ରମାଦେବୀ ଛାତ୍ରୀଙ୍କୁ କୌଣସି ଆବଦ୍ଧ ସ୍ଥାନରେ ଅଟକ ରଖାଯାଇ ନ ଥିଲା: ସଂସଦୀୟ ବ୍ୟାପାର ମନ୍ତ୍ରୀ

ଭୁବନେଶ୍ୱର: ରମାଦେବୀ ପ୍ରସଙ୍ଗକୁ ନେଇ ଗୃହ ୫ଥର ଅଚଳ ପରେ ଅପରାହ୍ନ ୪ଟାରେ ସ୍ୱାଭାବିକ ହୋଇଛି। ଗୃହ ସ୍ୱାଭାବିକ ହେବା ପରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିବୃତ୍ତି ରଖିଛନ୍ତି। ସେ କହିଛନ୍ତି, କୌଣସି ଆବଦ୍ଧ ସ୍ଥାନରେ ଛାତ୍ରୀଙ୍କୁ ଅଟକ ରଖାଯାଇ ନ ଥିଲା। ଗଣମାଧ୍ୟମରେ ପ୍ରସାରିତ ଖବରରେ କୌଣସି ସତ୍ୟତା ନାହିଁ। ସଭାସ୍ଥଳ ବା ୧ ନମ୍ବର ଫାଟକ ଦେଇ ଯିବାକୁ କାହାରିଙ୍କୁ ବାରଣ କରାଯାଇ ନ ଥିଲା। କିଛି ଛାତ୍ରୀ […]

assembly

assembly

Rakesh Mallick
  • Published: Saturday, 05 December 2015
  • Updated: 05 December 2015, 02:17 PM IST

Sports

Latest News

ଭୁବନେଶ୍ୱର: ରମାଦେବୀ ପ୍ରସଙ୍ଗକୁ ନେଇ ଗୃହ ୫ଥର ଅଚଳ ପରେ ଅପରାହ୍ନ ୪ଟାରେ ସ୍ୱାଭାବିକ ହୋଇଛି। ଗୃହ ସ୍ୱାଭାବିକ ହେବା ପରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିବୃତ୍ତି ରଖିଛନ୍ତି। ସେ କହିଛନ୍ତି, କୌଣସି ଆବଦ୍ଧ ସ୍ଥାନରେ ଛାତ୍ରୀଙ୍କୁ ଅଟକ ରଖାଯାଇ ନ ଥିଲା। ଗଣମାଧ୍ୟମରେ ପ୍ରସାରିତ ଖବରରେ କୌଣସି ସତ୍ୟତା ନାହିଁ। ସଭାସ୍ଥଳ ବା ୧ ନମ୍ବର ଫାଟକ ଦେଇ ଯିବାକୁ କାହାରିଙ୍କୁ ବାରଣ କରାଯାଇ ନ ଥିଲା। କିଛି ଛାତ୍ରୀ ନିଷିଦ୍ଧ ପଥ ଦେଇ ଯିବାକୁ ଉଦ୍ୟମ କରିଥିଲେ। ଉକ୍ତ ରାସ୍ତା ଦେଇ ନ ଯିବାକୁ ସେମାନଙ୍କୁ ବାରଣ କରାଯାଇଥିଲା।

ଆଜି ଗୃହକାର୍ଯ୍ୟ ପ୍ରାରମ୍ଭରୁ ରମାଦେବୀ ପ୍ରସଙ୍ଗକୁ ନେଇ ଅଚଳାବସ୍ଥା ଲାଗି ରହିଥିଲା। ବାଚସ୍ପତି ଦୁଇଥର ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ଗୃହ ସୁରୁଖୁରରେ ଚାଲିପାରି ନ ଥିଲା। ପୂର୍ବାହ୍ନ ସାଢେ ୧୧ଟା ପରେ ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକରେ ସରକାରଙ୍କୁ ଏହି ପ୍ରସଙ୍ଗରେ ଗୃହରେ ଅପରାହ୍ନରେ ବିବୃତ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି ୧୨ଟା ପରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନିଜ ଦାବିରେ ଅଟଳ ରହିଥିଲେ। ଫଳରେ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାଚସ୍ପତି ମୁଲତବି ରଖିଥିଲେ। ଇତିମଧ୍ୟରେ ବିଜେଡି ବିଧାୟକ ପ୍ରିୟଦର୍ଶୀ ମିଶ୍ର ରାମଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ମାନବ ବୋମା ସହିତ ତୁଳନା କରି ଏକ ମନ୍ତବ୍ୟ ଦେଇଥିଲେ। ଫଳରେ ସ୍ଥିତି ଭିନ୍ନ ମୋଡ ନେଇଥିଲା। ଅପରାହ୍ନ ୩ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି କଥାକୁ ଉଠାଇ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି କହିଥିଲେ। ଏହାକୁ ନେଇ ଅଚଳାବସ୍ଥା ଦେଖାଦେବାରୁ ବାଚସ୍ପତି ସାଢେ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଥିଲେ। ଏହାପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ପ୍ରିୟଦର୍ଶୀ ମିଶ୍ରଙ୍କୁ ବାଚସ୍ପତି ନିଜ ଚାମ୍ବରକୁ ଡାକି ଆଲୋଚନା କରିଥିଲେ। ନିଜର ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ ପ୍ରିୟଦର୍ଶୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ଅପରାହ୍ନ ୪ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ପ୍ରିୟଦର୍ଶୀ ନିଜ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିବା ପରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଥିଲା।

ଗୃହ ସ୍ୱାଭାବିକ ହେବା ପରେ ଅପରାହ୍ନରେ ବିର୍ଲା ବିଶ୍ୱବିଦ୍ୟାଳୟ ବିଲ୍ ଉପରେ ଆଲୋଚନା ହୋଇଥିଲା। ତେବେ ଧାନ ବିକ୍ରିରେ ଅବ୍ୟବସ୍ଥା ସମ୍ପର୍କିତ ମୁଲତବି ଆଲୋଚନା ସମ୍ଭବ ହୋଇ ପାରି ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story