ଭୁବନେଶ୍ୱର: ରାଜ୍ୟରେ ମରୁଡି ପରିସ୍ଥିତିକୁ ନେଇ ଆଜି ରାଜ୍ୟପାଳଙ୍କୁ ଭେଟିବ ବିଜେପିର ଏକ ପ୍ରତିନିଧି ଦଳ । ମରୁଡି ପ୍ରଭାବିତ ବିଭିନ୍ନ ଜିଲ୍ଲା ଗସ୍ତ କରି ବିଜେପି ଅନୁଧ୍ୟାନକାରୀ ଟିମ୍ ପ୍ରସ୍ତୁତ କରିଥିବା ରିପୋର୍ଟ ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ ବୋଲି ଦଳର ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂଦେଓ କହିଛନ୍ତି । ରବିବାର ଭୁବନେଶ୍ୱରରେ ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଥିଲେ ରାଜ୍ୟର ୯ଟି ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଉତ୍କଟ। ସ୍ୱଳ୍ପବୃଷ୍ଟି ଯୋଗୁଁ ଖରିଫ ଫସଲ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଏହାସତ୍ୱେ ରାଜ୍ୟ ସରକାର ନୀରବ ରହିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ଅଧିକାରୀମାନେ ମରୁଡ଼ି ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରାଜ୍ୟ ସରକାର ତୁରନ୍ତ ଏଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଥିଲେ କନକବର୍ଦ୍ଧନ।