ରଶ୍ମିରଞ୍ଜନ ମହାପାତ୍ର ହତ୍ୟା ମାମଲାର ଅଭିଯୁକ୍ତ ହାଇଦରକୁ ଫାଶି ଦଣ୍ଡାଦେଶ ଦିଆଯିବାର ଥିଲା: ସତ୍ୟଭାମା

ଖୋର୍ଦ୍ଧା: ଗତକାଲି ପ୍ରକାଶ ପାଇଥିବା ବହୁଚର୍ଚ୍ଚିତ ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ହତ୍ୟା ମାମଲାର ରାୟକୁ ନେଇ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ ତାଙ୍କ ରାୟରେ ମୁଖ୍ୟ ଅଭିଯୁକ୍ତ ହାଇଦରକୁ ଆଜୀବନ କାରାଦଣ୍ଡା ଦେଶ ଦେଇଛନ୍ତି । ମାତ୍ର ହାଇଦରକୁ ଆଜୀବନ ଜେଲ ନୁହଁ ଫାଶି ଦଣ୍ଡାଦେଶ ଦିଆଯିବାର ଥିଲା ବୋଲି କହିଛନ୍ତି ରଶ୍ମିରଞ୍ଜନଙ୍କ ପତ୍ନୀ ସତ୍ୟଭାମା। ଏହି ରାୟକୁ ଚାଲେଞ୍ଜ କରି ସେ ଉପର କୋର୍ଟକୁ ଯିବେ ବୋଲି କହିଛନ୍ତି। ୮ବର୍ଷ ପରେ […]

rasmi

Rakesh Mallick
  • Published: Sunday, 18 October 2015
  • , Updated: 18 October 2015, 09:56 AM IST

ଖୋର୍ଦ୍ଧା: ଗତକାଲି ପ୍ରକାଶ ପାଇଥିବା ବହୁଚର୍ଚ୍ଚିତ ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ମହାପାତ୍ର ହତ୍ୟା ମାମଲାର ରାୟକୁ ନେଇ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ ତାଙ୍କ ରାୟରେ ମୁଖ୍ୟ ଅଭିଯୁକ୍ତ ହାଇଦରକୁ ଆଜୀବନ କାରାଦଣ୍ଡା ଦେଶ ଦେଇଛନ୍ତି । ମାତ୍ର ହାଇଦରକୁ ଆଜୀବନ ଜେଲ ନୁହଁ ଫାଶି ଦଣ୍ଡାଦେଶ ଦିଆଯିବାର ଥିଲା ବୋଲି କହିଛନ୍ତି ରଶ୍ମିରଞ୍ଜନଙ୍କ ପତ୍ନୀ ସତ୍ୟଭାମା। ଏହି ରାୟକୁ ଚାଲେଞ୍ଜ କରି ସେ ଉପର କୋର୍ଟକୁ ଯିବେ ବୋଲି କହିଛନ୍ତି। ୮ବର୍ଷ ପରେ ଶନିବାର ଏହି ମାମଲାର ରାୟ ଶୁଣାଇଥିଲେ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଜଜ୍। ହାଇଦରଙ୍କ ସହ ୩ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଥିବା ବେଳେ ଅନ୍ୟ ୨ଜଣଙ୍କୁ ୧୦ବର୍ଷ ଜେଲ ଦଣ୍ଡ ହୋଇଛି। ଏହି ଘଟଣାରେ ୬ଜଣଙ୍କ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

୨୦୦୭ ମେ’ ୨୭ ତାରିଖରେ ରଶ୍ମିରଞ୍ଜନଙ୍କୁ ହତ୍ୟା କରାଯାଇଥିଲା।  କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମିରଞ୍ଜନ ଭୁବନେଶ୍ୱର ସହିଦନଗର ଆସିଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା। ଅପହରଣକାରୀମାନେ ତାଙ୍କ ମୁଣ୍ଡ ଜାମିନ ରଖି ପରିବାର ଲୋକଙ୍କୁ ଟଙ୍କା ମାଗିଥିଲେ। ରଶ୍ମିରଞ୍ଜନଙ୍କ ପରିବାର ଲୋକେ ପ୍ରାୟ ୧କୋଟି ଟଙ୍କା ଦେଇଥିବା ସୂଚନା ରହିଛି। ତେବେ ପରେ ତାଙ୍କର ମୃତଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜମସେଦପୁର ଅଞ୍ଚଳରୁ ମିଳିଥିଲା। ଡିଏନଏ ଟେଷ୍ଟରୁ ତାହା ରଶ୍ମିରଞ୍ଜନଙ୍କ ମୃତଦେହ ବୋଲି ଚିହ୍ନଟ ହୋଇଥିଲା।

ଏ ନେଇ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ କହିଛନ୍ତି, ୩୬୪ ଦଫାରେ ହାଇଦରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡ ବିଧାନ କରାଯାଇଛି । ୩୦୨ ଦଫାରେ ତାଙ୍କ ବିରୋଧରେ କୌଣସି ପ୍ରମାଣ ନ ମିଳିବାରୁ ତାଙ୍କୁ ହତ୍ୟା ଅଭିଯୋଗରୁ ଖଲାସ କରାଯାଇଛି । ସରକାର ଚାହିଁଲେ ଏହି ରାୟ ବିରୋଧରେ ହାଇକୋର୍ଟରେ ଅପିଲ କରିପାରିବେ । ତେବେ ମୃତ ରଶ୍ମିରଞ୍ଜନଙ୍କ ପରିବାର ଲୋକେ ରାୟ ବିରୋଧରେ ହାଇକୋର୍ଟକୁ ଗଲେ ତାଙ୍କୁ ରିଭିଜନ ଫାଇଲ କରିବାକୁ ପଡିବ । ପ୍ରମାଣ ଥାଇ ୩୦୨ ଦଫାରୁ ହାଇଦରଙ୍କୁ ହତ୍ୟା ଅଭିଯୋଗରୁ ଖଲାସ କରାଯାଇଥିବା ଓ ଏହାର ବିଚାର କରିବାକୁ ରିଭିଜନ ପିଟିସନ ପରିବାର ଲୋକେ କରିପାରିବେ । ହାଇକୋର୍ଟ ଏହାକୁ ଗ୍ରହଣ କଲେ ୩୦୨ ଦଫା କାହିଁକି ଖଲାସ କରାଗଲା ତାହାର ବିଚାର କରିବେ ବୋଲି ଆଇନଜୀବୀ ନାୟକ କହିଛନ୍ତି ।

Related story