ନିଯୁକ୍ତି ସୁଯୋଗ: ୬୨ ହଜାର ୯୦୭ଟି ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କଲା ରେଳବାଇ

ନୂଆଦିଲ୍ଲୀ: ଚାକିରି ଆଶାୟୀ ବିଶେଷ କରି ରେଳ ବିଭାଗରେ ଚାକିରି କରିବାକୁ ଚାହୁଁଥିବା ଯୁବକଯୁବତୀ ପାଇଁ ଖୁସି ଖବର ଆସିଛି। ଗ୍ରୁପ ଡି’ରେ ଖାଲିଥିବା ୬୨,୯୦୭ ପଦବୀ ପାଇଁ ରେଳବାଇ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି। ଏଥିପାଇଁ ଆବେଦନକାରୀ ୧୦ ଫେବ୍ରୁଆରୀରୁ ମାର୍ଚ୍ଚ ୧୨ ତାରିଖ ରାତି ୧୨ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଦରଖାସ୍ତ ଆବେଦନ କରିପାରିବେ। ଖାଲିଥିବା ପଦବୀଗୁଡ଼ିକ ହେଲା: ରେଳବାଇର ଅଫିସିଆଲ୍ ନୋଟିଫେକେସନ୍‌ ଆନୁସାରେ ଟ୍ରାକ୍ ମେଣ୍ଟନର, ଗେଟ୍‌ ମ୍ୟାନ୍, ପୋଷ୍ଟ ମ୍ୟାନ୍‌, ହେଲ୍‌ପର (ଇଲେକ୍ଟ୍ରିକାଲ୍, […]

Railway

Rakesh Mallick
  • Published: Saturday, 10 February 2018
  • , Updated: 10 February 2018, 09:34 AM IST

ନୂଆଦିଲ୍ଲୀ: ଚାକିରି ଆଶାୟୀ ବିଶେଷ କରି ରେଳ ବିଭାଗରେ ଚାକିରି କରିବାକୁ ଚାହୁଁଥିବା ଯୁବକଯୁବତୀ ପାଇଁ ଖୁସି ଖବର ଆସିଛି। ଗ୍ରୁପ ଡି’ରେ ଖାଲିଥିବା ୬୨,୯୦୭ ପଦବୀ ପାଇଁ ରେଳବାଇ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି। ଏଥିପାଇଁ ଆବେଦନକାରୀ ୧୦ ଫେବ୍ରୁଆରୀରୁ ମାର୍ଚ୍ଚ ୧୨ ତାରିଖ ରାତି ୧୨ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଦରଖାସ୍ତ ଆବେଦନ କରିପାରିବେ।

ଖାଲିଥିବା ପଦବୀଗୁଡ଼ିକ ହେଲା: ରେଳବାଇର ଅଫିସିଆଲ୍ ନୋଟିଫେକେସନ୍‌ ଆନୁସାରେ ଟ୍ରାକ୍ ମେଣ୍ଟନର, ଗେଟ୍‌ ମ୍ୟାନ୍, ପୋଷ୍ଟ ମ୍ୟାନ୍‌, ହେଲ୍‌ପର (ଇଲେକ୍ଟ୍ରିକାଲ୍, ମେକାନିକାଲ୍, ଇଞ୍ଜିନିୟରିଂ) ଓ ପୋର୍ଟର୍ସ ଭଳି ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଦଶମ ଶ୍ରେଣୀ ପାସ୍ କରିଥିବା ପ୍ରାର୍ଥୀ ମଧ୍ୟ ଏହି ପଦବୀ ଗୁଡ଼ିକ ପାଇଁ ଆବେଦନ କରିପାରିବେ।

ବୟସ ସୀମା: ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀ ବୟସ ସୀମା୧୮ରୁ ୩୧ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସରକାରୀ ନିୟମ ଅନୁସାରେ ଓବିସି ବର୍ଗଙ୍କ ପାଇଁ ୩ ବର୍ଷ, ଏସ୍‌ସି ଓ ଏସ୍‌ଟି ପାଇଁ ୫ ବର୍ଷ ପର୍ଯ୍ୟନ୍ତ ବୟସ ସୀମା କୋହଳ କରାଯାଇଛି।

Related story