୧୧ ଏପ୍ରିଲ, ବୁଧବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ରହିଛି ବିଦେଶ ଯାତ୍ରାର ଯୋଗ

ମେଷ: ତିକ୍ତ ଅନୁଭବରୁ ମିଠା ଫଳ ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ସାମାଜିକ ପରିଧି ବଢ଼ାଇବେ। କାମ ଲାଗି ବିଦେଶ ଯାତ୍ରା କରିବାକୁ ପଡ଼ିପାରେ। ପ୍ରେମରେ ସଫଳ ହେବେ।

ବୃଷ: ଲକ୍ଷ୍ୟପ୍ରାପ୍ତି ଦିଗରେ ଏକାଗ୍ରତାର ସହିତ ଅଧିକ ପରିଶ୍ରମ କରନ୍ତୁ। ନିଜର ବ୍ୟବହାରରେ ସଂଯମ ରଖନ୍ତୁ। ଅଫିସରେ କାମର ବୋଝ ବଢ଼ିପାରେ। ଦାମ୍ପତ୍ୟ ଜୀବନରେ ପ୍ରେମ ବଢିବ।

ମିଥୁନ: ଆପଣ କେବଳ ନିଜ କାମରେ ମନଯୋଗ ଦିଅନ୍ତୁ; ସୌଭାଗ୍ୟବଶତଃ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବନାହିଁ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ ନୂଆ ଦାୟିତ୍ଵ ଅର୍ପଣ କରିବେ।

କର୍କଟ: ଦିନଟି ଭଲରେ କଟିବ। କିଛି ନା କିଛି ନୂଆ କରିବା ପାଇଁ ଚେଷ୍ଟା କରନ୍ତୁ। ପଇସା ମାମଲାରେ ଚିନ୍ତା ସମାପ୍ତ ହେବ। ନୂଆ ବାହନ କିଣିବା ଲାଗି ଦିନଟି ଶୁଭ।

ସିଂହ: ଦିନଟି ଆପଣଙ୍କ ଲାଗି ସହଜ ହେବ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଭାବି ପାରନ୍ତି। ଘରୋଇ ଚିନ୍ତା ଧୀରେ ଧୀରେ ସମାପ୍ତ ହେବ।

କନ୍ୟା: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ପ୍ରତ୍ୟେକ କାମ ନିଃବିଘ୍ନରେ ସଂପନ୍ନ ହେବ। ଚାକିରିରେ କୌଣସି ବିଶେଷ ଦାୟିତ୍ଵ ଗ୍ରହଣ କରିବେ।

ତୁଳା: ଦିନଟି ଲାଭପ୍ରଦ ରହିବ। କର୍ମକ୍ଷେତ୍ରରେ କାହାରିକୁ ବନ୍ଧୁଭାବେ ଗ୍ରହଣ କରିବେ। ବ୍ୟାବସାୟିକ କାମରେ ରାଜ୍ୟ ବାହାରକୁ ଯାତ୍ରାରେ ଯିବେ।

 ବିଛା: ଦିନଟି ଠିକ୍‌ଠାକ୍‌ ରହିବ। ମିତ୍ରଙ୍କ ମାଧ୍ୟମରେ ଆପଣଙ୍କର କିଛି ଆଶା ପୂରଣ ହେବ। ବିଦେଶ ଯିବା ପାଇଁ ସୁଯୋଗ ଆସିବ। ଜୀବନସାଥୀଙ୍କଠାରୁ ସୁଖ ପାଇବେ।

ଧନୁ: ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ କରିବେ ଏବଂ ସଫଳ ହେବେ। ନୂଆ ଘର କିଣିବା ପାଇଁ ଯୋଜନା କରିବେ। ପ୍ରେମ ଜୀବନ ଖୁବ୍‌ ରୋଚକ ଓ ଆନନ୍ଦମୟ ରହିବ।

ମକର: ମାତାପିତାଙ୍କ ଆଶୀର୍ବାଦ ପାଇବା ହେତୁ ମନୋବଳ ଦୃଢ଼ ରହିବ। ଯାତ୍ରା ସୁଖଦ ଓ ଲାଭଦାୟକ ସାବ୍ୟସ୍ତ ହେବ। ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଚାକିରିରେ ଦାୟିତ୍ଵ ବୃଦ୍ଧି ହେବ।

କୁମ୍ଭ: ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାମ ପୂରା ହେବ। ଓକିଲଙ୍କ ଲାଗି ଦିନଟି ଲାଭଦାୟକ ରହିବ। ସମସ୍ୟାର ସମାଧାନ ସହଜରେ ହେବ।

ମୀନ: ବିଚାରରେ ସକାରାତ୍ମକ ବଜାୟ ରଖନ୍ତୁ। ପରିଶ୍ରମର ଫଳ ଦ୍ଵିଗୁଣା ପାଇବେ। କୌଣସି ବିଶେଷ କାର୍ଯ୍ୟରେ ଯାତ୍ରାରେ ଯିବେ।