆମେ କ୍ଷମତାକୁ ଫେରିବୁ।”
https://www.youtube.com/watch?v=9A7i8ZnxoPk
Ordigital Desk
• Published: Tuesday, 05 September 2017
• Updated: 05 September 2017, 01:59 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos