‘ଡାହାଣୀ ସନ୍ଦେହରେ ମାଆ ଓ ଦୁଇ ଛୁଆଙ୍କୁ ଜୀବନରୁ ମାରିଦେଲୁ’

ରାଇରଙ୍ଗପୁର: ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ମଣିଷ। ପ୍ରଶାସନର ସତଚେଷ୍ଟା ପରେ ମଧ୍ୟ ସେହି ଅନ୍ଧ ଗଳିରୁ ବାହାରି ପାରୁନି ଏହି ସଭ୍ୟ ସମାଜର ଶିକ୍ଷିତ ମଣିଷ। କେତେ ବେଳେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ କାହାକୁ ହତ୍ୟା କରୁଛି ତ ଆଉ କେତେବେଳେ କାହାକୁ ଗାଁରୁ ବାସନ୍ଦ କରୁଛି। ଥାନା ଓ କଚେରୀର ନିଷ୍ପତ୍ତିକୁ ସେମାନଙ୍କର ଖାତିର ନାହିଁ। ସ୍ୱାଧୀନତାର ୭୦ ବର୍ଷ ପରେ ଏପରି ଘଟଣା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଘଟିଛି। ଗତ […]

murder

Rakesh Mallick
  • Published: Sunday, 23 July 2017
  • , Updated: 23 July 2017, 05:18 PM IST

ରାଇରଙ୍ଗପୁର: ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ମଣିଷ। ପ୍ରଶାସନର ସତଚେଷ୍ଟା ପରେ ମଧ୍ୟ ସେହି ଅନ୍ଧ ଗଳିରୁ ବାହାରି ପାରୁନି ଏହି ସଭ୍ୟ ସମାଜର ଶିକ୍ଷିତ ମଣିଷ। କେତେ ବେଳେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ କାହାକୁ ହତ୍ୟା କରୁଛି ତ ଆଉ କେତେବେଳେ କାହାକୁ ଗାଁରୁ ବାସନ୍ଦ କରୁଛି। ଥାନା ଓ କଚେରୀର ନିଷ୍ପତ୍ତିକୁ ସେମାନଙ୍କର ଖାତିର ନାହିଁ। ସ୍ୱାଧୀନତାର ୭୦ ବର୍ଷ ପରେ ଏପରି ଘଟଣା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଘଟିଛି।

ଗତ ମଙ୍ଗଳବାରଠାରୁ ଝିପାବନ୍ଧ ଗାଁର ମଧୁସୂଦନ ସିଙ୍କଙ୍କ ପତ୍ନୀ ରିଙ୍କିଙ୍କ ସମେତ ଦୁଇ ପିଲା ନିଖୋଜ ଥିଲେ। ସେମାନଙ୍କ ପତ୍ତା ମିଳୁନଥିଲା। ୫ ଦିନ ପରେ ଝିପାବନ୍ଧ ଜଙ୍ଗଲରୁ ଦୁଇ ପିଲା ଜଗନ୍ନାଥ(୧୦) ଓ ଜାସମାତ(୩)ଙ୍କ ମୃତଦେହ ମିଳିଥିଲା। ଦୁଇ ପିଲାଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା। ସେମାନଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ କଟା ଯାଇଥିବା ଦେଖିବାକୁ ମିଳିଥିଲା। ତେବେ ମାଆ ରିଙ୍କିଙ୍କ ମୃତଦେହ ମିଳୁନଥିବାରୁ ତାଙ୍କ ଉପରେ ସନ୍ଦେହ କରାଯାଉ ଥିଲା। ତେବେ ଅଟକ ଦୁଇ ଯୁବକଙ୍କୁ ଜେରା ପରେ ଘଟଣା ଉପରୁ ପର୍ଦ୍ଦା ହଟିଥିଲା। ସେମାନେ ଡାହାଣୀ ସନ୍ଦେହରେ ରିଙ୍କି ଓ ତା’ ଛୁଆମାନଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ଆଜି ପୋଲିସ ଉକ୍ତ ଜଙ୍ଗଲକୁ ଯାଇ ରିଙ୍କିଙ୍କ ମୃତଦେହ ଜବତ କରିଛି।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଲୋକଙ୍କ  ମନରୁ ଅନ୍ଧବିଶ୍ୱାସ ଦୂର କରିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନା କାର୍ଯ୍ୟକ୍ରମ କରାଯାଉି। ଏହା ସତ୍ତ୍ୱେ କଣ ପାଇଁ ଅନ୍ଧବଶ୍ୱାସର ଅନ୍ଧ ଗଳିରୁ ମଣିଷ ବାହାରି ପାରୁନି?

Related story