ରାଜ୍ୟରେ ବିଦ୍ୟୁତ୍ ସଂକଟ ମନ୍ୟୁଷକୃତ: ବିଜୟ ମହାପାତ୍ର

ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ରାଜ୍ୟ ପାୱାରକଟ୍ ଓ ସ୍ୱାସ୍ଥ୍ୟ ସମସ୍ୟା ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ପାୱାରକଟ୍ କରିବା ରାଜ୍ୟ ସରକାରଙ୍କ ଏକ ଦାୟିତ୍ୱହୀନତାର ପରିଚୟ। ରାଜ୍ୟରେ ବିଦ୍ୟୁତ ସଙ୍କଟ ମନୁଷ୍ୟକୃତ ବୋଲି ସେ ଅଭିଯୋଗ କରିଛନ୍ତି। ବିଜୟ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତା ବର୍ଷ ଜୁନ୍ ମାସ ପର୍ଯ୍ୟନ୍ତ ବିଦ୍ୟୁତକାଟ୍ ଗ୍ରହଣୀୟ ନୁହେଁ। ସରକାର ତୁରନ୍ତ ଏହାକୁ ପ୍ରତ୍ୟାହାର କରି ନେବା ଉଚିତ୍। ରାଜ୍ୟ ସରକାର ଘରୋଇ […]

bjp

Rakesh Mallick
  • Published: Sunday, 13 September 2015
  • , Updated: 14 September 2015, 02:54 AM IST

ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ରାଜ୍ୟ ପାୱାରକଟ୍ ଓ ସ୍ୱାସ୍ଥ୍ୟ ସମସ୍ୟା ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ପାୱାରକଟ୍ କରିବା ରାଜ୍ୟ ସରକାରଙ୍କ ଏକ ଦାୟିତ୍ୱହୀନତାର ପରିଚୟ। ରାଜ୍ୟରେ ବିଦ୍ୟୁତ ସଙ୍କଟ ମନୁଷ୍ୟକୃତ ବୋଲି ସେ ଅଭିଯୋଗ କରିଛନ୍ତି। ବିଜୟ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତା ବର୍ଷ ଜୁନ୍ ମାସ ପର୍ଯ୍ୟନ୍ତ ବିଦ୍ୟୁତକାଟ୍ ଗ୍ରହଣୀୟ ନୁହେଁ। ସରକାର ତୁରନ୍ତ ଏହାକୁ ପ୍ରତ୍ୟାହାର କରି ନେବା ଉଚିତ୍। ରାଜ୍ୟ ସରକାର ଘରୋଇ କମ୍ପାନୀଗୁଡ଼ିକଠାରୁ ୭୦୦ ମେଗାୱାଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ କିଣି ପାରିବେ। ସେହିଭଳି କଟକ ଶିଶୁ ଭବନ ଶିଶୁ ମୃତ୍ୟୁ ଘଟଣା ସଂପର୍କରେ ବିଜୟ କହିଛନ୍ତି ଯେ କେନ୍ଦ୍ରୀୟ ଡାକ୍ତରୀ ଟିମକୁ ରାଜ୍ୟ ସରକାର ଫେରାଇ ଦେବା ଦୁର୍ଭାଗ୍ୟଜନକ।

ବିଦ୍ୟୁତ ସମସ୍ୟାକୁ ନେଇ ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟ ସରକାର ବାସ୍ତବତାକୁ ଯାଆନ୍ତୁ । ଆଗକୁ ପାର୍ବଣ ଋତୁ ଆସୁଛି । ଲୋକଙ୍କୁ ହଇରାଣ ନ କରନ୍ତୁ । ରାଜ୍ୟ ଶକ୍ତିମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କ ବିବୃତ୍ତି ଦାୟିତ୍ୱହୀନତାର ପରିଚୟ । ରାଜ୍ୟ ସରକାର ବିଦ୍ୟୁଟ କାଟ ସମ୍ପର୍କରେ ଘୋଷଣା କରିବା ପୂର୍ବରୁ ଏହାର ସମାଧାନ ଲାଗି କିଛି ପଦକ୍ଷେପ ନେଇଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ଆହୁରି ପ୍ରକାଶ କରିଛନ୍ତି ଯେ, ରାଜ୍ୟ ସରକାର ତାଙ୍କ ବିବୃତ୍ତିରେ କହୁଛନ୍ତି , ୫୦୦ରୁ ୭୦୦ ମେଗାୱାଟ ବିଦ୍ୟୁତ ସଙ୍କଟ ରହିଛି । ଏହା ବଡ କଥା ନୁହେଁ, ରାଜ୍ୟ ସରକାର ଚାହିଁରେ ଏହାର ସମାଧାନ କରିପାରିବେ । ରାଜ୍ୟ ସରକାର ଯେଉଁ ଘରୋଇ କମ୍ପାନୀଙ୍କୁ ପାୱାର ଉତ୍ପାଦନ କରିବାକୁ ଅନୁମତି ଦେଇଛନ୍ତି ସେମାନଙ୍କ ପାଖରୁ ବିଦ୍ୟୁତ ଆଣି ପାରିବେ । ରାଜ୍ୟ ସରକାରଙ୍କର ଏହି କମ୍ପାନୀଗୁଡିକରେ ସେୟାର ରହିଛି । ଏହାବାଦ ରାଜ୍ୟ ସରକାର ଚାହିଁଲେ ଉକ୍ତ କମ୍ପାନୀଗୁଡିକ ପାଖରୁ ଆଇନ ଅନୁଯାୟୀ ବିଦ୍ୟୁତ ଆଣି ପାରିବେ । ଏହାବାବଦକୁ ରାଜ୍ୟ ସରକାରଙ୍କୁ ବିଦ୍ୟୁତ ଶୁଳ୍କର ଅଧା ମୂଲ୍ୟ ଦେବାକୁ ପଡିବ । ତେବେ ସରକାରଙ୍କୁ ଏହି କମ୍ପାନୀଗୁଡିକ ପାଖରୁ ବିଦ୍ୟୁତ ଆଣିବାରେ ଅସୁବିଧା କେଉଁଠି ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ ଅଭିଯୋଗ କରିଛନ୍ତି ଯେ, ବିଦ୍ୟୁତ କାଟ ପୂର୍ବରୁ ରାଜ୍ୟ ସରକାରଙ୍କୁ ଘୋଷଣା କରିବାର ଥିଲା। ରାଜ୍ୟ ସରକାର ଯେବେ ଏହା ଘୋଷଣା କଲେ ତାହାର ୧୫ଦିନ ପୂର୍ବରୁ ବିଦ୍ୟୁତ୍ କାଟ ଆରମ୍ଭ କରିଦେଇଥିଲେ । ଜଳଭଣ୍ଡାରରେ ପାଣି ନ ଥିବା ବାହାନା କରି ବିଦ୍ୟୁତ କାଟ କରାଯିବା ଆଦୌ ଠିକ ନୁହେଁ । ସେ କହିଛନ୍ତି ଯେ, ରାଜ୍ୟ ସରକାର ୨୯ଟି ପାୱାର କମ୍ପାନୀଙ୍କ ସହ ୩୭ହଜାର ୪ଶହ ମେଗାୱାଟ ବିଦ୍ୟୁତ ଉତ୍ପାଦନ ଲାଗି ଏମଓୟୁ ସ୍ୱାକ୍ଷର କରିଥିଲେ । ତେବେ ଏହା କେତେ ଦୂର ଆଗେଇଛି, କେତେ କାର୍ଯ୍ୟକ୍ଷମ ହୋଇଛି ରାଜ୍ୟ ସରକାର ତାହା ସ୍ପଷ୍ଟ କରିବା ଉଚିତ ବୋଲି ସେ କହିଛନ୍ତି । ୨୦୧୩-୧୪ରେ ରାଜ୍ୟ ସରକାର ବିଧାନସଭାରେ ରିପୋର୍ଟ ଦେଇଥିଲେ ଏବେ ପାୱାର ଜେନେରେଶନରେ ରାଜ୍ୟ ସେଲଫ ସଫିସିଏଣ୍ଟ ହୋଇଛି । ୨୦୧୫ରେ ରାଜ୍ୟରେ ଆବଶ୍ୟକଠାରୁ ଅଧିକ ବିଦ୍ୟୁତ ଉତ୍ପାଦନ ହେବ ବୋଲି ରିପୋର୍ଟରେ ଉଲ୍ଲେଖ ଥିଲା । ତେବେ ଏବେ ବିଦ୍ୟୁତ ନିଅଣ୍ଟ କାହିଁକି ହେଉଛି, ତାହାର ଉତ୍ତର ସାଧାରଣ ଲୋକଙ୍କୁ ସରକାର ଦେବା ଉଚିତ ।

Related story