ଶୋରିଷମାଳ ସେବାଶ୍ରମ ବିଦ୍ୟାଳୟରେ ଲୁଣ ଲଗାଇ ଭାତ ଖାଉଛନ୍ତି ପିଲା

Ordigital Desk
  • Published: Friday, 28 July 2017
  • , Updated: 28 July 2017, 09:43 AM IST
<p>ମାଲକାନଗିରି: ସେବାଶ୍ରମ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଭୋଜନରେ ଖାଲି ଭାତ ଆଉ ଲୁଣ ଖାଇବାକୁ ଦିଆଯାଉଛି। ମାଲକାନଗିରି ଜିଲ୍ଲା ସଦର ମହକୁମାଠାରୁ ୧୦ କିଲୋମିଟର ଦୂରରେ ଥିବା ଶୋରିଷମାଳ ସେବାଶ୍ରମ ବିଦ୍ୟାଳୟରେ ଏଭଳି &nbsp;ଚିତ୍ର ଦେଖିବାକୁ ମିଳିଛି। ଏହା ପ୍ରଶାସନର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ପିଲାଙ୍କୁ ସୁଷମ ଖାଦ୍ୟ ଦେବା ଲାଗି ବିଦ୍ୟାଳୟ ଗୋଦାମ ଗୃହରେ ଡାଲି ପନିପରିବା ମହଜୁଦ ଅଛି। କିନ୍ତୁ ଦୈନିକ ରାତ୍ର ଭୋଜନ ବେଳେ ଛାତ୍ରଛାତ୍ରୀ ଏମିତି ତୁଛା ଖାଉଛନ୍ତି।</p> <p>ଅଭିଯୋଗ ଅନୁସାରେ ଏହି ସେବାଶ୍ରମରେ ମୋଟ ୨୬୦ ଛାତ୍ରଛାତ୍ରୀ ରହୁଛନ୍ତି। ତେବେ ରାତିରେ ଖାଦ୍ୟ ପରଷା ଯିବା ବେଳେ ପ୍ରାୟ ୬୦ ଜଣଙ୍କ ପରେ ଡାଲି ତରାକାରୀ ସରି ଯାଉଛି । ଅବଶିଷ୍ଟ ପିଲାଙ୍କ ଭାଗରେ କେବଳ ଭାତ ଆଉ ଲୁଣ ପଡୁଛି। ଏ ନେଇ ଅଭିଯୋଗ ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ବିଦ୍ୟାଳୟ କର୍ମଚାରୀଙ୍କୁ ପଚାରି ବୁଝିଛନ୍ତି। ସେବାଶ୍ରମରେ ପିଲାଙ୍କୁ ଦୈନିକ ରାତିରେ ଏଭଳି ଖାଦ୍ୟ ଦିଆଯାଉଥିବାରୁ ଏ ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଙ୍ଗଳ ଅଧିକାରୀ କହିଛନ୍ତି।</p>

Related story