ବୟସ ମାତ୍ର ୬ ବର୍ଷ, ହେଲେ ଦିନକୁ ରୋଜଗାର ଲକ୍ଷେରୁ ଅଧିକ: ବିସ୍ମୟ ବାଳକର ଅବିଶ୍ୱାସନୀୟ କାରନାମା

ନୂଆଦିଲ୍ଲୀ: କୁହାଯାଏ ପିଲା ଚାଲିବା ଆରମ୍ଭ କଲେ ଜଣାପଡ଼ିଯାଏ ଭବିଷ୍ୟତରେ କେଉଁ ଆଡ଼କୁ ଯିବ। ଏହା କେରଳର କୋଚିରେ ରହୁଥିବା ୬ ବର୍ଷର ବାଳକ ନିହାଲ ରାଜଙ୍କ ପକ୍ଷରେ ଅକ୍ଷରେ ଅକ୍ଷରେ ସତରେ ପରିଣତ ହୋଇଛି। ନିଜ ପ୍ରତିଭା ବଳରେ ଖେଳକୁଦ କରିବା ବୟସରେ ସେ ବନିଯାଇଛନ୍ତି ଜଣେ ଇଣ୍ଟରନ୍ୟାସନାଲ ସେଲିବ୍ରିଟି। ଖାଲି ସେଲିବ୍ରିଟି ବନି ନାହାଁନ୍ତି, ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ବି କରୁଛନ୍ତି। ଆସନ୍ତୁ ଜାଣିବା ଭାରତର ଏହି ବିସ୍ମୟ ବାଳକଙ୍କ ଅବିଶ୍ୱାସନୀୟ […]

nihal

nihal

Rakesh Mallick
  • Published: Saturday, 28 October 2017
  • Updated: 28 October 2017, 01:04 PM IST

Sports

Latest News

ନୂଆଦିଲ୍ଲୀ: କୁହାଯାଏ ପିଲା ଚାଲିବା ଆରମ୍ଭ କଲେ ଜଣାପଡ଼ିଯାଏ ଭବିଷ୍ୟତରେ କେଉଁ ଆଡ଼କୁ ଯିବ। ଏହା କେରଳର କୋଚିରେ ରହୁଥିବା ୬ ବର୍ଷର ବାଳକ ନିହାଲ ରାଜଙ୍କ ପକ୍ଷରେ ଅକ୍ଷରେ ଅକ୍ଷରେ ସତରେ ପରିଣତ ହୋଇଛି। ନିଜ ପ୍ରତିଭା ବଳରେ ଖେଳକୁଦ କରିବା ବୟସରେ ସେ ବନିଯାଇଛନ୍ତି ଜଣେ ଇଣ୍ଟରନ୍ୟାସନାଲ ସେଲିବ୍ରିଟି। ଖାଲି ସେଲିବ୍ରିଟି ବନି ନାହାଁନ୍ତି, ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ବି କରୁଛନ୍ତି। ଆସନ୍ତୁ ଜାଣିବା ଭାରତର ଏହି ବିସ୍ମୟ ବାଳକଙ୍କ ଅବିଶ୍ୱାସନୀୟ କାରନାମା ସମ୍ପର୍କରେ।

ରୋଷେଇ ପାଇଁ ନିହାଲ ଏହି ପ୍ରସିଦ୍ଧି ପାଇଛନ୍ତି। ସେ ଏବେ ଏକ କୁକ୍‌ରୀ ଶୋ’ କରୁଛନ୍ତି। ଏହାସହ ସୋସିଆଲ୍‌ ମିଡିଆରେ ତାଙ୍କର ପପୁଲାରିଟି ବହୁତ।

ରୋଷେୟା ବନିବା ପଛର କାହାଣୀ

ନିହାଲଙ୍କ ମାଆ ଯେତେବେଳେ ରୋଷେଇ କରନ୍ତି, ସେ ତାଙ୍କ ପାଖରେ ଛିଡ଼ା ହୋଇ ସବୁ ଦେଖନ୍ତି। ଦିନେ ସେ ରୋଷେଇରେ ତାଙ୍କ ମାଆଙ୍କୁ ସାହାଯ୍ୟ କରୁଥିଲେ। ଯାହାର ଭିଡିଓ ତାଙ୍କ ବାପା ରେକର୍ଡ କରି ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରି ଦେଇଥିଲେ। ଫେସ୍‌ବୁକ୍‌ରେ ଭିଡିଓଟିକୁ ବହୁତ ପ୍ରଶଂସା କରାଯାଇଥିଲା। ଏହାଦେଖି ନିହାଲଙ୍କ ବାପା ୟୁଟ୍ୟୁବ୍‌ଚ୍ୟାନେଲ ‘କିଚାଟ୍ୟୁବ୍‌’ ଖୋଲିବାକୁ ସ୍ଥିର କରିଥିଲେ। ଏଥିରେ କେବଳ ନିହାଲଙ୍କ ଭିଡିଓ ଅପ୍‌ଲୋଡ୍‌ କରାଯାଇଥାଏ।

nihal2ଯେତେବେଳେ କଥା ଲିଟିଲ ଶେଫ୍‌ (କୁନି ରୋଷେୟା)ର ଥିଲା ଯେ କେହି ବି ତାଙ୍କ ରେସିପିକୁ ଟେଷ୍ଟ କରିବାକୁ ଇଚ୍ଛା କରିବ। ନିହାଲ ନିଜ ରେସିପିକୁ ୟୁଟ୍ୟୁବରେ ଯେତେବେଳେ ତାଙ୍କ ଚ୍ୟାନେଲରେ ଅପ୍‌ଲୋଡ୍‌ କଲେ ଏହା ଭାଇରାଲ୍‌ ହେବାକୁ ଲାଗିଲା। ସେ ଗୋଟିଏ ପରେ ଗୋଟିଏ ଭିଡିଓ ପ୍ରସ୍ତୁତ କରି ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଅପ୍‌ଲୋଡ଼ କରି ଚାଲିଲେ, ଯାହା ସୋସିଆଲ ମିଡିଆ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଲା।

ଆମେରିକାର ଏଲେନ ଡି ଜେନରେସ୍‌ ଶୋ’ରେ ନିହାଲଙ୍କୁ ‘ପୁଟ୍ଟୁ’ ରେସିପି ପାଇଁ ପୁରସ୍କୃତ କରାଯାଇଛି। ୟୁଟ୍ୟୁବ୍‌ ଚ୍ୟାନଲରେ ନିହାଲ ନିଜର କୁକରୀ ଶୋ’ ଚଲାଉଛନ୍ତି। ଏଥିରେ ସେ ଏମିତି ଆଇଟମ୍‌ ବନାଇଥାନ୍ତି, ଯାହା ପ୍ରାୟତଃ ନୂଆ ହୋଇଥାଏ।

nihalrajମିକି ମାଉସ ମ୍ୟାଙ୍ଗୋ ରେସିପିରେ ତାଙ୍କୁ ଫେସ୍‌ବୁକ୍‌ରେ ବହୁତ ଲୋକପ୍ରିୟତା ମିଳିଥିଲା। ଏହାପରେ ସେ ଲାଇଭ୍‌ ଶୋ’ ଆରମ୍ଭ କରିଥିଲେ। ନିହାଲ ରାଜଙ୍କ ଭିଡିଓକୁ ସେୟାର କରିବାକୁ ଫେସ୍‌ବୁକ୍‌ରେ ଏକ ସ୍ଲଟ୍‌ ମଧ୍ୟ ଦିଆଗଲା। ଏହି ସ୍ଲଟ୍‌ ପାଇଁ ତାଙ୍କୁ ୨୦୦୦ ଡଲାର ଅର୍ଥାତ ୧,୩୩,୫୨୧ ଟଙ୍କା ଦିଆଯାଉଛି।

ଏକ ଛୋଟ ପିଲାର ଟ୍ୟାଲେଣ୍ଟକୁ ନେଇ ‘କିଚାଟ୍ୟୁବ୍‌’ ଆଜି ଏକ ଜଣାଶୁଣା ଚ୍ୟାନେଲ୍‌ ବନି ସାରିଛି। ଏହି ୟୁଟ୍ୟୁବ୍‌ ଚ୍ୟାନେଲ ମାଧ୍ୟମରେ ତାଙ୍କୁ ବହୁ ଲୋକପ୍ରିୟ ରୋଷେୟାଙ୍କୁ ଭେଟିବାକୁ ସୁଯୋଗ ମିଳି ସାରିଛି। ତାଙ୍କୁ ୩ଟି କୁକିଂ ରିୟଲିଟି ଶୋ’କୁ ଯିବାକୁ ଅଫର ମଧ୍ୟ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos